ମଲ୍ରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ଅଧିକାରୀ

ବିଏମ୍ସିର କଡ଼ା କଟକଣା
ଭୁବନେଶ୍ୱର(ବୁ୍ୟରୋ): କିଛି ଦିନ ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫୦୦ ଉପରେ ରହୁଛି । ସେଥିମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ସଂକ୍ରମର ପ୍ରତିରୋଧ ନିମିତ୍ତ କଡ଼ା କଟକଣା ଲାଗୁ କରିଛି ବିଏମ୍ସି । ଠେଲା ଦୋକାନଠୁ ଆରମ୍ଭ କରି ସପିଙ୍ଗ ମଲ୍, ସ୍ପା, ସେଲୁନରେ ଭିଡ ଏଡ଼ାଇବାକୁ କଡ଼ା ନିଦେ୍ର୍ଦଶ ଦିଆଯାଇଛି ।
ଠେଲା ଜଳଖିଆ, ·, ଲସି, ଗୁପଚୁପ୍ ଦୋକାନରେ ଭିଡ଼କୁ ବାରଣ କରାଯାଇଛି । ଦୋକାନ ଆଗରେ ଯେମିତି ଭିଡ଼ ନ ହୁଏ ସେଥିପ୍ରତି ସଜାଗ ରହିବାକୁ ତାଗିଦ କରିଛି ବିଏମ୍ସି । ଭିଡ଼ ସମ୍ଭାଳି ନ ପାରିଲେ ଖାଦ୍ୟ ପାର୍ସଲ ଦେବାକୁ ଦୋକାନୀଙ୍କୁ ପରାମର୍ଶ ଦିଆଯାଇଛି । ସପିଙ୍ଗ ମଲ୍, ଦୋକାନରେ ମଧ୍ୟ ଭିଡ଼ ନ କରିବାକୁ କଡ଼ାକଡ଼ି ଭାବେ କୁହାଯାଇଛି । ମଲ୍ ମଧ୍ୟରେ ସାମାଜିକ ଦୂରତ୍ୱ ସହ ମାସ୍କ ବ୍ୟବହାର ମଲ୍ କର୍ତ୍ତୃପକ୍ଷ ନିଶ୍ଚିତ କରିବେ । କୋଭିଡ଼ କଟକଣା ପାଳନ ହେଉଛି କି ନାହିଁ ତାହା ତଦାରଖ ପାଇଁ ଜଣେ ଲେଖାଏ ସ୍ୱତନ୍ତ୍ର ଅଧିକାରୀ ରଖିବାକୁ ବିଏମ୍ସି ପକ୍ଷରୁ ସବୁ ମଲ୍ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦିଆଯାଇଛି । କୋଭିଡ୍ କଟକଣା ମାନିବାକୁ ସବୁ ସ୍ପା ଓ ସେଲୁନ୍କୁ ମଧ୍ୟ କଡ଼ା ତାଗିଦ କରାଯାଇଛି । ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରୁ ୩୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୩୬ । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୯ ଜଣ ଅନ୍ତର୍ଭୁକ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୯, କଟକରୁ ୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୪,୦୭୬କୁ ବୃଦ୍ଧି ପାଇଛି । ସେଥିମଧ୍ୟରେ ଆକ୍ଟିଭ କେସ୍ ୩୩୬୦ ଥିବା ବେଳେ ସୁସ୍ଥ ହେଲେଣି ୧୨,୮୧,୫୩୭ ଆକ୍ରାନ୍ତ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *