ବାଇପାସ୍ରେ ଘଣ୍ଟାଏ ଅଟକିଲେ ଯାତ୍ରୀ
ବେଆଇନ ପଥର ବ୍ଲାଷ୍ଟିଂ
ଚିକିଟି (ଆପ୍ର): ଚିକିଟି ତହସିଲରେ ବେଆଇନ ପଥର ବ୍ଲାାଷ୍ଟ ପାରମ୍ପରିକ କଳା କୌଶଳ ରୂପ ନେଇଛି । ପଥର ବ୍ଲାଷ୍ଟି ଯୋଗୁଁ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ମାଉନ୍ଦପୁର ଚିକିଟି ଗଡ଼ ବାଇପାସରେ ପଥର ବ୍ଲାଷ୍ଟିଂ କରି ଜବରଦସ୍ତ ଯାତ୍ରୀଙ୍କୁ ଅଟକା ଯାଇଛି । ଯଦ୍ଦ୍ୱାରା ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ, ଶିକ୍ଷକ ତଥା ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମାଫିଆଙ୍କ ଦାଦାଗିରି ତଥା ରାଜନୈତିକ ଦବଦବାକୁ ଭୟ କରି ଲୋକେ ମୁହଁ ଖୋଲିବାକୁ ମଧ୍ୟ ନାରାଜ । ଉକ୍ତ ବାଇପାସରେ ସକାଳ ୯ ଟାରୁ ଯାତାୟାତ କରୁଥିବା ଯାତ୍ରୀଙ୍କୁ ପଥର ବ୍ଲାଷ୍ଟ ପାଇଁ ଘଣ୍ଟାଏ କାଳ ଅଟକାଯାଇଥିଲା । ପ୍ରବଳ ବର୍ଷାରେ ଯାତ୍ରୀଙ୍କୁ ଅଟକାଇ ୯.୫୦ରେ ମୁଖ୍ୟ ରାସ୍ତାର ପାଶ୍ୱର୍ରେ ଲଗାତାର ୫ ଥର ବ୍ଲାଷ୍ଟ କରାଯାଇଥିଲା । ପ୍ରଶାସନକୁ ଜଣେଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ଲାଷ୍ଟିଂ ଜାରି ରହିଥିଲା । ଧୂଆଁଳିଆ ପରିବେଶକୁ ଛୋଟ ଛୋଟ ପଥର ରାସ୍ତା ତଥା ବିଲରେ ପଡ଼ି ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ପଥର ଚାଞ୍ଚଡ଼ା ଗୁଡ଼ିକ ବିପଦ ଜନକ ଅବସ୍ଥାରେ ରହିଛି । ଉକ୍ତ ଅଞ୍ଚଳ ଜଙ୍ଗଲ ବିଭାଗ ଅଧୀନରେ ଥିବା ହେତୁ ଫରେଷ୍ଟରଙ୍କୁ ଯୋଗାଯୋଗ କରିବାରୁ ମାଫିଆଙ୍କୁ ବ୍ଲାଷ୍ଟି୍ର ପାଇଁ ମନା କରାଯାଇଥିବା କହିଥିଲେ । ନିଦେ୍ର୍ଦଶକୁ ଅବମାନନା କରିଥିବାରୁ ସଂପୃକ୍ତ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ତହସିଲ ଓ ଜଙ୍ଗଲ ବିଭାଗ ସୀମାକୁ ନେଇ ଦ୍ୱନ୍ଦ୍ୱରେ ରହି କାର୍ଯ୍ୟାନୁଷ୍ଠାନ ନେବାକୁ ଆଗଭର ହେଉନଥିବା ମଧ୍ୟ ସୂଚନା ଯୋଗ୍ୟ । ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ବେଆଇନ ଭାବେ ଜିଲେଟିନ ଓ ଟୁଟି ଆଣି ବେଆଇନ ବ୍ଲାଷ୍ଟ କରି ଟ୍ରକ ଓ ଟ୍ରାକ୍ଟର ଯୋଗେ ପଥର ଚାଲାଣ ହେଉଛି ।