ଅମରନାଥ ଯାତ୍ରା ସାମୟିକ ବନ୍ଦ

ଜମ୍ମୁ (ଏଜେନ୍ସି): ଖରାପ ପାଗ ଯୋଗୁଁ ଜମ୍ମୁରୁ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଦକ୍ଷିଣ କାଶ୍ମୀରରେ ଅମରନାଥ ଯାତ୍ରା ପାଇଁ ଅପେକ୍ଷାରତ ନୂଆ ବ୍ୟାଚ୍ଙ୍କୁ ଅନୁମତି ଦିଆଯାଇନାହିଁ । ଏସମ୍ପର୍କରେ ଜମ୍ମୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଯେଉଁ ବ୍ୟାଚ୍ ଅମରନାଥ ଅଭିମୁଖେ ବାହାରିଯାଇଛନ୍ତି ସେମାନଙ୍କୁ ଅଧାବାଟରୁ ହିଁ ଅଟକାଇ ଦିଆଯାଇଛି । ପ୍ରକାଶ, ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ଯୋଗୁ ଏପର୍ଯ୍ୟନ୍ତ ୧୬ଜଣଙ୍କ ମୃତୁ୍ୟ ହୋଇଥିବା ସ୍ପଷ୍ଟ ହୋଇଛି । ମୃତକଙ୍କ ମଧ୍ୟରେ ୭ ପୁରୁଷ ଓ ୬ ମହିଳା ଅଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୬୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୪୧ଜଣ ଏବେବି ନିଖୋଜ ଅଛନ୍ତି । ୧୫ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଏପର୍ଯ୍ୟନ୍ତ ଆଇଟିବିପି ଯବାନ୍ ଉଦ୍ଧାର କରି ସୁରକ୍ଷିତ ସ୍ଥାନାନ୍ତର କରିସାରିଛନ୍ତି । ସେନା, ଏନ୍ଡିଆରଏଫ୍ ଏବଂ ଜମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *