ପିଜି ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା

ୟୁଏନ୍ କଲେଜରେ କୋଭିଡ୍ ପଜିଟିଭ୍
କଣ୍ଟାପଡା (ଆପ୍ର) : ୟୁଏନ୍ କଲେଜରେ ବହୁ ଛାତ୍ରଛାତ୍ରୀଙ୍କ କୋଭିଡ୍ ଚିହ୍ନଟକୁ ନେଇ ପିଜି ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । ପିଜି ପରୀକ୍ଷାକୁ ଅଫଲାଇନ ବଦଳରେ ଅନଲାଇନ କରାଇବା ନଚେତ୍ ଏଭଳି ପରିସ୍ଥିତିରେ ପିଜି ପରୀକ୍ଷାକୁ ବାତିଲ କରିବାକୁ ନେଇ ଛାତ୍ରଛାତ୍ରୀ ଉତ୍ତେଜିତ ହୋଇ ଆମ୍ଭମାନଙ୍କ ଜୀବନକୁ ନେଇ ଖେଳ ଖେଲୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଅଡସପୁର ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ୨୭ ଜଣ କୋଭିଡ୍ ଛାତ୍ରଛାତ୍ରୀ ଚିହ୍ନଟ ହୋଇଥିବା ବେଳେ ଏହାକୁ ଛାତ୍ରଛାତ୍ରୀ ଅସ୍ୱୀକାର କରିଥିଲେ ଏବଂ ଏହାର ସଂଖ୍ୟା ବହୁ ଢେର ବୋଲି କହିଥିଲେ । ଏପରିକି ବହୁ ଛାତ୍ରଛାତ୍ରୀ ଥଣ୍ଡା ଜ୍ୱରରେ ପଡିଥିବା ନେଇ କହିଥିଲେ । କିନ୍ତୁ କଲେଜ କର୍ତ୍ତୁପକ୍ଷ ପୂର୍ବନିଷ୍ପତ୍ତି ଅନୁଯାୟୀ ପିଜି ଓ ୟୁଜି ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ କରାଇଛନ୍ତି । ଏଥିରେ ୪୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ହଷ୍ଟେଲରେ ଥିବା ଛାତ୍ର ଛାତ୍ରୀମାନେ ଆଇସିୟୁରେ ଚିକିସôା ହେଉଛନ୍ତି । ଏ ନେଇ କଲେଜ ଅଧ୍ୟକ୍ଷ ଅରୁଣ କୁମାର ନାୟକଙ୍କୁ ପ·ରିବାରୁ ୬ଜଣ ଛାତ୍ରଛାତ୍ରୀ ପିଜି ଓ ୟୁଜିର ଆଇସୋଲେସନରେ ଥିବାବେଳେ ସୋମବାର ଦିନ ବିଜ୍ଞାନ ପରୀକ୍ଷା କରାଯିବ । ଯେଉଁ ଛାତ୍ରଛାତ୍ରୀମାନେ କୋଭିଡ୍ ସଂକ୍ରମିତ ଥିବେ ସେମାନଙ୍କ ପାଇଁ ପରୀକ୍ଷା ସମୟରେ ଅଲଗା ଘରର ବ୍ୟବସ୍ଥା କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *