ପଶ୍ଚିମବଙ୍ଗରେ ରାଜନୈତିକ ହିଂସା
ଟିଏମ୍ସି ନେତା ସମେତ ୩ ଜଣଙ୍କୁ ଗୁଳିକରି ହତ୍ୟା
କୋଲକାତା (ଏଜେନ୍ସି): ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ନେଉନି । ନିୟମିତ ବ୍ୟବଧାନରେ ରାଜନୀତିରେ ସକ୍ରିୟ ଥିବା ନେତା କିମ୍ବା ସମର୍ଥକଙ୍କୁ ହତ୍ୟା କରାଯାଉଛି । ଏବେ ରାଜନୈତିକ ହିଂସାରେ ଆଉ ଏକ କଳା ଅଧ୍ୟାୟ ଯୋଡ଼ି ହୋଇଛି ।
ଗୁରୁବାର ଦିନ ୯ଟାରେ ଦକ୍ଷିିଣ ୨୪ ପ୍ରଗଣା ଜିଲ୍ଲାର କ୍ୟାନିଙ୍ଗ୍ରେ ତୃଣମୂଳ କଂଗ୍ରେସ ନେତାଙ୍କ ସମେତ ତିନି ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । କିଛି ଅଜଣା ବ୍ୟକ୍ତି ବାଇକ୍ରେ ଯାଉଥିବା ଟିଏମ୍ସି ନେତା ସ୍ୱପନ ମାଝୀ ଓ ତାଙ୍କର ଦୁଇ ଜଣ ସାଥୀଙ୍କୁ ଜନାକୀର୍ଣ୍ଣ ସ୍ଥାନରେ ଅଟକାଇ ଆଖିବୁଜା ଗୁଳିମାଡ କରିଥିଲେ । ତାଙ୍କ ସହଯୋଗୀମାନେ ଜୀବନ ବିକଳରେ ପଳାଉଥିବା ସମୟରେ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ କରିଥିଲେ । ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ପ୍ରକାଶ ଯେ ଆସନ୍ତା ୨୧ରେ ଟିଏମ୍ସି ପକ୍ଷରୁ ହେବାକୁ ଥିବା ରାଲି ବିଷୟରେ ଆଲୋଚନା ପାଇଁ ସ୍ୱପନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ଯିବା ସମୟରେ ଗୁଳିମାଡ଼ର ଶିକାର ହୋଇଥିଲେ ।