ସନ୍ଧ୍ୟା ଦର୍ଶନ କଲେ ୨ ଲକ୍ଷ ଭକ୍ତ

ପୁରୀ (ବୁ୍ୟରୋ): ଶୁକ୍ରବାର ଥିଲା ଆଷଢାÿÿ ଶୁକ୍ଳ ନବମୀ । ଜନ୍ମବେଦୀ ତଥା ଆଡ଼ପ ମଣ୍ଡପରେ ପ୍ରାୟ ୨ ଲକ୍ଷରୁ ଅଧିକ ଭକ୍ତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ନୀତି ସଅଳ ହେବା ସହ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିଛି ପ୍ରଶାସନ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମର୍ଥ ବର୍ମା ୪ଟା ପରିବର୍ତ୍ତେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ଅନୁମତି ଦେଇଥିଲେ ।
ସନ୍ଧ୍ୟା ୬ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଭୋର ୫ଟା ୪୫ରେ ଦ୍ୱାର ଖୋଲାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ସରିଥିଲା । ଭକ୍ତମ ଦିନତମାମ ଧାଡ଼ି ଦର୍ଶନ କରିଥିଲେ । ପାଗ ଭଲ ଥିବାରୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରି ଆଡ଼ପ ଅବଢ଼ା ଖାଇ ତୃପ୍ତି ହୋଇଛନ୍ତି । ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଶୁକ୍ରବାର ଥିଲା ଶେଷଦିନ । ସେଥିପାଇଁ ମହାପ୍ରଭୁଙ୍କୁ ଦର୍ଶନ କରିବାର ହାତଛଡ଼ା କରି ନ ଥିଲେ ଭକ୍ତ । ଶରଧାବାଲି ପାଲଟି ଯାଇଥିଲା ଲୋକାରଣ୍ୟ । ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ।
ଶନିବାର ମହାପ୍ରଭୁ ବାହୁଡ଼ିବେ ଶ୍ରୀମନ୍ଦିର ଅଭିମୁଖେ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ୬ଟାରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା ବେଳେ ଭକ୍ତ ନାକଚଣା ଦ୍ୱାରଦେଇ ଆନନ୍ଦ ବଜାରରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଅଭଡ଼ା ପାଇବାର ସୁଯୋଗ ଲାଭ କରିଥିଲେ । ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଚଳିତବର୍ଷ ନୂତନ କରି ପରିମାଣିକ ଟିକେଟ୍ ଦର୍ଶନ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଥିଲା । ଶ୍ରଦ୍ଧାଳୁ ସିଧାସଳଖ ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ଲାଭ କରିଥିଲେ । ଅନ୍ୟପକ୍ଷରେ ଆଡ଼ପ ଅବଢ଼ା ଦରକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଅବଢ଼ା ଦର ୨ରୁ ୩ଗୁଣା କରିଥିବା ଭକ୍ତମାନେ ଅଭିଯୋଗ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *