ଆମ୍ବୁଲାନ୍ସରେ ପ୍ରସବ, ଆଖି ବୁଜିଲା ନବଜାତକ
ଦୋଳାରେ ବୁହାହେଲେ ଗର୍ଭବତୀ
ଫିରିଙ୍ଗିଆ (ଆପ୍ର): କନ୍ଧମାଳରେ ଜନନୀ ଯନ୍ତ୍ରଣା ଥମିବାର ନା ଧରୁନି । ରାସ୍ତା ଓ ଯୋଗାଯୋଗ ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ପାରୁନି । ଗର୍ଭବତୀ ମହିଳା ସହୁଛନ୍ତି ଅସହ୍ୟ କଷ୍ଟ । ଠିକ୍ ସମୟରେ ଗର୍ଭବତୀ ଡାକ୍ତରଖାନାରେ ପହଞ୍ଚି ପାରୁ ନ ଥିବାରୁ କେତେ ବେଳେ ନବଜାତକ ତ ଆଉ କେତେ ବେଳେ ମାଆର ମୃତୁ୍ୟ ହେଉଥିବା ନଜିର ରହିଛି ।
ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ପାଢୀ ଉପର ସାହିର ମାଗକଲି ଗ୍ରାମରେ । ମାରକାଲି ଗ୍ରାମର ବିରୁପାକ୍ଷ କହଁରଙ୍କ ପନôୀ ଚନ୍ଦ୍ରିକାଙ୍କୁ ଗର୍ଭ ଯନ୍ତ୍ରଣା ହୋଇଥିଲା । ଗାଁରେ କିଛି ଦିନ ହେଲା ବିଦୁ୍ୟତ ସେବା ଠପ୍ ହୋଇଯାଇଥିବାରୁ ମୋବାଇଲ୍ ଯୋଗେ ସ୍ୱାସ୍ଥ୍ୟସେବା ପାଇଁ ଯୋଗାଯୋଗ ହୋଇପାରି ନ ଥିଲା । ୩୦ରୁ ୩୫ କି.ମି ଅତିକ୍ରମ କରି ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚôବାକୁ ହେଲେ ବାଘ ନଦୀରେ ଅସ୍ଥାୟୀ ପୋଲ ପାରଥ ହେବାକୁ ପଡ଼େ । ଦୁଇ ପଡୋଶୀ ଦଳତାମ କହଁର ଓ ଆଦିତ୍ୟ କହଁର ଚନ୍ଦ୍ରିକାଙ୍କୁ ଗାଁରୁ ଦୁଇ କି.ମି ଭାର କରି ଦୋଳାରେ ବୋହିବା ପରେ ଆମ୍ବୁଲାନ୍ସ ପହଞ୍ଚô ଥିଲା । ମେଡିକାଲ ଫାଟକ ନିକଟରେ ପହଞ୍ଚିବା ସମୟରେ ଚନ୍ଦ୍ରିକା କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଡାକ୍ତରଖାନା ଭିତରକୁ ନେବା ପରେ ନବଜାତକ ଆଖି ବୁଜିଥିବା ଡାକ୍ତର କହିଥିଲେ । କନ୍ଧମାଳର ୫୪୮ରୁ ଅଧିକ ଦୁର୍ଗମ ଗାଁରେ ଏଭଳି ଅବସ୍ଥା । ଏହାର ପ୍ରତିକାର ପାଇଁ କାହାର ବି ଉଦ୍ୟମ ନାହିଁ । ଆଜି ବି ଜିଲ୍ଲାର ଶତାଧିକ ଗ୍ରାମ ସବୁ ଦିନିଆ ରାସ୍ତାରୁ ବଞ୍ଚିତ । ଅର୍ଦ୍ଧାଧିକ ଗ୍ରାମକୁ ମୋବାଇଲ ସେବା ନାହିଁ । ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ । ଗାଁକୁ ରାସ୍ତା ପାଇଁ ବାରମ୍ବାର ଦାବି ସତ୍ତ୍ୱେ କାମ ହେଉନାହିଁ । ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଥିବା ଡାକ୍ତର ପ୍ରରନ ପ୍ରଧାନଙ୍କୁ ପଚାରିବାରେ ଚନ୍ଦ୍ରିକାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା । ଶିଶୁ କନ୍ୟାର ଗର୍ଭରୁ ହିଁ ମୃତୁ୍ୟ ହୋଇସାରିଥିବା ଡାକ୍ତର ପ୍ରକାଶ କରିଛନ୍ତି ।
