ଅଧାରୁ ରାସ୍ତା କାମ ଛାଡ଼ି ଠିକାଦର ଛୁ

ବାରଙ୍ଗ (ଆପ୍ର): ଭୁବନେଶ୍ୱର ବ୍ଲକ୍‌ ଅଧିନସ୍ତ ଦାଢ଼ା ପଞ୍ଚାୟତରେ ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ପକ୍ଷରୁ ·ଲିଥିବା ରାସ୍ତାକାର୍ଯ୍ୟକୁ ଠିକାଦାର ଅଧାରୁ ବନ୍ଦ କରିଦେବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଭୁବନେଶ୍ୱର ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ପକ୍ଷରୁ କରାଯାଉଥିବା ଏହି ରାସ୍ତା କାମ ୩ ମାସ ତଳେ ଆରମ୍ଭ ହୋଇଥିଲେ ସୁଧା ସାରିବାର ନାଁ ଧରୁନି । ସେପଟେ ଠିକାଦାର ଅଧାରୁ କାମ ବନ୍ଦ କରିଦେବାରୁ ରାସ୍ଥାରୁ ବାଲି ଗୋଡ଼ି ଓ ମେଣ୍ଟାଲ ଉଠିଯିବାରୁ ଏବେ ଖାଲ ଖମାରେ ପରିଣତ ହେବା ସହିତ ଲୋକଙ୍କ ଗମନାଗମନ ପାଇଁ ମରଣଜନ୍ତା ପାଲଟିଛି । କୋଟି କୋଟି ଟଙ୍କା ବେୟ ବରଦାରେ ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ପକ୍ଷରୁ ପଦାସାହି ସ୍ଥିତ ଭୁବନେଶ୍ୱର ନିୟୁ ରେଳ ଷ୍ଟେସନ ଠାରୁ ଦୟା କେନାଲ ବନ୍ଧ ଦେଇ ଏହି ରାସ୍ଥା କାର୍ଯ୍ୟ ଝିଙ୍କରଡ଼ିହ ପର୍ଯ୍ୟନ୍ତ କରାଯାଉଥିଲା । ହେଲେ ଖରାମାସ ଯାଇ ବର୍ଷା ଆରମ୍ଭ ହୋଇଗଲା ପଛେ ଠିକାଦାର ଏହି କାର୍ଯ୍ୟକୁ ସାରି ନ ପାରିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀକୁ ସରସ ସୁନ୍ଦର କରିବା ପାଇଁ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଅଦ୍ୟମ ଅନନ୍ୟ ୟଭୁବନେଶ୍ୱର ହଂସପାଳ ଜାତୀୟ ରାଜପଥରୁ ଆରମ୍ଭ କରି ପଟିଆ ଘେରିବନ୍ଧ ଠାରୁ ମଞ୍ଚେଶ୍ୱର ଦୟାୱେଷ୍ଟ କେନାଲ ବନ୍ଧା କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ·ଲିଛି । ତେବେ ବିଭିନ୍ନ ସ୍ଥାନରେ ନିମ୍ନ ମାନର ବନ୍ଧ କାମ ଯୋଗୁଁ ରାସ୍ଥା ଧୋଇ ଗଲାଣି । ବନ୍ଧର ଗାର୍ଡୱାଲ ନ ଥିବାରୁ ଆଗକୁ ବନ୍ଧ ପ୍ରତି ବିପଦ ଦେଖାଦେଇଛି । ନଦୀ ବନ୍ଧ ପ୍ରଶସ୍ତି କରଣ ପାଇଁ ଉଭୟ ପାଶ୍ୱକୁ ଗାର୍ଡୱାଲ କରାଯିବାର ଏସ୍ଟିମେଟ ଥିବା ବେଳେ ଠିକାଦାର ମାନମୁଖୀ କାମ କରୁଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ସେପଟେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଅନୁପସ୍ଥିତ ଯୋଗୁଁ କାମକୁ ଠିକାଦାର ମନମୁଖୀ କରୁଥିବାରୁ ରାସ୍ଥା କାର୍ଯ୍ୟ ନିମ୍ନମାନର କରାଯାଉଥିବା ପଞ୍ଚାୟତ ବାସୀ କହିଛନ୍ତି । ଝିଙ୍କରଡ଼ିହ ଗ୍ରାମ ଓ ମରିଚିଆ ଗ୍ରାମରେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଫେବର ବ୍ଲକ୍‌ ଟାଇଲିରେ ରାସ୍ଥା କାର୍ଯ୍ୟ କରାଯାଉଛି । ହେଲେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବିଭିନ୍ନ ସ୍ଥାନର ରାସ୍ଥାରୁ ଫେବର ବ୍ଲକ୍‌ ଟାଇଲ ଉଠିଯିବା ଏବଂ ଦବି ଯିବା ଦ୍ୱାରା ଯାତାୟାତରେ ବାଧା ସୃଷ୍ଟି ହେଉଛି । ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *