ଦବିଲାଣି ସ୍କୁଲ୍ କାନ୍ଥ, ଛାତ୍ରୀଛାତ୍ର ଅସୁରକ୍ଷିତ

ରଘୁନାଥପୁର (ଆପ୍ର): ରଘୁନାଥପୁର ବ୍ଲକ ଗୋକୁଳପୁର ସାରଦା ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ କାନ୍ଥରେ ଫାଟ ସୃଷ୍ଟି ହେବା ସହିତ ଏହାକୁ ବାଉଁଶ ଢେରା ଦିଆଯାଇ ରଖାଯାଇଛି । ଫଳସ୍ୱରୂପ ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସୃଷ୍ଟି ହେବା ସହିତ ଏହା ଉପରେ କେହି ଦୃଷ୍ଟି ଦେବା ଭଳି ମନେ ହେଉନି । ପ୍ରାୟ ୪୫ ବର୍ଷ ପୂର୍ବେ ଘର ନିର୍ମାଣ କରାଯାଇଥିଲା । କିନ୍ତୁ ମରାମତି ଅଭାବରୁ କାନ୍ଥ ଦବି ବିପଦପୂର୍ଣ ଭାବେ ଝୁଲି ରହିଛି । ଏହା ଯେକୌଣସି ସମୟରେ ଭାଙ୍ଗିପଡିବାର ଆଶଙ୍କା ରହିଛି ।
ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପରି·ଳନା କମିଟି ପକ୍ଷରୁ ଏହି କାନ୍ଥ ପାଶ୍ୱର୍ ଦେଇ ଛାତ୍ରୀଛାତ୍ରଙ୍କ ଯାତାୟାତକୁ ବାରଣ କରାଯିବା ସହ ବାଉଁଶ ବାନ୍ଧି ବନ୍ଦ କରାଯାଇଛି । ଉକ୍ତ ଭଗ୍ନ କାନ୍ଥ ଉପରେ ଥିବା ଆଜ୍ବେଷ୍ଟସକୁ ଧରିରଖିବା ପାଇଁ ବାଉଁଶ ଖୁଣ୍ଟକୁ ସପୋର୍ଟ ଦିଆଯାଇଛି । ଆବଶ୍ୟକ ମୁତାବକ ଛାତ ଘର ନ ଥିବାରୁ ପିଲାମାନେ ଦୀର୍ଘଦିନର ପୁରୁଣା ଆଜ୍ବେଷ୍ଟସ ଘରେ ପାଠ ପଢୁଛନ୍ତି । ଫନି ବାତ୍ୟାରେ ବିଦ୍ୟାଳୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ସରକାରଙ୍କ ପକ୍ଷରୁ ଏହାର ମରାମତି କରାଯିବା ସହ ଦୁଇ ବଖରା ଛାତଘର ନିର୍ମାଣ ପାଇଁ ଆର୍ଡ଼ି ବିଭାଗ ପକ୍ଷରୁ ଏଷ୍ଟିମେଟ କରାଯାଇଥିଲା । ଇତିମଧ୍ୟରେ ତିନି ବର୍ଷ ବିତି ଯାଇଥିଲେ ବି ଛାତ ନିର୍ମାଣର ନାମ ଗନ୍ଧ ନାହିଁ । ଦିନକୁ ଦିନ ପୁରୁଣା ଶ୍ରେଣୀ ଗୃହଗୁଡିକର ସ୍ଥିତି ଦୁର୍ବଳ ହେଉଥିବାବେଳେ ନୂତନ ଗୃହ ନିର୍ମାଣ ଜରୁରୀ ହୋଇପଡିଛି ।
ପିଲାଙ୍କ ପାଇଁ ଉଦ୍ଦିଷ୍ଟ ସାଇକେଲ ସେଡ୍ ସମ୍ପୂର୍ଣ ଭାଙ୍ଗି ଯାଇଛି । ମଧ୍ୟାହ୍ନ ଭୋଜନ ରୋଷେଇ ଘର ଛାତରୁ ପାଣି ଗଳି ସମସ୍ୟା ସୃଷ୍ଟି କରୁଛି । ଏ ସମ୍ପର୍କରେ ପରି·ଳନା କମିଟି ଓ ଅଲମନାଇ କମିଟି ସଭ୍ୟଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଅବ୍ୟବସ୍ଥା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ, ବିଡ଼ିଓ ଓ ବିଇଓଙ୍କୁ ଅବଗତ କରାଯାଇଛି । ତୁରନ୍ତ ପ୍ରତିକାର କରାଯିବା ସହ ନୂତନ ଶ୍ରେଣୀଗୃହ ନିର୍ମାଣ, ସାଇକେଲ ସେଡ୍ ମରାମତି ବ୍ୟବସ୍ଥା କରିବା ପାଇଁ ପରି·ଳନା କମିଟି ଅଧକ୍ଷ ରାଜେନ୍ଦ୍ର ନାରାୟଣ ସିଂହ, ଉପାଧକ୍ଷ ସୁଭଦ୍ରା ଖୁଣ୍ଟିଆ, ପ୍ରଭାତ କୁମାର ସିଂହ ପ୍ରମୁଖ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *