୪ ଗୁରୁତର, ୧୮ ଗିରଫ

କର୍ଣ୍ଣାଟକରେ ଥମୁନି ସାମ୍ପ୍ରଦାୟିକ ହିଂସା
ବେଙ୍ଗାଲୁରୁ (ଏଜେନ୍ସି): କର୍ଣ୍ଣାଟକର ବାଗଲକୋଟେରେ ଦୁଷ୍କର୍ମ ଘଟଣା ପରେ ଦୁଇ ସମ୍ପ୍ରଦାୟ ହିଂସ୍ର ହୋଇପଡ଼ିଛନ୍ତି । ଏଥିରେ ୪ ଜଣ ଗୁରୁତର ହୋଇଥିବାବେଳେ ୧୯ ଜଣଙ୍କୁ ଗିରଫ କରାଯାଇଛି । ବାଗଲକୋଟେ ତହସିଲର କେରୁର୍ରେ ଦୁଷ୍କର୍ମ ଘଟଣା ପରେ ହିନ୍ଦୁ-ମୁସଲିମ୍ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ କହିବାନୁସାରେ, ଜିଲ୍ଲାର ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଏହି ଦଙ୍ଗାରେ ଅତି କମ୍ରେ ୪ ଜଣ ଗୁରୁତର ହୋଇଥିବାବେଳେ ୧୮ ଜଣଙ୍କୁ ଗିରଫ କରାଯାଇଛି । ବାଗଲକୋଟେ ଏସ୍ପି ଆଇ ଜୟପ୍ରକାଶଙ୍କ କହିବାନୁସାରେ, ପରିସ୍ଥିତି ଏବେ ଶାନ୍ତିପୂର୍ଣ୍ଣ ରହିଛି । ଉଭୟ ସମ୍ପ୍ରଦାୟର ଲୋକଙ୍କୁ ଗିରଫ କରାଯାଇଛି ।
ଏସ୍ପିଙ୍କ କହିବାନୁସାରେ, ଜଣେ ହିନ୍ଦୁ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଦକ୍ଷିଣପନ୍ଥୀ କର୍ମକର୍ତ୍ତା ୟାସିନ୍ ନାମକ ଜଣେ ଯୁବକଙ୍କୁ ଅଟକ ରଖିଥିଲେ । ଏହାପରେ ୟାସିନ୍ଙ୍କ ସହ ଅନ୍ୟମାନେ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ । ଧୀରେ ଧୀରେ ଯୁକ୍ତିତର୍କ ହିଂସା ରୂପ ନେଇଥିଲା । ଏହାପରେ ହିନ୍ଦୁ ଜାଗରଣ ବେଦିକେ ନାମକ ସଂଗଠନ ଜିଲ୍ଲା ସଚିବଙ୍କୁ ଛୁରୀ ମାରିଦେଲେ । ଏନେଇ ହିନ୍ଦୁ ସଂଗଠନର ସଦସ୍ୟମାନେ ମୁସଲମାନଙ୍କ ରିହାଇଶୀ ଅଞ୍ଚଳରେ ପ୍ରବେଶ କରି ଗାଡ଼ିରେ ନିଆଁ ଲଗାଇଦେଲେ । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି କେରୁର୍ରେ ୧୪୪ ଧାରା ଲାଗୁ କରାଯାଇଛି । ୮ ଜୁଲାଇ ସକାଳ ୮ଟା ଯାଏଁ ଏହି ଧାରା ବଳବତ୍ତର ରହିବ । ଏଥିସହ ସ୍ଥାନୀୟ ଅଞ୍ଚଳର ସ୍କୁଲ, କଲେଜ ମଧ୍ୟ ଛୁଟି କରିଦିଆଯାଇଛି । ଦଙ୍ଗା ଅଞ୍ଚଳରେ ପୁଲିସବାହିନୀ ମୁତୟନ ଅଛନ୍ତି ।
ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକରେ ଗତ କିଛି ମାସ ଧରି ବିଭିନ୍ନ ପ୍ରସଙ୍ଗକୁ ନେଇ ତିକ୍ତ ପରିସ୍ଥିତି ରହୁଛି । କର୍ଣ୍ଣାଟକରେ କଲେଜ ଆରମ୍ଭ ହେବା ପୂର୍ବରୁ ହିଜାବ ବିବାଦ ଘନେଇଥିଲା । ପରେ ପରେ ହିନ୍ଦୁ ନବବର୍ଷ ଅବସରରେ କେତେକ ବିବାଦୀୟ ଘଟଣା ଦେଖିବାକୁ ମିଳିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *