ଲୋକଙ୍କ କାମରେ ଆସୁନି ରାସ୍ତା
ଶହେ ମିଟର ପିଚୁ ପାଇଁ ୫୦ ଲକ୍ଷ ଟଙ୍କାର ରାସ୍ତା ବେକାର
ଦାନଗଦି (ଆପ୍ରା): ବିଜୁ ପଟ୍ଟନାୟକ ମାର୍ଗ ଆଲିହାଦାଣ୍ଡିରୁ ଶନିମନ୍ଦିର ଛକରୁ ଜଖପୁରା ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଟିକେ ବର୍ଷା ହେଲେ ଗ୍ରାମ କୁ ସଂଯୋଗ ବିଛିନ୍ନ ହେଉଛି । ୧୦୦ ମିଟର ରୁ ଅଧିକ ରାସ୍ତା ନ ହେବାରୁ ଟିକେ ବର୍ଷା ହେଲେ ଗ୍ରାମକୁ କାଦୁଅ ପଚର ପଚର ହେବରୁ ଏହି ରାସ୍ତାରେ ଯିବା ସମ୍ଭବ ହେଉନାହିଁ । ପ୍ରାୟ ପାଞ୍ଚ ବର୍ଷ ହେବ ସରପଞ୍ଚ ଓ ଯନ୍ତ୍ରୀଙ୍କ ମାନମାନୀ ପାଇଁ ରାସ୍ତା କାମ ସରିପାରୁ ନାହିଁ । ଏମାନଙ୍କ ଭୁଲ ପାଇଁ ଲକ୍ଷଧିକ ଟଙ୍କା ପାଣିରେ ପଡୁଛି । ଲକ୍ଷାଧିକ ଟଙ୍କାର ରାସ୍ତା ନିର୍ମାଣ କାହା ସ୍ୱାର୍ଥରେ ବେଲି ପ୍ରଶ୍ନ ଉଠୁଛି । ଟିକେ ବର୍ଷା ହେଲେ ଲୋକମାନେ ରାସ୍ତାରେ ଯିବା ଆସିବା ବନ୍ଦ ହୋଇଯାଉଛି । ବକି ଥିବା ୨୦୦ ମିଟର ରାସ୍ତା ବନ୍ଦ ହୋଇ ପଡ଼ିଛି । ପୂର୍ବରୁ ନିର୍ମାଣ ରାସ୍ତା ଭାଙ୍ଗି ତୁଟି ଗଲାଣି । ବିଭାଗୀୟ ଅଧିକାରୀ, ବ୍ଲକ୍ ପ୍ରଶାସନଙ୍କୁ ଗ୍ରାମବାସୀ ଯେତେ ଗୁହାରୀ କଲେ କେହି ଶୁଣୁନାହାନ୍ତି । ଜଖପୁରା ଗ୍ରାମର ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ରାସ୍ତା ଉପରେ ଜଖପୁରା ପଞ୍ଚାୟତର ଲୋକେ ଯିବାଆସିବା ପାଇଁ ନିର୍ଭର କରନ୍ତି । ଜଖପୁରା କାରଖାନା ନିକଟବର୍ତ୍ତି ଗ୍ରାମ ହୋଇଥିବାରୁ ଦୈନ୍ୟଦିନ ଶହ ଶହ ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏହି ରାସ୍ତା ଦେଇ ଭିସା ଷ୍ଟିଲ, ଜିନ୍ଦଲ ଷ୍ଟିଲ, କେଜେ ଇସ୍ପାତ, ଦୈନିକ ଶ୍ରମିକ ମାନେ ଯାଅ ଆସ କରନ୍ତି ।
ଏହି ରାସ୍ତାଟି ଖରାପ ଥିବାରୁ ଶ୍ରମିକ ମାନେ ଡିୟୁଟିକୁ ରାତିରେ ଯିବା ଆସିବା ସମୟରେ ଦୃଘଟଣା ଘଟୁଛି । ରେଲୱେ ଲେବୁଲ କ୍ରସିଂର ଗେଟ୍ଟି ଅନେକ ସମୟରେ ପଡିରହୁଥିବା ବେଳେ ବିଜୁପଟ୍ଟନାୟକ ମାର୍ଗ ଟି ଜମ୍ ରହିଥାଏ । ରସ୍ତା କାମ ସୁଧୁରିଲେ ଜଖପୁରା ସ୍କୁଲକୁ ପଢିବାକୁ ଆସୁଥିବା ବାଳୁଙ୍ଗାବନ୍ଦୀ, ରୁଙ୍ଗୁରୁଙ୍ଗା, ଅଁଳାପାଳ ଗ୍ରାମର ପିଲାମାନେ ମାନେ ସ୍କୁଲକୁ ଭଲରେ ଯିବା ଆସିବା କରିପାରିବେ । ଜଖପୁରା ଅଧିବାସୀ ମାନେ ବ୍ଲକ୍ଅଫିସ, ତହସିଲ ଅଫିସ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଦାନଗଦି, ଦାନଗଦି ବଜାର, ଯାଜପୁର ରୋଗ ବଜାରକୁ ଯିବା ପାଇଁ ଏହି ଅଧା ପାନ୍ତରିଆ ରାସ୍ତା ଉପରେ ର୍ନିଭର ଶୀଳ । ରାସ୍ତା ର୍ନିମାଣ ପାଇଁ ମାତ୍ର ଏକ ଲକ୍ଷ ରୁ ଦୁଇ ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଯନ୍ତ୍ରି ଓ ବିଭାଗୀୟ ଅଧିକାରୀଙ୍କ ମନ ମାନି ପାଇଁ ରାସ୍ତା କାର୍ଯ୍ୟଟି ଶେଷ ହୋଇ ପାରୁନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହି ରାସ୍ତା ନିର୍ମାଣ ଶିଘ୍ର ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ତ୍ରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।