ମାଉସୀ ମା’ଙ୍କ ପୋଡ଼ପିଠାରେ ମହାପ୍ରଭୁଙ୍କ ମନ
ପୁରୀ (ବୁ୍ୟରୋ): ଭୋଜନ ପି୍ରୟ ମହାପ୍ରଭୁ ଶ୍ରୀଜଗନ୍ନାଥ । ସେଥିପାଇଁ ଠାକୁରଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନ ବ୍ୟବସ୍ଥା ରହିଛି । ତଥାପି ପିଠା ଖାଇବା ପାଇଁ ମହାପ୍ରଭୁଙ୍କର ଥାଏ ବିଶେଷ ଅଭିରୁଚି । ପ୍ରତିଦିନ ତାଙ୍କ ପାଖରେ ପିଠା ଭୋଗ କରାଯାଏ । ବର୍ତ୍ତମାନ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାବିଗ୍ରହ । ଆସନ୍ତା ମଙ୍ଗଳବାର ବାହୁଡ଼ା ଯାତ୍ରା । ଆଡ଼ପ ମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ମହାବାହୁ । ବାଟରେ ମାଉସୀ’ମା ଘର । ଶ୍ରୀଗୁଣ୍ଡିଚା ଯାତ୍ରାରେ ଯାଇ ବାହୁଡ଼ିବାବେଳେ ମହାପ୍ରଭୁ ମାଉସୀ ଘରେ ପୋଡ଼ପିଠା ଖାଇ ଶ୍ରୀମନ୍ଦିରକୁ ଫେରିଥାନ୍ତି ବୋଲି ଜନଶ୍ରୁତି ରହିଛି । ମହାପ୍ରଭୁଙ୍କ ମାନବୀୟ ଲୀଳାରେ ଏହି ପରମ୍ପରା କେଉଁ କାଳରୁ ରହି ଆସିଛି । ଏଥିପାଇଁ ଏବେ ମାଉସୀ’ମା ମନ୍ଦିରରେ ପ୍ରସ୍ତୁତ କରାଯାଉଛି ସୁଆଦିଆ ପୋଡ଼ପିଠା । ଏହାକୁ ପ୍ରସ୍ତୁତ କରୁଛନ୍ତି ମନ୍ଦିରର ପୂଜକ ବିଶ୍ୱନାଥ ମିଶ୍ର । ହେରାପଞ୍ଚମୀ ଦିନ ଚୁଲି ନିର୍ମାଣ କରାଯାଇଥିଲା । ଶୁକ୍ରବାର ରାତିରୁ ଆଜି ପର୍ଯ୍ୟନ୍ତ ପ୍ରସ୍ତୁତି ଚଳାଇଛନ୍ତି ପୂଜକ ଶ୍ରୀ ଦାସ ।