ମାଟ୍ରିକ୍ରେ ରେକର୍ଡ ସତ୍ତ୍ୱେ ସିଟ୍ ଅଭାବ ହେବନି

ଭୁବନେଶ୍ୱର(ବୁ୍ୟରୋ): ଏଥର ମାଟ୍ରିକ୍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ପାସ୍ କରିଛନ୍ତି । ରିଜଲ୍ଟ ୯୦. ୭୯ % ହୋଇଥିବାରୁ ପିଲାଙ୍କ ନାମଲେଖା ନେଇ ଭିନ୍ନଭିନ୍ନ ଆଲୋଚନା ହେଉଛି । ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ଅଭାବ ହେବ ବୋଲି ଅନେକ କହୁଛନ୍ତି । ତେବେ ସିଟ୍ ଅଭାବ ରହିବନି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତିି, ଯେଉଁ କଲେଜରେ ଯେତିକି ସିଟ୍ ସେହି ଅନୁସାରେ ଛାତ୍ରଛାତ୍ରୀ ଆବେଦନ କରିବେ । ଏବେ ପ୍ରତିଯୋଗିତାର ସମୟ । ଯେଉଁ କଲେଜରେ ପଢିବାକୁ ଛାତ୍ରଛାତ୍ରୀଙ୍କ ଆଗ୍ରହ ଥିବ ଯୋଗ୍ୟତା ଅର୍ଜନ କଲେ ସେଠାରେ ପଢ଼ିପାରିବେ । ଯେତିକି ସିଟ କଲେଜରେ ଅଛି ତାହା ଯଥେଷ୍ଟ ।
ସେ ଆହୁରିମଧ୍ୟ କହିଛନ୍ତି, ଗତ ବର୍ଷ କୋଭିଡ୍ ସମୟରେ ୯୭ ପ୍ରତିଶତ ପାସ୍ ହାର ଥିଲା । ସିଟ୍ ବଢ଼ାଯାଇଥିଲା । ତେଣୁ ଚଳିତ ଥର ସିଟ୍ ନେଇ କୌଣସି ସମସ୍ୟା ହେବ ନାହିଁ ।
ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୯୦.୭୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଯାହାକି ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି । ୨୦୨୧ରେ ବିନା ପରୀକ୍ଷାରେ ପରୀକ୍ଷାଫଳ ପ୍ରକାଶ ପାଇଥିବାରୁ ପାସ୍ ହାର ୯୭ ପ୍ରତିଶତ ରହିଥିଲା । କିନ୍ତୁ ୨୦୨୦ରେ ହୋଇଥିବା ପରୀକ୍ଷାରେ ୭୮.୭୬ ପ୍ରତିଶତ ପାସ୍ ହାର ଥିବାବେଳେ ଚଳିତ ବର୍ଷ ତାହା ୯୦ ପ୍ରତିଶତ ଟପି ଯାଇଛି । ୨୦୧୭ରେ ସର୍ବାଧିକ ୮୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ । ସେହିଭଳି ୨୦୨୦ରେ ଏ-୧ ଗ୍ରେଡ୍ (୯୦ ପ୍ରତିଶତରୁ ଅଧିକ)ରେ ସର୍ବାଧିକ ୧୨୭୬ ଜଣ ପାସ୍ କରିଥିଲେ । ଚଳିତବର୍ଷ ଏହା ୮୧୧୯ରେ ପହଞ୍ଚିଛି । ଯେତିକି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ ୫୬.୯୯ ପ୍ରତିଶତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।
ଚଳିତବର୍ଷ ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ପରୀକ୍ଷା (୪ଟି ଏଫ୍ଏ ଓ ୨ଟି ଏସ୍ଏ) କରାଯିବା ସହିତ ଫଳ ପ୍ରକାଶନ ପାଇଁ ତିନି ପଦ୍ଧତି ଅବଲମ୍ବନ କରାଯାଇଥିଲା । ଫଳରେ ଚକିତ କଲା ଭଳି ପରୀକ୍ଷାଫଳ ଆସିଥିବା କୁହାଯାଉଛି । କିନ୍ତୁ କିଛି ପିଲା ସାହିତ୍ୟରେ ଶତପ୍ରତିଶତ ନମ୍ବର ରଖିଥିବାରୁ ଏହା ଉପରେ ସନେ୍ଦହ ପ୍ରକଟ କରାଯାିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *