ରୁଚିକା ମା’ଙ୍କୁ ଉଠାଇ ନେଲା ପୁଲିସ

ଭୁବନେଶ୍ୱର(ବୁ୍ୟରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଇତିମଧ୍ୟରେ ୧୦ ଦିନ ବିତିଛି । ହେଲେ ଏପର୍ଯ୍ୟନ୍ତ ସିନିୟର ଛାତ୍ରୀଙ୍କ ସଂପର୍କରେ କିଛି ତଥ୍ୟ ପାଇପାରିନାହିଁ । ଅନ୍ୟପକ୍ଷରେ କଲେଜ ଆଗରେ ଧାରଣା ଦେଇଥିବା ରୁଚିକାଙ୍କ ମା’ ବିଦୁ୍ୟତ୍ଲତା ମହାନ୍ତି ଓ ତାଙ୍କ ସହିତଥିବା କିଛି ସାମାଜିକ କର୍ମୀଙ୍କୁ ପୁଲିସ ଅନ୍ୟତ୍ର ନେଇ ଯାଇଛି । ଯାହାକୁ ନେଇ ପୁଲିସ୍ ଉପରେ ବର୍ଷିଛନ୍ତି ରୁଚିକାଙ୍କ ମା’ ।
ପୁଲିସ ଘୋଷାଡି ଘୋଷାଡ଼ି ନେଲା ବେଳେ କୋହଭରା କଣ୍ଠରେ ସେ କହିଛନ୍ତି, ମୋ ଝିଅକୁ ନ୍ୟାୟ ମିଳିଲା ନାହିଁ । ମୋତେ ରାସ୍ତାରୁ ଉଠାଇ ଦେଉଛନ୍ତି । ମୋ ଝିଅ ଆତ୍ମହତ୍ୟା ପଛରେ ବଡ଼ ବଡ଼ ଲୋକଙ୍କ ହାତ ରହିଛି ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଭୁବନେଶ୍ୱର ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି, ଧାରଣା ଦେବାକୁ ମନା କରିନାହୁଁ । ଯିଏ ଯେଉଁଠି ·ହିଁବେ ଧାରଣା ଦେଇପାରିବେ ନାହିଁ । ଲୋୟର ପିଏମଜିକୁ ଧାରଣା ସ୍ଥଳ କରାଯାଇଛି । ସେଠି ଯାଇ ଧାରଣା ଦେଇପାରିବେ । ଗତକାଲି ମନସ୍ତତ୍ୱବିତମାନେ କିଛି ପିଲାଙ୍କୁ ଜେରା କରିଛନ୍ତି । ଆଉ କିଛି ପିଲାଙ୍କୁ ଜେରା କରାଯିବ ।
ଅତିରିକ୍ତ ଡିସିପି ଆହୁରି କହିଛନ୍ତି, କଲେଜ ଆଗରେ ଧାରଣା ଦେବା ଦ୍ୱାରା ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି ବୋଲି କଲେଜ କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ । ଏଥିପାଇଁ ପଦକ୍ଷେପ ନିଆଯାଉ ବୋଲି କର୍ତ୍ତୃପକ୍ଷ ଲେଖିକି ଦେଇଥିଲେ । କିନ୍ତୁ ରୁଚିକାଙ୍କୁ ରାଗିଂ କରାଯାଇଛି ବୋଲି କିଛି ସତ୍ୟତା ପାଇନାହୁଁ ବୋଲି ଅତିରିକ୍ତ ଡିସିପି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *