ବାହୁଡ଼ାରେ ବି ଭକ୍ତଙ୍କୁ ଲୁଟିଲେ

ପୁରୀ (ବୁ୍ୟରୋ): ଗତ ଗୁଣ୍ଡିଚାରେ ମହାପ୍ରଭୁଙ୍କ ଦର୍ଶନ ଲାଗି ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଏପରିକି ବ୍ୟାପକ ପୁଲିସ ମୁତୟନ ହୋଇଥିଲେ ସୁଦ୍ଧା ଚକମା ଦେଖାଇ ଲୁଟେରାମାନେ ଲୁଟି ନେଇଥିଲେ ଅନେକ ସାମଗ୍ରୀ । ମୋବାଇଲ୍, ଟଙ୍କା, ସୁନା ଚେନ୍, ଲକେଟ ଓ ଭ୍ୟାନିଟ୍ ଲୁଟି ନେଇଛନ୍ତି ଲୁଟେରା । ଏନେଇ ମଧ୍ୟରେ ଥାନାରେ ମାଳ ମାଳ ଅଭିଯୋଗ ହେବା ପରେ ପୁଲିସର ମୁଣ୍ଡ ବିନ୍ଧା ପଡ଼ିଛି ।
ପ୍ରଥମ ପର୍ଯ୍ୟାୟ୩ରେ ୧୪ ଲୁଟେରାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ପୁଣି ବାହୁଡ଼ାରେ ଗୁଣ୍ଡିଚାମନ୍ଦିର ଠାରୁ ଶ୍ରୀମନ୍ଦିର ଅଭିମୁଖେ ରଥ ଯାଉଥିବା ବେଳେ ଗହଳିର ସୁଯୋଗ ନେଇ ଲୁଟେରାମାନେ ଭକ୍ତଙ୍କଠୁ ଲୁଟି ନେଇଛନ୍ତି ଟଙ୍କା, ମନିପର୍ସ, ଗହଣା, ସୁନା ଚେନ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ଭକ୍ତମାନେ ଜାଣିବା ପରେ ଉକ୍ତ ଘଟଣା ସହରରେ ଦ୍ରୁତଗତିରେ ପ୍ରଚାର ହୋଇଥିଲା । ଲୋକମାନେ ଯାହା ଉପରେ ସନେ୍ଦହ ହେଲା ତାକୁ ଅଟକାଇ ପୁଲିସ ଜିମା ଦେଇଛନ୍ତି ।
ଅନ୍ୟପକ୍ଷରେ ଲୁଟ୍ର ଶିକାର ହୋଇଥିବା ଶ୍ରଦ୍ଧାଳୁମାନେ ବିଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି । ସେମାନେ ଜଗା ଦର୍ଶନ ଲାଗି ବଡ଼ଦାଣ୍ଡକୁ ଆସିଥିବା ବେଳେ ଲୁଟ୍ ଶିକାର ହେବା ଘଟଣା ତାଙ୍କ ଜୀବନରେ ଏକ ବଡ଼ ଅନୁଭୂତି ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *