ପୋଲ ନାହିଁ: ରସିରେ ଜାମୁଗଣ୍ଡ ପାର୍ ହେଲେ ଛାତ୍ରଛାତ୍ରୀ

ପାତ୍ରପୁର (ଆପ୍ର): ପାତ୍ରପୁର ବ୍ଲକ୍ ବୁରାତାଲ ପଞ୍ଚାୟତ ଅନ୍ତର୍ଗତ କମଳାଖତ ନୂଆଁସାହି ଅଞ୍ଚଳରେ ଥିବା ପ୍ରାୟ ୧୫ ଖଣ୍ଡ ଗ୍ରାମକୁ ଯିବା ପାଇଁ ହେଲେ ଜାମୁଗଣ୍ଡ ନାଳ ପାର କରିବାକୁ ପଡ଼ିଥାଏ । ଶୁକ୍ରବାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ନାଳରେ ପାଣି ଆସି ଯାଇଥିଲା । କମଳାଖତ ନୂଆଁସାହିର ପିଲାମାନେ ସକାଳେ ନାଳ ପାର ହୋଇ ପାଠ ପଢ଼ିବା ପାଇଁ ପୁରିଆସାହି ଯାଇଥିଲେ । ଫେରିବା ସମୟରେ ନାଳରେ ପାଣି ଆସି ଯାଇଥିଲା । ନାଳ ସେପଟେ ରହି ପିଲା ଡାକ ଦେବାରୁ ଗ୍ରାମବାସୀ ଦଉଡ଼ି ବାନ୍ଧି ପିଲାମାନଙ୍କୁ ନାଳ ପାର କରିଥିଲେ । ପାର ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ଉକ୍ତ ଗ୍ରାମର ଗୋବିନ୍ଦ ମଣ୍ଡଳ(ପଞ୍ଚମ), ଅନନ୍ତ ଭୂୟାଁ(ଷଷ୍ଠ), ପିତାମ୍ବର ମଣ୍ଡଳ(ଷଷ୍ଠ), ବାଙ୍କିଆ ଭୂୟାଁ(ଷଷ୍ଠ) ଓ ନନ୍ଦ ରଇତ(ସପ୍ତମ) । ପ୍ରତ୍ୟେକ ଦିନ ପିଲାମାନେ ନାଳ ପାର ହୋଇ ପାଠ ପଢ଼ିବାକୁ ଯାଉଥିବା ବେଳେ ବର୍ଷା ଦିନ ଆସିଲେ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ଗତବର୍ଷ ସେପ୍ଟେମ୍ବର ୯ ତାରିଖରେ ଗ୍ରାମବାସୀ ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଏକ ଅଭିଯୋଗପତ୍ର ପ୍ରଦାନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *