୧୬ ସୁଦ୍ଧା ଆଉ ଏକ ଲଘୁଚାପ!

ଭୁବନେଶ୍ୱର, ୧୧ା୭ (ବୁ୍ୟରୋ): ଲଘୁ·ପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆଗକୁ ବଙ୍ଗୋପସାଗରରେ ଆଉ ଏକ ଲଘୁ·ପ ସୃଷ୍ଟି ହେବ । ଏହା ପ୍ରଭାବରେ ସାରାରାଜ୍ୟରେ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆରକେ ଜେନାମଣି କହିଛନ୍ତି, ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁ·ପ ୩ ଦିନ ହେଲା ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଓଡିଶା ଉପକୂଳରେ ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା,
ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ଭଲ ବର୍ଷା ହୋଇଛି । ଆସନ୍ତା ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଆଉ ଏକ ଲଘୁ·ପ ସୃଷ୍ଟି ହେବ । ଯଦ୍ୱାରା ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସଂପ୍ରତି ରାଜ୍ୟସାରା ମୌସୁମୀ ସକ୍ରିୟ ରହିଛି ବୋଲି ଶ୍ରୀ ଜେନାମଣି କହିଛନ୍ତି ।
ଓଡ଼ିଶାରେ ବର୍ଷା ପରିମାଣ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଜୁନରେ ରାଜ୍ୟରେ ୩୭% କମ ବର୍ଷା ହୋଇଥିଲା । ଏହି ସମୟରେ ୨୧ ସେମି ବର୍ଷା ହୋଇଥାଏ । କିନ୍ତୁ ରାଜ୍ୟରେ ମାତ୍ର ୧୩ ସେମି ବର୍ଷା ରେକର୍ଡ କରାଯାଇଛି । ତେବେ ଜୁଲାଇରେ ସ୍ଥିତି ବଦଳିଛି । ଜୁଲାଇ ୧ରୁ ୧୧ ମଧ୍ୟରେ ୧୩.୬ ସେମି ବର୍ଷା ହୋଇଛି । ସ୍ୱାଭାବିକ ଭାବେ ଏହି ସମୟରେ ୧୦.୫ ସେମି ବର୍ଷା ହୋଇଥାଏ । କିନ୍ତୁ ଏହି ସମୟରେ ୩୦% ଅଧିକ ବର୍ଷା ରେକର୍ଡ କରାଯାଇଛି ।
ସେହିପରି ଜୁନ ୧ରୁ ଜୁଲାଇ ୧୧ ମଧ୍ୟରେ ହାରାହାର ୨୭ ସେମି ବର୍ଷା ହୋଇଛି । ବାସ୍ତବରେ ୩୧ ସେମି ବର୍ଷା ହେବା କଥା । ତେଣୁ ଏଯାଏ ରାଜ୍ୟରେ ୧୫% କମ ବର୍ଷା ହୋଇଛି । ଜିଲ୍ଲାୱାରି ଦେଖିଲେ ପୁରୀ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା, ନବରଙ୍ଗପୁର, ସୁନ୍ଦରଗଡ଼ରେ ସ୍ୱାଭାବିକଠାରୁ ୫୦% କମ ବର୍ଷା ରେକର୍ଡ କରାଯାଇଛି । ଜୁଲାଇରେ ସମଗ୍ର ରାଜ୍ୟରେ ଭଲ ବର୍ଷା ହୋଇଥିଲେ ମଧ୍ୟ ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ରେ ନିଅଣ୍ଟିଆ ବର୍ଷା ହୋଇଥିବା ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *