୨୫ ରାଜ୍ୟରେ ବର୍ଷା ବିତ୍ପାତ
ନୂଆଦିଲ୍ଲୀ (ଏଜେନ୍ସି): ଆସାମ, ଗୁଜରାଟ ଏବଂ ମହାରାଷ୍ଟ୍ର ପରେ ଏବେ ମଧ୍ୟପ୍ରଦେଶରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପାଇଁ ହାଇ ଆଲର୍ଟ ଜାରି କରିଛନ୍ତି । ମୌସୁମୀ ବିଭାଗ ଅନୁସାରେ ମଧ୍ୟପ୍ରଦେଶର ଭୋପାଳ, ଇନେ୍ଦାର ଏବଂ ଜବଲପୁର ସମେତ ୩୩ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ସୃଷ୍ଟି ହୋଇଛି । ଗତ ଦୁଇ/ତିନି ଦିନ ଧରି ରାଜ୍ୟରେ ରହି ରହି ମାତ୍ରାଧିକ ବର୍ଷା ହେବାରେ ଲାଗିଛି । ଅନ୍ୟପକ୍ଷେ ତେଲେଙ୍ଗାନାରେ ଗୋଦାବରୀ ନଦୀ ୨ୟ ନଂ ବିପଦ ସଙ୍କେତ ପାର କରିଛି । ଜଳ ପତ୍ତନ ୫ଠ.୪ ଫୁଟ୍ ପର୍ଯ୍ୟନ୍ତ ପହଞ୍ଚôଯାଇଛି । ଯାହାଦ୍ୱାରା ଭଦ୍ରାଚଳମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି । କର୍ଣ୍ଣାଟକରେ ମଧ୍ୟରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ହାଇ ଆଲର୍ଟ ଜାରି କରାଯାଇଛି ।
ଦିଲ୍ଲୀ-ଏନ୍ସିଆର୍ ଏବଂ ମଧ୍ୟପ୍ରଦେଶରେ ସୋମବାର ଦିନ ବର୍ଷା ହୋଇନଥିଲେ ମଧ୍ୟ ସ୍ଥିତି ସାମାନ୍ୟ ଉଦ୍ବେଗଜନକ ରହିଛି । ସେହିପରି ରାଜସ୍ଥାନରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ମୌସୁମୀ ବିଭାଗ ସ୍ପଷ୍ଟ କରିଥିବା ବେଳେ ରାଜ୍ୟ ସରକାର ଆଲର୍ଟ ଜାରି କରିଛନ୍ତି । ଅନ୍ୟପକ୍ଷେ ବିହାର, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ଏବେ ବି ବର୍ଷା ହୋଇନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ତେବେ ଆସନ୍ତା ୪ ଦିନ ପରେ ଏସବୁ ଅଞ୍ଚଳରେ ମଧ୍ୟ ବର୍ଷା ହେବ ବୋଲି ମୌସୁମୀ ବିଭାଗ ପୂର୍ବାନୁମାନ ଲଗାଇଛି ।
ସୋମବାର ଗୁଜରାଟରୁ ବର୍ଷାଜନିତ ସ୍ଥିତି ସମ୍ପର୍କୀତ କେତେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲଗାଣ ବର୍ଷା ଯୋଗୁ ରାଜ୍ୟର ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ରାଜଧାନୀ ଅହମ୍ମଦାବାଦ୍ରେ ଲଗାଣ ବର୍ଷା ଯୋଗୁ ଜାତୀୟ ରାଜପଥରେ କୃତି୍ରମ ବନ୍ୟା ସୃଷ୍ଟି ହୋଇଛି । ବର୍ଷା ଜଳ ପ୍ରବାହରେ ଏକ କାର ଭାସିଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ସେହିପରି ସହରବାସୀଙ୍କ ଘରେ ବର୍ଷାଜଳ ପ୍ରବେଶ କରିଛି । ଇତିମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବନ୍ୟା ଜଳ ଘେରରେ ଫସିରହିଥିବା ପ୍ରାୟ ୩ଠଠଠରୁ ଊଦ୍ଧ୍ୱର୍ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଅଞ୍ଚଳକୁ ଅଣାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ସହର ତଳି ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ଖରାପ ହୋଇପଡିଛି । ସହରର ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ରାଜ୍ୟର କାବେରୀ, ଅମ୍ବିକା ସମେତ ଅନ୍ୟ ନଦୀରେ ଜଳସ୍ତର ବିପଦ ସଙ୍କେତ ଟପିଛି । ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୁଜରାଟ ବର୍ଷା ତଥା ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଆଲୋଚନା କାଳରେ ସେ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।