କିଟ୍ ଯୋଗାଣରେ ବଡ଼ ଘୋଟାଲା

ତଦନ୍ତ ଦାବି କଲେ ଅଙ୍ଗନୱାଡ଼ି କର୍ମୀ
ଡ଼େରାବିଶ (ଆପ୍ର) ଶିକ୍ଷା ପ୍ରତି ଶିଶୁମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର କେତେକ ବିଭାଗୀୟ ଅଧିକାରୀଙ୍କ ଦୁରଦୃଷ୍ଟିର ଅଭାବ ଯୋଗୁ ଏହି ଯୋଜନା ଗୁଡିକ ସଫଳ ରୂପାୟନ ହୋଇପାରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଶିଶୁମାନଙ୍କର ସାମଗ୍ରୀକ ବିକାଶ ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ, ଏବେ ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କୁ ପ୍ରାଥମିକ ଚିକିସôା କିଟ୍ ଓ ଖେଳଣା କିଟ୍ ଯୋଗାଣରେ ବ୍ୟାପକ ଦୁର୍ନିତି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ନିତିର ଚେର ଏତେ ଲମ୍ବିଛି ଯେ ଏହି ଯୋଜନା ଶିଶୁ ବିକାଶ ନା ଶିଶୁ ବିନାଶ ବୋଲି ବୁଦ୍ଧିଜୀବିମାନେ ପ୍ରଶ୍ନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ବ୍ଲକ୍‌ ଅଧିନସ୍ଥ ୨୬ ଟି ପଞ୍ଚାୟତରେ ୩୨୪ ଅଙ୍ଗନୱାଡ଼ି ଓ ମିନି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି । ଏହି କେନ୍ଦ୍ର ମାନଙ୍କରେ ଶହ ଶହ ଶିଶୁଙ୍କ ଭବିଷ୍ୟତ ଗଢା ହେଉଥିବା ବେଳେ ନିକଟରେ ପ୍ରତି କେନ୍ଦ୍ରକୁ ପ୍ରାଥମିକ ଚିକିସôା କିଟ୍ ଓ ଖେଳଣା କିଟ୍ ଯୋଗାଇ ଦିଆଯାଇଛି । ପ୍ରତି ପ୍ରାଥମିକ ଚିକିସôା କିଟ୍ ପାଇଁ ୧୫ ଶହ ଟଙ୍କା ଓ ଖେଳଣା କିଟ୍ ପାଇଁ ୨୫ ଶହ ଟଙ୍କା ବ୍ୟୟ ବରାଦର ବ୍ୟବସ୍ଥା ରହିଥିବା ବେଳେ ଏଥିରେ ବଡ ଧରଣର ଘୋଟାଲା ହୋଇଥିବା ବହୁ ଅଙ୍ଗନୱାଡ଼ି କର୍ମି ପ୍ରକାଶ କରିଛନ୍ତି ।
ଆଶ୍ଚର୍ଯ୍ୟର କଥା ଏହି କିଟ୍ କିଣିବା ପାଇଁ ଅଙ୍ଗନୱାଡି କର୍ମିଙ୍କ ବ୍ୟାଙ୍କ ଜମା ଖାତାକୁ ଟଙ୍କା ପଠାଯାଇଥିବା ବେଳେ କିଛି ବ୍ୟକ୍ତି ଅଙ୍ଗନୱାଡ଼ି କେନ୍ଦ୍ରଙ୍କୁ ଏହି କିଟ୍ ଗୁଡିକ ଜବରଦସ୍ତ ଦେଇ ଟଙ୍କା ନେବା ପାଇଁ ଜୁଲମ କରୁଥିବା ବହୁ କର୍ମି ଅଭିଯୋଗ କରିଛନ୍ତି । ଏପରିକି ପ୍ରାଥମିକ ଚିକିସôା କିଟ୍ ମୂଲ୍ୟ ୧୫ ଶହ ଟଙ୍କା ସ୍ଥିର ହୋଇଥିବା ବେଳେ ଯୋଗାଇ ଦିଆଯାଇଥିବା କିଟ୍ରେ ୫ ଶହରୁ ୭ ଶହ ଟଙ୍କା ହେବ । ସେହିପରି ଖେଳଣା କିଟ୍ର ମୂଲ୍ୟ ୨ ହାଜର ୫ ଶହ ଟଙ୍କା ହୋଇଥିବା ବେଳେ କେନ୍ଦ୍ରମାନଙ୍କୁ ଦିଆଯାଇଥିବା କିଟ୍ରେ ଯେଉଁ ଖେଳଣା ଗୁଡିକ ରହିଛି ତାହାର ମୂଲ୍ୟ ୮ ଶହରୁ ୧ ହଜାର ଟଙ୍କା ମଧ୍ୟରେ ହେବ ବୋଲି ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ବିଭିନ୍ନ ଗ୍ରାମରେ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଏ ସମ୍ପର୍କରେ ବ୍ଲକ୍‌ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ସ୍ନେହଲତା ସାହୁଙ୍କୁ ପଚାରିବାରୁ ସେ ଅଙ୍ଗନୱାଡି କର୍ମିଙ୍କୁ ପରୋକ୍ଷରେ ଦାୟୀ କରିଥିଲେ । ଏହି କିଟ୍ କିଣିବା ପାଇଁ କର୍ମିଙ୍କ ଆକାୁଣ୍ଟକୁ ଟଙ୍କା ଯାଇଥିବା ବେଳେ ସେମାନେ ନ କିଣି ବାହାର ଲୋକଙ୍କ ଠାରୁ କାହିଁ କିଣିଲେ ବୋଲି କହିଥିଲେ । ଏ ସମ୍ପର୍କରେ ସେ ବିଭିନ୍ନ କେନ୍ଦ୍ରକୁ ଯାଇ ଅନୁଧ୍ୟାନ କରିବେ ବୋଲି କହିଥିଲେ । ଆଶ୍ଚର୍ଯ୍ୟର କଥା କିଟ୍ ଯୋଗାଇଥିବା ଭେଣ୍ଡରମାନେ କାର୍ଯ୍ୟାଳୟ ପକ୍ଷରୁ ଯୋଗାଇଥିବା ଅଙ୍ଗନୱାଡି କର୍ମିମାନେ କହୁଥିବା ବେଳେ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଏହାକୁ ଖଣ୍ଡନ କରିଛନ୍ତି । ତେବେ ପ୍ରଶ୍ନ ଉଠେ କିଟ୍ ଯୋଗାଇଥିବା ଭେଣ୍ଡରମାନଙ୍କୁ କିଏ ଅନୁମତି ପ୍ରଦାନ କଲା? ତେବେ ଭେଣ୍ଡରମାନେ ଏତେ କମ୍ ଟଙ୍କାର ସାମଗ୍ରୀ ଯୋଗାଇବା ପଛରେ କାହାର ହାତ ଅଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ବହୁ ଅଙ୍ଗନୱାଡିÿକର୍ମି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *