୬ ବର୍ଷ ହେଲାଣି ସରୁନି କାମ

ଅଧାରେ ଅଟକିଛି ଗେଙ୍ଗୁଟି ପୋଲ
ଧାମନଗର (ଆପ୍ର): ସରକାର ନଦୀବନ୍ଧ ବାଡ଼ ଓ ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅନେକ ସ୍ଥାନରେ ପ୍ରଶାସନ ସଠିକ୍ ନଜର ଓ ତଦାରଖ କରୁ ନ ଥିବାରୁ କାର୍ଯ୍ୟସବୁ ଅଧପନ୍ତରିଆ ହୋଇପଡ଼ି ରହୁଛି । ଏଭଳି ଏକ ଘଟଣା ଧାମନଗର- ଷେଣ୍ଢପୁର ରାସ୍ତାର ଦୋବଲରେ ଦେଖିବାକୁ ମିଳିଛି । ନିକଟସ୍ଥ ଗେଙ୍ଗୁଟି ନଦୀର ନିର୍ମାଣଧୀନ ପୋଲ ୬ବର୍ଷ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଜଣସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଦୋବଲଠାରେ ଗେଙ୍ଗୁଟି ନଦୀରେ ଏକ ପକ୍କାପୋଲ ପୂର୍ବରୁ ଥିବାବେଳେ ନଦୀରେ ବନ୍ୟା ଆସିଲେ ଉକ୍ତ ପୋଲଟି ବନ୍ୟାଜଳରେ ବୁଡ଼ିଯାଇ ଥାଏ । ଫଳରେ ଉକ୍ତ ପୋଲ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କର ଯାତାୟାତରେ ବାଧାସୃଷ୍ଟି ହୋଇଥାଏ । ଏହାକୁ ଆଧାର କରି ତତ୍କାଳୀନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉଦ୍ଦ୍ୟମ ଫଳରେ ସେହିପୋଲ ନିକଟରେ ଆଉ ପ୍ରାୟ ଆନୁମାନିକ ୯ କୋଟି ଟଙ୍କା ବ୍ୟୟରେ ଏକ ଉଚ୍ଚା ପକ୍କା ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା । ହେଲେ ଦୀର୍ଘବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ଏହି ପୋଲ ନିର୍ମାଣ ବେଳେ ଜଣେ ଶ୍ରମିକ ମୃତୁ୍ୟ ହୋଇଥିବା ବେଳେ ଅଧାପନ୍ତରିଆ ପୋଲ ନିକଟରେ ଏକ ବାଇକ୍ ଆରୋହୀ ଏହି ପୋଲତଳକୁ ଗଡ଼ି ଦୁର୍ଘଟଣାରେ ମୃତୁ୍ୟ ବରଣ କରିଥିଲେ । ଉକ୍ତ ପୋଲଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହାର ଦୁଇ ପାଶ୍ୱର୍ର ଆପ୍ରୋଜ ରୋଡ୍ ନିର୍ମାଣ ହୋଇ ନ ଥିବାରୁ ଜାତାୟାତ ହୋଇପାରୁନାହିଁ । ଦୋବଲ ବସ୍ଷ୍ଟାଣ୍ଡ ପାଶ୍ୱର୍ରେ ଅଧା ନିର୍ମିତ ପୋଲର ଆପ୍ରୋଜ ରୋଡ୍ ତିଆରି ହୋଇ ନ ଥିବାବେଳେ କୋର୍କଦା ପାଶ୍ୱର୍ରେ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଛି । ଏହି ପୋଲ ସମ୍ପୂର୍ଣ୍ଣ ହେଲେ ଉଭୟ ପାଶ୍ୱର୍ ଲୋକମାନେ ବନ୍ୟା ସମୟରେ ସୁରୁଖୁରୁରେ ଯାତାୟାତ କରିପାରିବେ । ଏ ଦିଗରେ ପୂର୍ତ୍ତବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ତୁରନ୍ତ ଉକ୍ତ ପୋଲ କାର୍ଯ୍ୟକୁ ଶେଷ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି ।
ପୋଲର ଦୋବଲ ପାଶ୍ୱର୍ରେ ଜାଗା ବିବାଦକୁ ନେଇ ସମସ୍ୟା ସୃଷ୍ଟି ହୋଇଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଛି । ଉକ୍ତ ଆପ୍ରୋଜ ରୋଡ୍ରେ ଜୈନିକ ବ୍ୟକ୍ତିଙ୍କ ଜାଗା ପଡ଼ୁଥିବାରୁ ସେ ଉଚ୍ଚ ନ୍ୟାୟାଳୟରେ ଠିକାଦାରଙ୍କ ନାମରେ କେସ୍ କରିଥିବାରୁ କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ସେଠାରେ କାମ କରି ହେଉ ନାହିଁ ଏବଂ ଆବଶ୍ୟକତା ଠାରୁ ଜାଗା ମାଲିକ ଅଧିକ ଟଙ୍କା ଦାବି କରୁଥିବାରୁ ଠିକାଦାର ତାହାର ଭରଣା କରିପାରୁ ନ ଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଛି । ଏହି ଜାଗା ସମସ୍ୟାକୁ ନେଇ ମଧ୍ୟ ବାରମ୍ବାର ତହସିଲରେ ଆଲୋଚନା ହୋଇଛି । ତେବେ ଖୁବ୍ଶୀଘ୍ର କାର୍ଯ୍ୟ ଶେଷ ହେବବୋଲି ବିଭାଗୀୟ ଯନ୍ତ୍ରୀ ଅମ୍ବିକା ବଲ୍ଲଭ ସ୍ୱାଇଁ ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *