ବେଆଇନ ବାଲି ଡିପୋରେ ତହସିଲଦାରଙ୍କ ଚଢ଼ଉ

ପାଟପୁର (ଆପ୍ର): ବେଆଇନ ଲଘୁ ଖଣିଜ ଚାଲାଣ ଧରପଗଡ଼ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ବାରମ୍ବାର ଚଢଉ କରାଯାଇ ଫାଇନ ଆଦାୟ ହେଉଛି । ବେଆଇନ ଲଘୁ ଖଣିଜ ଚାଲାଣ ରୋକିବା ପାଇଁ ତହସିଲ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ପ୍ରତ୍ୟେକ ଦିନ ଚଢ଼ଉ କରାଯାଉଛି । ତଥାପି ବେଆଇନ ବାଲି ମାଫିଆ ପ୍ରଶାସନ ଆଖିରେ ଧୁଳି ଦେଇ ଚାଲାଣ ଜାରି ରଖିଛନ୍ତି । ରାତି ହେଲେ ବିଭିନ୍ନ ନଦୀ ପଠାରୁ ଜେସିବି ଲଗାଇ ବେଆଇନ ଭାବେ ବାଲି ଉଠାଇ ଶତାଧିକ ଟ୍ରାକ୍ଟର, ଟିପ୍ପର ଯୋଗେ ଡିପୋରେ ଗଚ୍ଛିତ ରଖାଯାଉଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ସାନଖେମୁଣ୍ଡି ତହସିଲର କଙ୍କୋରଡ଼ା ରାଜସ୍ୱ ସର୍କଲ ଅଞ୍ଚଳର ନାରାୟଣୀ ମନ୍ଦିର ବନ୍ଦ ହୁଡ଼ା, ମନ୍ଦିର ସାମ୍ନା, କଙ୍କୋରଡ଼ା ନୂଆ ବନ୍ଧ, ରମୁଣୀ ସାହି ଗୁଡ଼ିଆ ଗଳି, କରାଖଣ୍ଡି ରାଇସ ମିଲ ନିକଟ କରାଖଣ୍ଡି ରାଧାକୃଷ୍ଣ ମନ୍ଦିର ପାଶ୍ୱର୍ ଆଦି ୭ ଟି ସ୍ଥାନରେ ବେଆଇନ ବାଲି ଡିପୋ ଥିବାର ସାନଖେମୁଣ୍ଡି ତହସିଲଦାରଙ୍କୁ ଅଭିଯୋଗକାରୀ ଦେଖାଇଛନ୍ତି । ନିକଟରେ ରହିଛି ସାନଖେମୁଣ୍ଡି ତହସିଲର କରାଖଣ୍ଡି ବାଲି ଉଚ୍ଚ । ଯାହାକି ୨୦୧୭-୧୮ ଠାରୁ ଟେଣ୍ଡର କରାଯାଇ ଲକ୍ଷ୍ମଣ ପ୍ରଧାନ ନାମକ ଜଣେ ଲିଜଧାରୀଙ୍କୁ ୫ବର୍ଷ ଅବଧିରେ ପ୍ରଦାନ କରାଯାଇଛି । ସେହି ଶୈଇତାଟି ଦିନ ବେଳେ ଚାଲୁ ରହିଥିବା ବେଳେ ରାତିରେ କିଛି ଅସାଧୁ ମାଫିଆ ଜେସିବି ଲଗାଇ ଶହ ଶହ ଟ୍ରାକ୍ଟର, ଟିପର ମାଧ୍ୟମରେ ବାଲି ଗଚ୍ଛିତ ରଖୁଛନ୍ତି । ବର୍ଷ ଋତୁରେ ମାଫିଆମାନେ ଭିନ୍ନ ଭିନ୍ନ ଜାଗାରେ ଗଚ୍ଛିତ ବାଲିକୁ ଚଢ଼ା ଦରରେ ବିକ୍ରି କରିବା ଆଶା ରଖିଛନ୍ତି । କରାଖଣ୍ଡି ଗ୍ରାମର ଯୁଧିଷ୍ଠି ପରିଡ଼ା, ସୁଶାନ୍ତ ପରିଡ଼ା, ସନ୍ତୋଷ ଜେନା ତହସିଲଦାରଙ୍କୁ ଅଭିଯୋଗ କରିବା ପରେ ଶନିବାର ସାନଖେମୁଣ୍ଡି ତହସିଲଦାର ଡ଼.ଶ୍ରୀନିବାସ ବେହେରା, ସୁପର ଭାଇଜର ଚିତ୍ରସେନ ସାହୁଙ୍କ ସମେତ ରାଜସ୍ୱ ଅଧିକାରୀ ବାଲି ଡିପୋରେ ଚଢ଼ାଉ କରି ମାପ ଜୁପ କରି ନାଲିବାନା ମାରି ଫେରିଛନ୍ତି । ଏନେଇ ସାନଖେମୁଣ୍ଡି ତହସିଲଦାରଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲା ପରେ ଏକ ପୋଖରୀରୁ ବେଆଇନ ଭାବେ ଉଠାଇ ଡିପୋ କରାଯାଉଛି, ଆଗାମୀ ଦିନରେ ଡିପୋ ଗୁଡ଼ିକୁ ନିଲାମ କରାଯିବ ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *