ଲାଇଟ୍ ହାଉସ୍ ଅଧାରେ ଲିଫ୍ଟ ଅଚଳ

କୋଣାର୍କ (ଆପ୍ର): କୋଣାର୍କ ଚନ୍ଦ୍ରଭାଗା ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା କେନ୍ଦ୍ର ସରକାରଙ୍କ ଜାହାଜ ପରିବହନ ବିଭାଗର ବତୀ ଘର (ଲାଇଟ୍ ହାଉସ୍) ରେ ରବିବାର ଅପରାହ୍ନରେ ଲିଫ୍ଟ ଅଚଳ ହେବାକୁ ନେଇ ପର୍ଯ୍ୟଟକମାନେ ହଟହଟା ହେବାକୁ ପଡ଼ିଛି ।
ଖବର ନେବାରେ ଜଣାପଡ଼େ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ସାରି ପୁରୀରୁ କୋଣାର୍କ ପରିଦର୍ଶନରେ ଆସିଥିବା ଏକ ପରିବାରର ୫ ସଦସ୍ୟ ଚନ୍ଦ୍ରଭାଗା ସମୁଦ୍ରକୁଳ ବୁଲିବା ପରେ ସେଠାରେ ଥିବା ଲାଇଟ୍ ହାଉସ ବୁଲିବାକୁ ଯାଇଥିଲେ । ଉପରକୁ ଯିବାପାଇଁ ପର୍ଯ୍ୟଟକଙ୍କ ପାଇଁ ଥିବା ଲିଫ୍ଟରେ ପ୍ରବେଶ କରିବାବେଳେ ଉପସ୍ଥିତ ଥିବା କର୍ମଚାରୀ ସେମାନଙ୍କର ପ୍ରବେଶ ଟିକେଟ କାଟିଆଣି ଦେବାକୁ କହିଥିଲେ । କର୍ମଚାରୀ ଜଣକ ଟିକେଟ ଆଣିବାକୁ ଯାଉଛି ଆପଣ ଅପେକ୍ଷା କରିଥିବେ, ମୁଁ ଆସିଲେ ଲିଫ୍ଟରେ ଯିବେ । ଟିକେଟ ଆଣି ଆସିବାବେଳକୁ ୫ ପର୍ଯ୍ୟଟକ ଲିଫ୍ଟ୍ରେ ଉପରକୁ ଯାଉଥିଲା ବେଳେ ଅଧାବାଟରେ ଲିଫ୍ଟ୍ ଅଚଳ ହୋଇ ଯାଇଥିଲା । ଏହି ସମୟରେ ପର୍ଯ୍ୟଟକମାନେ ବ୍ୟସ୍ତ ହୋଇ ଉଦ୍ଧାର ପାଇଁ ଲିଫ୍ଟରେ ଥିବା ଫୋନ୍ ଉଠାଇ କଲ୍ କରିବାରୁ ତାହା କାର୍ଯ୍ୟ କରୁ ନ ଥିବା ଜାଣିବାକୁ ପାଇଥିଲେ । ବ୍ୟସ୍ତ ହୋଇ ସେମାନଙ୍କର ସ୍ଥାନୀୟ କୋଣାର୍କ ଅଞ୍ଚଳର ବନ୍ଧୁଙ୍କୁ ଫୋନ୍ କରି ଜଣାଇବାରୁ ସେମାନେ ଅଗ୍ନିଶମକୁ ଉଦ୍ଧାର ପାଇଁ ତୁରନ୍ତ ଖବର ଦେବାରେ କୋଣାର୍କ ଚମ୍ପାହର ଅଗ୍ନିଶମ ଅଧିକାରୀମାନେ ସେଠାରେ ପହଞ୍ଚô ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି ହେବାବେଳକୁ ଲାଇଟ୍ ହାଉସ୍ ଅଧିକାରୀ ପିକେ ସିଂ ପହଞ୍ଚô ଲିଫ୍ଟକୁ ସଚଳ କରାଇ ସେମାନଙ୍କୁ ଉଦ୍ଧାର କରିଥିଲେ ।
ଏନେଇ ଅଧିକାରୀଙ୍କୁ ଲିଫ୍ଟ ଅଚଳକୁ ନେଇ ପଚାରିବାରେ ସେ କୁହନ୍ତି ଉକ୍ତ ଲିଫ୍ଟରେ ୪ ଜଣ ଯିବା ପାଇଁ ନିଧାର୍ଯ୍ୟ ହୋଇଥିଲାବେଳେ ଏଥିରେ ୫ ଜଣ ଯିବାରୁ ଏପରି ସମସ୍ୟା ଦେଖାଦେଇଛି । ଲିଫ୍ଟ୍ଟି ସଠିକ୍ ବ୍ୟବସ୍ଥା ନ ଥିବା, କୌଣସି ଅଘଟଣ ଘଟିଲେ ସାଇରନ ବାଜିବା ବ୍ୟବସ୍ଥା ନ ଥିବା ଓ ଜରୁରୀକାଳୀନ ସମୟରେ ଉଦ୍ଧାର ପାଇଁ କୌଣସି ସଠିକ୍ ବ୍ୟବସ୍ଥା ନ ଥିବା ଜଣାପଡ଼ିଛି । ତୁରନ୍ତ ବିଭାଗୀୟ ଉଚ୍ଚ ଅଧିକାରୀ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଲାଇଟ୍ ହାଉସ୍ରେ ଲାଗିଥିବା ଲିଫ୍ଟ୍ରେ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *