ନଦୀବନ୍ଧ ରାସ୍ତା କାଦୁଅ ପଚପଚ
ବରୀ (ଆପ୍ର) : ବିଞ୍ଝାରପୁର ଜଳସମ୍ପଦ ଅଧୀନ ବୋଦୁଅ ପଞ୍ଚାୟତର ବୋଦୁଅ ଗାଁକୁ ଯାଇଥିବା ନଦୀବନ୍ଧ ରାସ୍ତାର ଏରଡ଼ା ଘାଟକୂଳକୁ ଯାଇଥିôବା ରାସ୍ତା କାଦୁଅ ପଚପଚ ହୋଇଛି । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ବୋଦୁଅ, ଭଅଁରା ପଞ୍ଚାୟତ ସମେତ ବହୁ ଅଞ୍ଚଳର ଲୋକମାନେ ଏରଡ଼ା ଘାଟକୂଳକୁ ଯାତାୟତ କରୁଥିବା ବେଳେ ବର୍ଷା ଯୋଗୁଁ ରାସ୍ତାରେ ଯାତାୟାତ ନେଇ ବହୁ ଅସୁବିଧା ସୃଷ୍ଟି ହେଉଛି । ରାସ୍ତା ଅବସ୍ଥା ଏପରି ହୋଇଛି ଯେ, ଯାନରେ ଯିବା ଦୂରେ ଥାଉ; ଚାଲିକି ଯିବା ବି କଷ୍ଟସାଧ୍ୟ ବ୍ୟାପାର ହୋଇପଡୁଛି । ବ୍ଲକ ଅଞ୍ଚଳର ଲୋକମାନେ ହାଟ, ମେଡିକାଲ, ଥାନା, ତହସିଲ, ବ୍ଲକ, ସ୍କୁଲ, କଲେଜ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ତୁରନ୍ତ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ରାସ୍ତାରେ ଡଷ୍ଟ କିମ୍ବା ମୋରମ୍ ପକାଇବା ପାଇଁ ସାଧାରଣରେ ଦାବି ହେଉଛି ।
