ଭାରତର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍

କ୍ରସ୍ଓଭର୍ ମ୍ୟାଚ୍ରେ ସ୍ପେନ୍ ଠାରୁ ପରାସ୍ତ
ଟେରେସା,୧୧ା୭ (ଏଜେନ୍ସି): ଭାରତୀୟ ମହିଳା ହକି ଟିମ୍ର ବିଶ୍ୱକପ୍ ବିଜୟ ଆଶା ସମ୍ପୂର୍ଣ୍ଣ ଭାବେ ଧୂଳିସାତ୍ ହୋଇଯାଇଛି । କ୍ରସ୍ଓଭର୍ ମ୍ୟାଚ୍ରେ ସହ-ଆୟୋଜକ ସ୍ପେନ୍ ବିପକ୍ଷରେ ୦-୧ ପରାଜୟ ସହ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ ଟାଇଟଲ୍ରୁ ଭାରତ ବାଦ୍ ପଡ଼ିଛି । ୩ଟି କ୍ୱାର୍ଟର୍ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା, କିନ୍ତୁ ନିର୍ଦ୍ଧାରିତ ସମୟ ଶେଷ ହେବାର ମାତ୍ର ୩ ମିନିଟ୍ ପୂର୍ବରୁ ମାର୍ତା ସେଗୁ ପୁନର୍ବାର ଗୋଲ୍ ଦେଇ ଭାରତର ଅଭିଯାନକୁ ଶେଷ କରିଦେଇଥିଲା । ସମଗ୍ର ଟୁର୍ଣ୍ଣାମେଣ୍ଟ ଭଳି କ୍ରସ୍ଓଭର୍ ମ୍ୟାଚ୍ରେ ମଧ୍ୟ ଭାରତୀୟ ଦଳ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇ ନଥିଲେ । ଭାରତକୁ ସ୍ପେନ୍ ସହ ୩ଟି ମ୍ୟାଚ୍ରେ ୪ଟି ପେନାଲ୍ଟି କର୍ଣ୍ଣର୍ ମିଳିଥିଲା, କିନ୍ତୁ ଦଳ ଏଥିରୁ ଗୋଟିଏ ମାତ୍ର ଗୋଲ୍ ଦେଇପାରି ନଥିଲା । ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର୍ ୮ମ ମିନିଟ୍ରେ ମିଳିଥିଲା, କିନ୍ତୁ ଭାରତୀୟ ଦଳ ସ୍ପେନ୍ର ଡିଫେନ୍ସକୁ ପରାସ୍ତ କରିବାରେ ସକ୍ଷମ ନଥିଲା ।
ପ୍ରଥମ କ୍ୱାର୍ଟର୍ରେ ଉଭୟ ଦଳର ପ୍ରଦର୍ଶନରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେସମୟରେ ଗୋଲ୍ କରିବାକୁ ଯଥେଷ୍ଟ ସୁଯୋଗ ଥିଲା । ପରେ ପରେ ସ୍ପେନ୍ ଦବ୍ଦବା ବଜାୟ ରଖିବାକୁ ଚେଷ୍ଟା କରିଥିଲା । ଭାରତୀୟ ଅଧିନାୟକ ତଥା ଗୋଲ୍କିପର୍ ସବିତା ସାମାନ୍ୟ ପ୍ରଦର୍ଶନ ଜାରି ରଖିଥିଲେ । ପରେ ପରେ ବେଗୋନା ଗାର୍ସିୟାଙ୍କ ସଟ୍କୁ ଗୋଲ୍ ହେବାକୁ ଦେଇ ନଥିଲେ ।
କିଛି ସେକେଣ୍ଡ ପରେ ଭାରତକୁ ଦ୍ୱିତୀୟ ପେନାଲ୍ଟି କର୍ଣ୍ଣର୍ର ସୁଯୋଗ ମିଳିଥିବାବେଳେ ପ୍ରଥମେ ସ୍ପେନର ଗୋଲ୍କିପର୍ ମେଲାନୀ ଗାର୍ସିୟା ମୋନିକାଙ୍କ ସଟ୍କୁ ଅଟକାଇଥିଲେ । ଏହାପରେ ଭାରତ ଆଗକୁ ସୁଯୋଗ ପାଇଥିଲା, ମାତ୍ର ସଲିମା ଟେଟେଙ୍କ ଭଲ ପ୍ରଦର୍ଶନରେ ମିଳିଥିବା ବଲ୍କୁ ବନ୍ଦନା କଟାରିୟା ଗୋଲ୍ ଉପରୁ ବାହାରକୁ ମାରି ଦେଇଥିଲେ । ମ୍ୟାଚ୍ର ମଧ୍ୟଭାଗ ପର୍ଯ୍ୟନ୍ତ ଉଭୟ ଦଳର ଗୋଲ୍ ସମାନ୍ତରାଳରେ ଚାଲିଥିଲା । ମାତ୍ର ତୃତୀୟ କ୍ୱାର୍ଟର୍ରେ ଭାରତ ସକାରାତ୍ମକ ଭାବେ ଆରମ୍ଭ କରିଥିଲେ ମଧ୍ୟ ଗୋଲ୍ ଦେବାରେ ସଫଳ ହୋଇ ନଥିଲା । ଚତୁର୍ଥ ଓ ଅନ୍ତିମ କ୍ୱାର୍ଟର୍ରେ ଉଭୟ ଦଳକୁ ଆରମ୍ଭରେ ହିଁ ସୁଯୋଗ ମିଳିଥିଲା । ସ୍ପେନର ସାରା ବାରିଓସ୍ ଗୋଲ୍ମୁଖଙ୍କ ସାମ୍ନାରେ ସବିତାଙ୍କୁ ଅଟକାଇବାକୁ ପଡ଼ିଥିଲା, କିନ୍ତୁ ସେ ତାହା କରିବାରେ ବିଫଳ ହୋଇଥିଲେ । ଏହା ପରେ ସ୍ପେନ୍ର ପ୍ରତିରକ୍ଷା ଭାରତର ପ୍ରୟାସକୁ ବାଧା ଦେଇଥିଲା ।
ତେବେ ସ୍ପେନ୍ ପାଇଁ ଅନ୍ତିମ କିଛି ମିନିଟ୍ ବେଶ୍ ଚାପଗ୍ରସ୍ତ ରହିଥିଲା । ଗାର୍ସିୟାଙ୍କୁ ହଳଦିଆ କାର୍ଡ ଏବଂ ସେଗୁଙ୍କୁ ସବୁଜ କାର୍ଡ ଦେଖାଯାଇଥିଲା, ଯଦ୍ଦ୍ୱାରା ଟିମ୍କୁ ୯ ଖେଳାଳିଙ୍କୁ ନେଇ ଆଗକୁ ବଢ଼ିବାକୁ ହୋଇଥିଲା । ଦୁଇ ଜଣ ଖେଳାଳି ଅଧିକ ଥିବା ସତ୍ତ୍ୱେ ଭାରତୀୟ ଦଳ ସୁଯୋଗର ଲାଭ ଉଠାଇ ଗୋଲ୍ କରିବାକୁ ଅସମର୍ଥ ହୋଇଥିବାବେଳେ ପଦକ ଦୌଡ଼ରୁ ବାଦ୍ ପଡ଼ିଗଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *