ପରକୀୟା ପ୍ରୀତି: ଯୁବକଙ୍କୁ ଲଣ୍ଡା କଲେ ଗ୍ରାମବାସୀ

ଖଲ୍ଲିକୋଟ(ଆପ୍ର): ଖଲ୍ଲିକୋଟ ଥାନା ତେନ୍ତୁଳିଆପାଲ୍ଲୀ ଗ୍ରାମରେ ଗୁରୁବାର ରାତିରେ ପରକୀୟା ପ୍ରୀତି ସନେ୍ଦହରେ ଜଣେ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦିଆଯାଇଛି । ତାଙ୍କୁ ଲଣ୍ଡା କରି ବେକରେ ଜୋତାମାଳ ପକାଇ ମୁହଁରେ କଳାବୋଳି ଗ୍ରାମ ପରିକ୍ରମା କରାଯିବା ପରେ ଜରେ ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।
ତେନ୍ତୁଳିଆପଲ୍ଲୀର ଜଣେ ବିବାହିତା ମହିଳାଙ୍କ ସହ ବାଗଲପୁର ଗ୍ରାମର ସୁଶାନ୍ତ କୁମାର ସ୍ୱାଇଁଙ୍କ ଅନୈତିକ ସମ୍ପର୍କ ଥିଲା । ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ଯୁବକ ସମ୍ପୃକ୍ତ ମହିଳାଙ୍କ ଘରକୁ ଯାଇଥିବା ବେଳେ କିଛି ମହିଳା ଏ ବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଲୋକେ ସୁଶାନ୍ତଙ୍କୁ ଧରି ଶାରୀରିକ ନିର୍ଯାତନା ଦେଇଥିଲେ । ଗାଁ ମଝିରେ ବୈଠକ କରି ସୁଶାନ୍ତଙ୍କୁ ରାତି ଅଧିଆ ଲଣ୍ଡା କରି ଶୁକ୍ରବାର ସକାଳୁ ବେକରେ ଜୋତା ମାଳ ପକାଇ ଗାଁରେ ବୁଲାଇଥିବା ଦେଖିବାକୁ ମିଳିଛି । ସମ୍ପୃକ୍ତ ମହିଳା ଲୋକ ଲଜ୍ଜା ସହି ନ ପାରି ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପୁଲିସ୍ ଅପମୃତୁ୍ୟ ମାମଲା ରୁଜୁକରିଛି । ସୁଶାନ୍ତଙ୍କ ଉଦ୍ଧାର କରି ତଦନ୍ତ ଚଳାଇଛି ପୁଲିସ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *