ଅମରନାଥ ବିପର୍ଯ୍ୟୟରୁ ବର୍ତ୍ତିଲେ ୫ ଓଡ଼ିଆ

ରାୟଗଡ଼ା(ଆପ୍ର): ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ଯୋଗୁ ୧୬ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି । ହେଲେ ସେମାନଙ୍କ ସହିତ ଥିବା ୫ଜଣ ଓଡିଆ ମରଣ ମୁଖରୁ ବର୍ତ୍ତି ଯାଇଛନ୍ତି । ସେମାନେ ହେଲେ ରାୟଗଡା ସହରର ବସନ୍ତ କୁମାର ସେନାପତି, ସୌମ୍ୟ ରଞ୍ଜନ ପାତ୍ର, କେ ରବି କୁମାର, ଟୁକୁନା ପ୍ରଧାନ ଓ ନିହାର ରଞ୍ଜନ ପାତ୍ର ବୋଲି ଜଣାପଡ଼ିଛି । ଗାଡ଼ି ସୁବିଧା ନ ଥିବାରୁ ସମସ୍ତେ ଅମରନାଥରୁ ·ଲି ·ଲି ବଲତାଲ ଯାଇଛନ୍ତି । ଏହି ଓଡ଼ିଆ ଯାତ୍ରୀମାନେ ଜମ୍ମୁ ପର୍ଯ୍ୟନ୍ତ ଯିବା ପାଇଁ ସହାୟତା ମାଗିଛନ୍ତି । ଗତ ୧ ତାରିଖରେ ସେମାନେ ଅମରନାଥ ଅଭିମୁଖେ ବାହାରିଥିଲେ । ଭୟଙ୍କର ବର୍ଷାରେ ସମସ୍ତଙ୍କ ଜିନିଷପତ୍ର ଓ ଟଙ୍କା ଭାସିଯାଇଛି ।
ଫୋନ୍ରେ ଏହି ଯାତ୍ରୀମାନେ ପରିବାରବର୍ଗଙ୍କ ଆଗରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଲୋମହର୍ଷକ ଘଟଣା ବର୍ଣ୍ଣନା କରିଛନ୍ତି । ଆଖି ଆଗରେ ପ୍ରକୃତିର ଏଭଳି ତାଣ୍ଡବ ଦେଖି ଅର୍ଦ୍ଧମୃତ ଅବସ୍ଥାରେ ରହିଥିଲେ । ସବୁ ଆଡ଼େ ଖାଲି ପାଣି ଦେଖାଯାଉଥିଲା । ପ୍ରଖର ସ୍ରୋତରେ ମଣିଷ ଓ ଜିନିଷପତ୍ର ଭାସିଯାଉଥିଲା । ନିମିଷକ ମଧ୍ୟରେ ସବୁକିଛି ଛାରଖାର ହୋଇଗଲା ।
ଆଉ କେତେକ ଶ୍ରଦ୍ଧାଳୁ କହିଛନ୍ତି, ଦର୍ଶନ କରି ଫେରିବା ବେଳକୁ ଟେଣ୍ଟ ଭିତରେ ପାଣି ପଶି ସାରିଥିଲା । ଦେଖୁଦେଖୁ ଜିନିଷ ପତ୍ର ସହ ଟେଣ୍ଟ ଭାସି ଯାଇଥିଲା । ଜୀବନ ବଞ୍ଚାଇବାକୁ ମିଳିଥିଲା ମାତ୍ର ୧୦ ସେକେଣ୍ଡ ସମୟ । ଭୋଳାନାଥଙ୍କୁ କୃପାରୁ ବଞ୍ଚିଗଲୁ ବୋଲି ସେ କହିଛନ୍ତି । ଆସନ୍ତା ୧୭ରେ ଓଡ଼ିଆ ଶ୍ରଦ୍ଧାଳୁମାନେ ଫେରିବେ ବୋଲି ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *