ଏଲ୍ପିଜି ୫ଠ ଟଙ୍କା ମହଙ୍ଗା
୫ କେଜିର ସିଲିଣ୍ଡର ଦାମ୍ ବି ବଢ଼ିଲା
ନୂଆଦିଲ୍ଲୀ. ୬ା୭: ତୈଳ ବିତରକ କମ୍ପାନୀମାନେ ୧୯ କେଜିର କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ପିଛା ଦାମ୍ ୮ଟଙ୍କା ୫୦ ପଇସା କମାଇଥିବାବେଳେ ୧୪.୨ କେଜିର ଘରୋଇ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢ଼ାଇ ଦେଇଛନ୍ତି । ସେହିପରି ୫ କେଜିର ଘରୋଇ ସିଲିଣ୍ଡର ମଧ୍ୟ ୧୮ ଟଙ୍କା ମହଙ୍ଗା ହୋଇଛି । ନୂଆ ଦର ବୁଧବାର ସକାଳୁ ଲାଗୁ ହେବା ଫଳରେ ଭୁବନେଶ୍ୱରରେ ୧୪.୨ କେଜିର ସିଲିଣ୍ଡର ଦାମ୍ ହୋଇଛି ୧୦୭୯ ଟଙ୍କା ।
ଘରୋଇ ଏଲ୍ପିଜି ସିଲିଣ୍ଡର ଦାମ୍ ୪୮ ଦିନରେ ଦ୍ୱିତୀୟ ଥର ବଢ଼ିଲାଣିି । ଚଳିତ ବର୍ଷ ଏପ୍ରିଲ୍ରେ ୫୦ ଟଙ୍କା ଓ ମେ’ରେ ୫୩ ଟଙ୍କା ବୃଦ୍ଧି କରାଯାଇଥିଲା । ବର୍ଷକ ଭିତରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୨୧୮ ଟଙ୍କା ମହଙ୍ଗା ହେଲାଣି ।
କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ ଚଳିତ ମାସ ପହିଲାରେ ୧୯୮ ଟଙ୍କା କମିଥିଲା ।