ସିଞ୍ଜୋ ଆବେଙ୍କ ଦଳ ବିଜୟୀ

ଜାପାନ ନିର୍ବାଚନ
ଟୋକିଓ (ଏଜେନ୍ସି): ଜାପାନର ପୂର୍ବତନ ତଥା ଦିବଂଗତ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଦେଶବାସୀ ଏକ ଅଭିନବ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆସନ୍ତା କାଲି ଅର୍ଥାତ୍ ମଙ୍ଗଳବାର ଦିନ ସିଞ୍ଜୋଙ୍କ ମରଶରୀରର ରାଜକୀୟ ଢ଼ଙ୍ଗରେ ଅନ୍ତ୍ୟେଷ୍ଟି କ୍ରିୟା ହେବାକୁ ଥିବା ବେଳେ ଜାପାନବାସୀ ତାଙ୍କ ଦଳକୁ ବିଜୟୀ କରାଇବା ପୂର୍ବକ ମରଣୋତ୍ତର ଭାବେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଜାପାନ୍ର ଉଚ୍ଚ ସଦନ ପାଇଁ ଗତ ରବିବାର ଅନୁଷ୍ଠିତ ହୋଇଯାଇଥିବା ନିର୍ବାଚନରେ ଜାପାନ୍ବାସୀ ଆବେଙ୍କ ଦଳକୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରାଇଥିବା ସ୍ଥାନୀୟ ଗଣମାଧ୍ୟମ ନିଜ ରିପୋର୍ଟରେ ଦର୍ଶାଇଛନ୍ତି ।
ସୋମବାର ଦିନ ଜାପାନ୍ ନିର୍ବାଚନ ପରିପ୍ରେକ୍ଷୀରେ ଏକ୍ଜିଟ୍ ପୋଲ୍ ଫଳାଫଳ ସାମ୍ନ୍ାକୁ ଆସିଛି । ଏଥିରେ ସିଞ୍ଜୋ ଆବେଙ୍କ ଦଳ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍ଡିପି) ମୋଟ୍ ୧୨୫ଟି ଆସନରୁ ୬୩ଟି ଆସନ ଜିତିବାରେ ସଫଳ ହୋଇଛି । ସେହିପରି ଏଲଡିପିର ସହଯୋଗୀ ଦଳ କୋମେଇତୋ ପାର୍ଟିକୁ ୧୩ଟି ଆସନ ମିଳିଛି । ଅର୍ଥାତ୍ ୧୨୫ଟି ଆସନ ମଧ୍ୟରୁ ଏଲଡିପି ଏବଂ ମେଣ୍ଟ ସହଯୋଗୀଙ୍କ ଖାତାକୁ ମୋଟ୍ ୭୬ଟି ଆସନ ଯାଇଛି । ତେବେ ଏହାକୁ ମିଶାଇ ୨୪୮ ଆସନ ବିଶିଷ୍ଟ ଉଚ୍ଚସଦନରେ ଏଲଡିପିର ମୋଟ୍ ଆସନ ସଂଖ୍ୟା ୧୪୬ରେ ପହଞ୍ଚôଯାଇଛି । ୨ଠ୧୩ ପର ଠାରୁ ଜାପାନ୍ରେ ହୋଇଥିବା ସମସ୍ତ ନିର୍ବାଚନ ତୁଳନାରେ ଏହା ଏଲ୍ଡିପିର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।
ପ୍ରକାଶ, ଜାପାନର ଉଚ୍ଚ ସଦନ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ଗତ ସପ୍ତାହରେ ସିଞ୍ଜୋ ଆବେ ଏକ ପ୍ରଚାର କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ଏବଂ ଏଥିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ଅଘଟଣର ଠିକ୍ ଦୁଇ ଦିନ ପରେ ଭୋଟ୍ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ତାଙ୍କ ଦଳ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍ଡିପି) ମୋଟ୍ ୧୨୫ଟି ଆସନରୁ ୬୩ଟି ଆସନ ଜିତିବାରେ ସଫଳ ହୋଇଛି । ତେବେ ସିଞ୍ଜୋଙ୍କ ଅବର୍ତ୍ତମାନରେ ଏଲ୍ଡିପିର ନେତୃତ୍ୱ ନେଉଥିବା ଦଳର ଅନ୍ୟତମ ବରିଷ୍ଠ ନେତା ତଥା ସିଞ୍ଜୋଙ୍କ ଏକାନ୍ତ ବିଶ୍ୱସ୍ତ ତଥା ଜାପାନ୍ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଆହୁରି ସୁଦୃଢ କରିବ ବୋଲି ଅନୁୂମାନ କରାଯାଉଛି । ସିଞ୍ଜୋଙ୍କ ସମୟରେ ଆଗତ ଜାପାନ ସମ୍ବିଧାନରେ ପ୍ରସ୍ତାବିତ ସଂସ୍କାର ପ୍ରକ୍ରିୟାକୁ କିସିଦା ଆଗେଇ ନେଇପାରିବେ ଏବଂ ସିଞ୍ଜୋଙ୍କ ଏହି ଦୀର୍ଘଦିନର ସ୍ୱପ୍ନକୁ ସାକାର କରିପାରିବେ ବୋଲି ମତ ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *