ଚୀନ୍କୁ ଟପିବ ଭାରତ

ପୃଥିବୀ ଜନସଂଖ୍ୟା ୮ଠଠ କୋଟିକୁ ଛୁଇଁବ: ଜାତିସଂଘ
ନୂଆଦିଲ୍ଲୀ, ୧୧ା୭: ବିଶ୍ୱ ଜନସଂଖ୍ୟା ଦିବସରେ ଜାତିସଂଘ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଭାରତ ଆସନ୍ତା ବର୍ଷ ପୃଥିବୀର ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ରୂପେ ଉଭା ହୋଇ ଚୀନ୍କୁ ପଛରେ ପକାଇଦେବ । ଆସନ୍ତା ନଭେମ୍ବର ମଧ୍ୟଭାଗ ସୁଦ୍ଧା ପୃଥିବୀ ଜନସଂଖ୍ୟା ୮ଠଠ କୋଟିକୁ ବୃଦ୍ଧି ପାଇବ । ଆସନ୍ତା ୩୦ ବର୍ଷରେ ବିଶ୍ୱ ଜନସଂଖ୍ୟାରେ ୨୦୦ କୋଟି ବୃଦ୍ଧି ଘଟିବ ବୋଲି ଜାତିସଂଘ ଜନସଂଖ୍ୟା ବିଭାଗ ଆକଳନ କରିଛି ।
ତେବେ ୱାର୍ଲଡ୍ ଇକୋନମିକ୍ ଫୋରମ୍ ରିପୋର୍ଟ କହୁଛି ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଭାରତ ଓ ଚୀନ୍ ଜନସଂଖ୍ୟାରେ ଖୁବ୍ ହ୍ରାସ ଘଟିବ । ଭାରତର ଜନସଂଖ୍ୟା ୧.୦୯ ବିଲିୟନ୍ ହେବ । ନାଇଜେରିଆ ଦ୍ୱିତୀୟ ଓ ଚୀନ୍ ତୃତୀୟ ସ୍ଥାନରେ ରହିବ ।
ଜାତିସଂଘ ରିପୋର୍ଟରେ କୁହାଯାଇଛି ଯେ, ୧୯୫୦ ପରେ ପ୍ରଥମ ଥର ପାଇଁ ପୃଥିବୀ ଜନସଂଖ୍ୟା ବୃଦ୍ଧିହାର କମିବା ସତ୍ତ୍ୱେ ଏବେ ପ୍ରତି ମିନିଟ୍ରେ ୨୭୦ ଶିଶୁ ଜନ୍ମ ହେଉଛନ୍ତି । ଫଳତଃ ପୃଥିବୀ ଜନସଂଖ୍ୟା ୧୩ କୋଟି ବୃଦ୍ଧି ଘଟୁଛି । ଜନ୍ମହାର ଏପରି ଅବ୍ୟାହତ ରହିଲେ ୨୧୦୦ ମସିହା ବେଳକୁ ପୃଥିବୀ ଜନସଂଖ୍ୟା ୧୧ ବିଲିୟନ୍ ହୋଇଯିବ । ଉଲ୍ଲେଖଯୋଗ୍ୟ ଯେ, ୨୦୧୧ରେ ବିଶ୍ୱ ଜନସଂଖ୍ୟା ୭ଠଠ କୋଟିକୁ ପାର୍ କରିଯାଇଥିଲା ।
ବିଶ୍ୱଜନସଂଖ୍ୟା ୮ ବିଲିୟନ୍ ଆଡ଼କୁ ଅଗ୍ରଗତି କରିବାର ପ୍ରମୁଖ କାରଣଗୁଡ଼ିକ ହେଲା ଅଷ୍ଟାଦେଶରୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଜନ୍ମହାରରେ ଦ୍ରୁତ ବୃଦ୍ଧି, ଲୋକଙ୍କ ହାରାହାରି ଆୟୁଷ ୭୦ ବର୍ଷରୁ ଅଧିକ ହେବା, ମୃତୁ୍ୟହାର କ୍ରମାଗତ ହ୍ରାସ ପାଇବା ଏବଂ ଗର୍ଭ ନିରୋଧ ସମ୍ବନ୍ଧରେ ମହିଳାମାନେ ବିଶେଷ ସଜାଗ ନ ହେବା ।
ପ୍ରାୟ ୨୫୦ ବର୍ଷ ପୂର୍ବେ ପ୍ରତ୍ୟେକ ମହିଳା ହାରାହାରି ୬ ଶିଶୁଙ୍କୁ ଜନ୍ମ ଦେଉଥିଲେ । ଏହି ଧାରା ଦେଢ଼ଶହ ବର୍ଷ ପର୍ଯ୍ୟନ୍ତ ଜାରି ରହିଥିଲା । ୧୯୫୦ରେ ଏଥିରେ ସାମାନ୍ୟ ହ୍ରାସ ଘଟିଲା । ଆଜି ମହିଳାଙ୍କ ସନ୍ତାନ ଜନ୍ମହାର ୨.୫ । ଊନବିଂଶ ଶତାବ୍ଦୀ ଆରମ୍ଭ ସମୟରେ ପୃଥିବୀ ଜନସଂଖ୍ୟା ଥିଲା ୧୦୦ କୋଟି ।
୧୨୩ ବର୍ଷ ଭିତରେ, ୧୯୨୭ ବେଳକୁ ତାହା ୨ଠଠ କୋଟିକୁ ଛୁଇଁଲା । ୧୯୬୦ ବେଳକୁ ବିଶ୍ୱ ଜନସଂଖ୍ୟା ୩୦୦ କୋଟି ହୋଇଥିଲା ।
ଅଢ଼େଇଶହ ବର୍ଷ ପୂର୍ବେ ମଣିଷର ହାରାହାରି ଆୟୁଷ୍କାଳ ଥିଲା ମାତ୍ର ୨୮ ବର୍ଷ । ଏବେ ତାହା ୭୨ ହୋଇଛି । ୩୦ଟି ଦେଶରେ ଲୋକଙ୍କ ହାରାହାରି ପରମାୟୁ ୮୦ ବର୍ଷରୁ ଅଧିକ ।
ବିଶ୍ୱବ୍ୟାପୀ ଜନ ବିସ୍ଫୋରଣର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ମୃତୁ୍ୟହାର ହ୍ରାସ । ୧୯୫୦ରେ ପ୍ରତି ହଜାରେ ଲୋକଙ୍କ ମଧ୍ୟରୁ ବର୍ଷକୁ ୨୦ ଜଣଙ୍କ ମୃତୁ୍ୟ ଘଟୁଥିଲା । ୨୦୨୦ ବେଳକୁ ମୃତୁ୍ୟ ସଂଖ୍ୟା ୮କୁ କମିଯାଇଥିଲା । ମୃତୁ୍ୟହାର ତୁଳନାରେ ଜନ୍ମହାର ଏବେ ଖୁବ୍ ଅଧିକ ହୋଇଛି ।
ଜାତିସଂଘ ରିପୋର୍ଟ ଅନୁଯାୟୀ ଟୋକିଓ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର (୩.୭ କୋଟି) । ଏହି ସୂଚୀର ଦ୍ୱିତୀୟ ସ୍ଥାନରେ ଅଛି ଦିଲ୍ଲୀ (୨.୯ କୋଟି) । ଦୁଇ କୋଟି ୬୦ ଲକ୍ଷ ଲୋକ ରହୁଥିବା ଶଂଘାଇ (ଚୀନ୍) ତୃତୀୟ ସ୍ଥାନ ଅଧିକାର କରିଛି ।
ପୃଥିବୀ ଜନସଂଖ୍ୟାର ଅଦେ୍ର୍ଧକ ଯୁବା ବର୍ଗର ଏବେ ପୃଥିବୀରେ ୩୦ରୁ କମ୍ ବୟସର ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *