ସୁରକ୍ଷା ପାଇଁ କାନ୍ଦୁଛନ୍ତି କାଶ୍ମୀରୀ ହିନ୍ଦୁ
ଶ୍ରୀନଗର/ ନୂଆଦିଲ୍ଲୀ (ଏଜେନ୍ସି): ବର୍ଷ ବର୍ଷ ଧରି ନିଜ ଭିଟାମାଟି ଛାଡି ଅନ୍ୟତ୍ର ଏଣେତେଣେ ମୁଣ୍ଡଗୁଜି ରହିଆସୁଛୁ । ଆଉ ଯେଉଁ ଭାଇମାନେ ଏବେ ବି ସେଠାରେ ପଡିରହିଛନ୍ତି, ସେମାନେ ସଦା ସର୍ବଦା ଭୟ, ନିରାଶାରେ ବଞ୍ଚୁଛନ୍ତି । ଏହାକୁ କ’ଣ ବଞ୍ଚôବା କୁହାଯାଏ? ପୀଢ଼ି ପରେ ପୀଢ଼ି ଆମେ ନିର୍ଯାତିତ ହୋଇଆସୁଛୁ । କିନ୍ତୁ ଆମର ଏହି ବୁକୁ ଫଟା ଚିକ୍ରାର ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚôପାରୁନି । ନର୍କ ଯନ୍ତ୍ରଣା ଠାରୁ ମଧ୍ୟ ଅଧିକ ଯନ୍ତ୍ରଣାଦାୟକ ଏପ୍ରକାର ଜୀବନ ଜିଇଁବା । ଆମେ ନିଜ ଭିଟାମାଟିରେ ମଧ୍ୟ ନିଜକୁ ସୁରକ୍ଷିତ ନାହୁଁ । ନିଜ ରାଜନୈତିକ ଅଭିପ୍ପସାକୁ ଚରିତାର୍ଥ କରିବା ଉଦେ୍ଦଶ୍ୟରେ ଆମ ସୁରକ୍ଷା ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଆମେ କେଉଁଠିକୁ ଯିବୁ, କେମିତି ବଞ୍ଚôବୁ ସେସସମ୍ପର୍କରେ ସରକାର ଚିନ୍ତା ମଧ୍ୟ କରୁନାହାନ୍ତି । ଆମ ଜୀବନ ଠାରୁ କ’ଣ ସରକାରଙ୍କ ସମ୍ମାନ ଅଧିକ ଗୁରୁତ୍ୱପୂର୍ଣ୍ଣ?
ଏପ୍ରକାର କିଛି ପ୍ରଶ୍ନ କରିଛନ୍ତି ଦିଲ୍ଲୀର ଜନ୍ତରମନ୍ତର ଠାରେ ଧାରଣାରେ ବସିଥିବା ଶତାଧିକ କାଶ୍ମୀର ହିନ୍ଦୁ । ୯ଠ ଦଶକରେ କାଶ୍ମୀର ହିନ୍ଦୁଙ୍କ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାର, ନାରକୀୟ ହତ୍ୟାକାଣ୍ଡ ଭଳି ପ୍ରସଙ୍ଗ ସହ ବର୍ତ୍ତମାନ ସମୟରେ ଘାଟିରେ ସଂଖ୍ୟାଲଘୁ ତଥା ଅଣକାଶ୍ମୀରୀ ନାଗରିକଙ୍କୁ ଟାର୍ଗେଟ୍ (ଟାର୍ଗେଟ୍ କିଲିଂ) କରାଯିବାକୁ ବିରୋଧ କରିବା ପୂର୍ବକ ଏମାନେ ଦୀର୍ଘ ଦୁଇ ମାସ ଧରି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ପ୍ରକାଶ, ରବିବାର ଜନ୍ତରମନ୍ତର ଠାରେ ଧାରଣାରତ କାଶ୍ମୀର ହିନ୍ଦୁ ଦାବି କରିଛନ୍ତି ଯେ, ଯେଉଁ କାଶ୍ମୀରୀ ସଂଖ୍ୟାଲଘୁ ପରିବାର କାଶ୍ମୀରରେ ରହିବାକୁ ଚାହୁଁଛନ୍ତି, ସରକାର ସେମାନଙ୍କ ସୁରକ୍ଷା ସମ୍ପର୍କରେ ସୁନିଶ୍ଚିତ କରିବା ଉଚିତ୍ । ସେହିପରି ଯେଉଁମାନେ କାଶ୍ମୀରରୁ ଦୂରେଇ ରହିବାକୁ ଚାହୁଁଛନ୍ତି ସରକାର ସେମାନଙ୍କ ପାଇଁ ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍ । ସୂଚନାଯୋଗ୍ୟ, ଜନ୍ତରମନ୍ତରରେ ଏକାଠି ହୋଇଥିବା ଶତାଧିକ କାଶ୍ମୀରୀ ହିନ୍ଦୁଙ୍କ ମଧ୍ୟରେ ଅଧିକାଂଶ କାଶ୍ମୀର ଘାଟିରେ ନିଯୁକ୍ତି ପାଇଥିବା ଶିକ୍ଷକ-ଶିକ୍ଷୟତ୍ରୀ ତଥା ଅନ୍ୟ ସରକାରୀ କର୍ମଚାରୀ ସାମିଲ ଥିବା ଦେଖିବାକୁ ମିଳିଛି ।
ପ୍ରତିବାଦକାରୀ ସଂଖ୍ୟାଲଘୁ କାଶ୍ମୀରବାସୀଙ୍କ କହିବାନୁସାରେ ଘାଟିରେ ପାକିସ୍ତାନ ପ୍ରାୟୋଜିତ ଉଗ୍ରବାଦୀ ତଥା ଆତଙ୍କବାଦୀଙ୍କ ପ୍ରାଦୂର୍ଭାବ ଅଧିକ ରହୁଛି । ଘାଟିରେ ଉତ୍ତେଜନା ତଥା ଅଶାନ୍ତ ପରିବେଶ ମଧ୍ୟରେ ସେମାନଙ୍କ ପାଇଁ କାମ କରିବା କଷ୍ଟକର ହୋଇପଡୁଛି । ସଦାସର୍ବଦା ସେମାନଙ୍କୁ ଭୟଭୀତ ହୋଇ ସେଠାରେ ରହିବାକୁ ପଡୁଛି । ଜମ୍ମୁ କାଶ୍ମୀର ପ୍ରଶାସନ ସେମାନଙ୍କୁ ସୁୂରକ୍ଷା ଯୋଗାଇବା ଦିଗରେ କୌଣସି ତତ୍ପରତା ପ୍ରକାଶ କରୁନଥିବା ବେଳେ ସେମାନଙ୍କ ଜୀବନ ବିପଦପୂର୍ଣ୍ଣ ହୋଇପଡିଛି । ଏପରିସ୍ଥିତିରେ କାଶ୍ମୀରୀ ଘାଟିକୁ ପୁନର୍ବାର ଫେରିବା ସେମାନଙ୍କ ପାଇଁ ସମ୍ଭବପର ନୁହେଁ । ସୁତରାଂ ଜମ୍ମୁରେ ସେମାନଙ୍କୁ ସପରିବାର ଥଇଥାନ କରିବା ଦିଗରେ ଭାରତ ସରକାର ଯୋଜନା ପ୍ରସ୍ତୁତ କରିବାକୁ ପ୍ରତିବାଦକାରୀମାନେ ଦାବି କରିଛନ୍ତି । ସରକାର ନିଜ ସମ୍ମାନକୁ ଆଳ କରି ସେମାନଙ୍କ ଭଳି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ନଖେଳିବାକୁ ସେମାନେ ଅନୁରୋଧ କରିଛନ୍ତି । ଯେଉଁ ପର୍ଯ୍ୟନ୍ତ କାଶ୍ମୀର ସମ୍ପୂର୍ଣ୍ଣ ଭାବେ ଆତଙ୍କମୁକ୍ତ ଏବଂ ବଞ୍ଚôବାଉପଯୋଗୀ ନହୋଇଯାଇଛି ସେପର୍ଯ୍ୟନ୍ତ ୪୫ଠଠ କାଶ୍ମୀରୀ ହିନ୍ଦୁଙ୍କୁ ଜମ୍ମୁରେ ହିଁ ଥଇଥାନ କରିବାକୁ ଏମାନେ ସିଧାସଳଖ ଦାବି କରିଛନ୍ତି ।
୨ଠ୧୪ରେ ଯେତେବେଳେ କେନ୍ଦ୍ରରେ ବିଜେପି ସରକାର ଆସିଲା ସେତେବେଳେ ସେମାନଙ୍କ ମଧ୍ୟରେ ଏବେ କିଛି ଭଲ ଦେଖିବାକୁ ମିଳିବା ନେଇ ଏକ ଆଶା ସଞ୍ଚାର ହୋଇଥିଲା । ବିଶେଷକରି ଜମ୍ମୁ କାଶ୍ମୀରରୁ ଧାରା ୩୭ଠ ଉଚ୍ଛେଦ କରାଗଲା ସେସମୟରେ ପ୍ରତ୍ୟେକ ସାଧାରଣ ଜନତା ଚିନ୍ତା କରିଥିଲେ ଯେ, ଘାଟିକୁ ପୁନର୍ବାର ଶାନ୍ତି ଫେରିବ । କିନ୍ତୁ ସେପରି କିଛି ବି ହୋଇନାହିଁ । କାଶ୍ମ୍ୀର ପଣ୍ଡିତ କେବଳ ଗୁଳି ଛଡା ଆଉ କିଛି ବି ପାଇନାହାନ୍ତି ।