ଉଡାନ୍-୪ରେ ସାମିଲ୍ ହେଲା ରଙ୍ଗେଇଲୁଣ୍ଡା ଏୟାରଷ୍ଟି୍ରପ୍
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ନିକଟରେ ଥିବା ସର୍ବପୁରାତନ ଐତିହାସିକ ରଙ୍ଗେଇଲୁଣ୍ଡା ଏୟାରଷ୍ଟି୍ରପ୍ କେନ୍ଦ୍ର ସରକାରଙ୍କ ଉଡାନ୍-୪ ଯୋଜନାରେ ସାମିଲ୍ ହୋଇଛି । ଏଥିପାଇଁ ସର୍ଭେ କାମ ଆରମ୍ଭ ହୋଇଛି । ପୂର୍ତ୍ତ ବିଭାଗ-୨ ଅଧୀନରେ ଏୟାରଷ୍ଟି୍ରପ୍ ସମ୍ପ୍ରସାରଣ ପାଇଁ ସର୍ଭେ ଚାଲିଛି । ସର୍ଭେ ସରିବା ପରେ ଖୁବ୍ଶୀଘ୍ର ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରାଯିବ । ଡିପିଆର୍ ମଞ୍ଜୁର ହେବା ପରେ କାମ ପାଇଁ ବ୍ରହ୍ମପୁର ପୂର୍ତ୍ତ ବିଭାଗ-୨ ଟେଣ୍ଡର ଆହ୍ୱାନ କରିବ । ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟି୍ରପ୍କୁ ସମ୍ପ୍ରସାରଣ କରି ୨-ବି କ୍ୟାଟେଗୋରି ବିମାନବନ୍ଦର କରାଯିବ । ଫଳରେ ଏଠାରେ ୧୮ସିଟ୍ ବିଶିଷ୍ଟ ବିମାନ ଓହ୍ଲାଇ ପାରିବ । ସବୁ କାର୍ଯ୍ୟ ଠିକ୍ଠାକ୍ ଚାଲିଲେ ରଙ୍ଗେଇଲୁଣ୍ଡା ବିମାନବନ୍ଦରକୁ ବିମାନ ଉଡିବା ନେଇ ସମ୍ଭାବନା ଦେଖାଦେଇଛି । ଏୟାରଷ୍ଟି୍ରପ୍ର ଉନ୍ନତୀକରଣ କରି ଗ୍ରୀନ୍ଫିଲ୍ଡ ବିମାନବନ୍ଦର ପ୍ରତିଷ୍ଠା କରିବା ପାଇଁ ୨୦୧୬ରୁ ଦାବି ହୋଇଆସୁଛି ।
ଏଥିପାଇଁ ବିଭିନ୍ନ ସଙ୍ଗଠନ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ଡେଭ୍ଲପ୍ମେଣ୍ଟ ଫୋରମ୍ ତରଫରୁ ମଧ୍ୟ ବିଗତ ଦିନରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । କିନ୍ତୁ ଗ୍ରୀନ୍ଫିଲ୍ଡ ବିମାନବନ୍ଦର ବଦଳରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟି୍ରପ୍କୁ ସମ୍ପ୍ରସାରଣ କରି ବେସାମରିକ ବିମାନ ଚଳାଚଳ ନିମନ୍ତେ ଉଡାନ୍-୪ରେ ଏହାକୁ ସାମିଲ୍ କରାଯାଇଛି । ପ୍ରାୟ ୩୭ଏକର ଜମିରେ ତିଆରି ହୋଇଥିବା ଏୟାରଷ୍ଟି୍ରପ୍ରେ ୮୩୨ମିଟର ରନ୍ୱେ ରହିଛି । ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଓ କୋଠା ପାଇଁ ଆହୁରି ପ୍ରାୟ ୩୫/୩୭ଏକର ଜମି ଆବଶ୍ୟକ । ଏଥିପାଇଁ ଜମି ଚିହ୍ନଟ ହୋଇସାରିଛି । ଏୟାରଷ୍ଟି୍ରପ୍ ନିକଟରେ ଥିବା ପ୍ରାୟ ୧୫ଏକର ଘରୋଇ ଜମି ଅଧିଗ୍ରହଣ କରାଯିବ । ଏହାସହିତ ୧୮ଏକର ସରକାରୀ ଜମି ମଧ୍ୟ ଏୟାରଷ୍ଟି୍ରପ୍ରେ ସାମିଲ କରାଯିବାକୁ ଯୋଜନା ରହିଛି । ପ୍ରାୟ ୭୦ଏକର ଜମିରେ ପୂର୍ଣ୍ଣାଙ୍ଗ ଏୟାରଷ୍ଟି୍ରପ୍ ହେବ ବୋଲି ବ୍ରହ୍ମପୁର ପୂର୍ତ୍ତ ବିଭାଗ-୨ ଅଧିକ୍ଷଣଯନ୍ତ୍ରୀ ଇଂ.ତପନ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ବିମାନ ଚଳାଚଳ ପାଇଁ ଆବଶ୍ୟକ ରନ୍ୱେ, ଏୟାରଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ସହିତ ଯାତ୍ରୀଙ୍କ ପାଇଁ ଆବଶ୍ୟକ କୋଠା ତିଆରି ହେବ । ଏଥିପାଇଁ ସର୍ଭେ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ଆଉ କିଛିଦିନ ମଧ୍ୟରେ ଡିପିଆର୍ ପ୍ରସ୍ତୁତ ହେବ । ଡିପିଆର୍ ମଞ୍ଜୁର ହେବା ପରେ ଟେଣ୍ଡର ଆହ୍ୱାନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।