କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ନହେବାରୁ କ୍ଷୁବ୍ଧ

କୋଟଗଡ଼ (ଆପ୍ର): କନ୍ଧମାଳ ଜିଲ୍ଲା କୋଟଗଡ ଗସ୍ତରେ ଆସିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲା । ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଥାନୀୟ ବିଜେପି କର୍ମୀମାନେ ସ୍ୱାଗତ କରିଥିଲେ । ସାଙ୍ଗରେ ଥିଲେ ପୂର୍ବତନ ସାଂସଦ ପ୍ରତୁ୍ୟଷା ରାଜେଶ୍ୱରୀ ସିଂ, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଉପାଧ୍ୟକ୍ଷା ପୁଷ୍ପାଳି ଭାଟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ମିଶ୍ର, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ପଦ୍ମ ଦାସ, ଜିଲ୍ଲା ଉପସଭାପତି ବନ ମହାନ୍ତି, ଜିଲ୍ଲା କାର୍ଯ୍ୟକରିଣୀ ସଦସ୍ୟ ବାଲେଶ୍ୱର ନାୟକ ଓ ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ । କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ବାଟମାରଣା କରି ସଂଖ୍ୟାଲଘୁଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ମଣ୍ଡଳ ସଭାପତି ପ୍ରକାଶ ରାଓ ସୁବୁଦ୍ଧିଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ କୋଟଗଡ଼ ମଣ୍ଡଳର ପନ୍ଦର ପଞ୍ଚାୟତର ବହୁ ବିଜେପି କର୍ମୀ ଓ ସଂଖ୍ୟା ଲଘୁ ସମ୍ପ୍ରଦାୟର ଲୋକେ ଉପସ୍ଥିତ ଥିଲେ । ସାଧାରଣ ସମ୍ପାଦକ ପ୍ରତାପ କୁମାର ନାୟକ, ପରମେଶ୍ୱର ଘଡ଼େଇ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଜଗା ନାୟକ ଓ ଯୁବମୋର୍ଚ୍ଚା ଆଇଟି ସେଲ୍ ସମ୍ପାଦକ ମାଧବ ଦାଶ, ମୋହନ ବାଲିଆରସିଂ, ସୁଜିତ ଦଳେଇ ମାଝୀ ପ୍ରଭୃତି ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *