ମହିଳା କଂଗ୍ରେସ ତରଫରୁ ବିକ୍ଷୋଭ

ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ତରଫରୁ ରନ୍ଧନ ଗ୍ୟାସ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ସହିତ କୁଶ ପୁତ୍ତଳିକା ଦାହ କରାଯାଇଛି । ଜିଲ୍ଲା ମହିଳା କଂଗ୍ରସ ସଭାନେତ୍ରୀ ସ୍ମିତାରାଣୀ ସାମଲଙ୍କ ନେତୃତ୍ୱରେ ଜିଲ୍ଲାର ତଥା ବ୍ଲକରୁ ମହିଳାମାନେ ଯୋଗଦେଇ କେନ୍ଦ୍ର ସରକାର ଯେଉଁଭଳି ଭାବରେ ଗ୍ୟାସ ଦର ବୃଦ୍ଧି କରୁଛନ୍ତି ଏବଂ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ଘଟୁଛି ତାହା ଆଗାମୀଦିନରେ ଶ୍ରୀଲଙ୍କା ପରିସ୍ଥିତ ସୃଷ୍ଟି କରିବ । ସରକାର ଉଜ୍ଜଳା ଯୋଜନା କରୁଥିବା ବେଳେ ଉଜ୍ଜଳା ଯୋଜନାର ହିତାଧିକାରୀ ମାନେ ଗ୍ୟାସ କିଣିବା ବି କଷ୍ଟକର ହେଉଛି । ଏହାକୁ ନେଇ ଏଆଇସିସି ସଭ୍ୟା ସୁଭାସିନୀ ମହାଖୁଡ, ଟାଉନ ମହିଳା ସଭାନେତ୍ରୀ ଶିଳ୍ପୀଶ୍ରୀ ହରିଚନ୍ଦନ, ଜିଲ୍ଲା ଉପସଭାପତି ସରୋଜ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନରାୟଣ ଦାସ, ସୁରେଶ ଚନ୍ଦ୍ର ମିଶ୍ରଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *