ଦଶମ କୋର୍ସରେ କରୋନା
ଏଥର ୧ଠଠ ମାର୍କ ପରୀକ୍ଷା
ଭୁବନେଶ୍ୱର, ୧ଠା୭(ବୁ୍ୟରୋ): ଦୁଇବର୍ଷ ହେଲା କୋଭିଡ୍-୧୯ ବିଶ୍ୱକୁ କବ୍ଜା କରି ରଖିଛି । ତେଣୁ ଶିକ୍ଷା କ୍ଷେତ୍ର ଅଧିକ କ୍ଷତିଗ୍ରସ୍ତ ହୋଇଛି । ପିଲାମାନଙ୍କୁ ଏହି କୋଭିଡ୍ ବିଷୟରେ ସଚେନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋିଛି । ଏଣିକି ଦଶମ ପାଠ୍ୟକ୍ରମରେ ସାମିଲ ହେବ କରୋନା ବିଷୟ । ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ ବଢୁଥିବାରୁ ସତର୍କ ରହିବାକୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଥଣ୍ଡା ହୋଇଥିଲେ ପିଲାମାନେ ସ୍କୁଲ ନ ଯଆନ୍ତୁ, ସବୁ ଥଣ୍ଡା ଜ୍ୱର କୋଭିଡ୍ ନୁହେଁ । ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ଥଣ୍ଡା ଜ୍ୱର ହୋଇଥିଲେ ପିଲାଙ୍କୁ ସ୍କୁଲ ନ ଛାଡିବାକୁ ଅଭିଭାବକଙ୍କୁ କୁହାଯାଇଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ସ୍କୁଲ କୋର୍ସ ପାଟର୍ଣ୍ଣ ଦିଆସରିଛି । ଏଥର ୧୦୦ ମାର୍କ ପରୀକ୍ଷା ହେବ । ଯେମିତି ସମେଟିଭ ୧ ଓ ୨ ହେଉଥିଲା, ସେହି ଅନୁସାରେ ପରୀକ୍ଷା କରାଯିବ । ଜୀବ ବିଜ୍ଞାନ ବହିରେ ପୂର୍ବରୁ ୧୦ଟି ବିଷୟ ରହିଥିଲା । ଏଣିକି ମହାମାରୀ କୋଭିଡ୍ -୧୯ ଓ ତାହାର ପରି·ଳନା ନାମକ ଏକ ନୂତନ ଅଧ୍ୟାୟ ଯୋଡ଼ା ହୋଇଛି । ଜୀବ ବିଜ୍ଞାନରେ ଅଧ୍ୟାୟ ସଂଖ୍ୟା ୧୧ ହୋଇଯିବ । ସେହିପରି ଭୂଗୋଳରେ ମଧ୍ୟ ଆଉ ଏକ ଅଧ୍ୟାୟ ଯୋଡା ଯାଇଛି । ଜଳବାୟୁ ଜନିତ ବିପତ୍ତି ଏବଂ ପରି·ଳନା ନେଇ ଏକ ନୂତନ ଅଧ୍ୟାୟ ଯୋଡ଼ା ଯାଇଥିବା ସେ କହିଛନ୍ତି ।