କୋଏଲ ନଦୀରେ ବୁଡ଼ିଗଲେ ୪ ଭାଇ
୩ ଶବ ଉଦ୍ଧାର, ଜଣେ ନିଖୋଜ
ରାଉରକେଲା, ୯ା୭(ଆପ୍ର): ସ୍ଥାନୀୟ କୋଏଲ ନଦୀରେ ୪ଜଣ ବାଳକ ବୁଡିଯାଇଛନ୍ତି । ରାତି ସୁଦ୍ଧା ଅଗ୍ନିଶମ ବାହିନୀ ୩ ଜଣଙ୍କ ଶବ ଉଦ୍ଧାର କରିଛି ଓ ଆଉଜଣେ ନିଖୋଜ ରହିଛି । ବାଳକମାନେ ୪ ଭାଇ ଓ ସେମାନେ ଝାରଖଣ୍ଡରୁ ବନ୍ଧୁ ଘରକୁ ଆସିଥିଲେ ।
ଝାରଖଣ୍ଡରୁ ରିଶି ସାହୁ (୧୧), କୁନାଲ ସାହୁ(୧୩), ରୌନାଥ ସାହୁ (୧୫) ଓ ନିଖୋଜ କୈଶଲ ସାହୁ (୧୬) ଶୁଦ୍ଧି କ୍ରିୟାରେ ଯୋଗଦେଇ ରାଉରକେଲାରେ ଥିବା ସମ୍ପର୍କୀୟ ରମେଶ ସାହୁଙ୍କ ଘରକୁ ବୁଲି ଆସିଥିଲେ । ସେମାନେ ଶନିବାର ଅପରାହ୍ଣ ୪ଟା ସମୟରେ ଝିରିପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରି ୩ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ରାଉରକେଲା ସରକାରୀ ÷ସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପମ୍ପ ହାଉସ୍ ନିକଟରେ ପୁଲିସ ଉପସ୍ଥିତ ରହିଛି । ଏହା ରାଉରକେଲା ଓ ଝାରଖଣ୍ଡରେ ଶୋକର ଛାୟା ଖେଳାଇ ଦେଇଛି ।