କମିବ ଖାଇବା ତେଲ ଦର

୧ଠ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଁ କେନ୍ଦ୍ରର ନିଦେ୍ର୍ଦଶ
ନୂଆଦିଲ୍ଲୀ(ଏଜେନ୍ସି): କେନ୍ଦ୍ର ସରକାର ଏବେ ଖାଇବା ତେଲ ମୂଲ୍ୟରେ ସାମାନ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଏସମ୍ପର୍କରେ ଖାଇବା ତେଲ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ଏନେଇ ନିଦେ୍ର୍ଦଶ ଜାରି କରାଯାଇଛି । ଖାଇବା ତେଲର ବର୍ତ୍ତମାନର ମୂଲ୍ୟ ଉପରେ କମ୍ପାନୀମାନେ ଲିଟର ପିଛା ୧ଠ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ କେନ୍ଦ୍ର ସରକାର ନିଦେ୍ର୍ଦଶ ଦେଇଛନ୍ତି । ଏକ ସପ୍ତାହ ମଧ୍ୟରେ ଏହି ନୂଆ ମୂଲ୍ୟ ସହ ବ୍ୟବସାୟ କରିବାକୁ କମ୍ପାନୀଗୁଡ଼ିକୁ ଚେତାବନୀ ମଧ୍ୟ ଦିଆଯାଇଛି ।
ପ୍ରକାଶ, ଦେଶରେ ଆବଶ୍ୟକ ଖାଦ୍ୟ ତେଲ ତୁଳନାରେ ୬ଠ% ତେଲ ବାହାରୁ ଆମଦାନୀ କରୁଛି । ବୈଶ୍ୱିକ ବଜାରରେ ଖାଦ୍ୟ ତେଲ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଭାରତରେ ଏହା ପୁରୁୂଣା ଅର୍ଥାତ୍ ଚଢ଼ା ଦରରେ ବିକ୍ରି ହୋଇଆସୁଛି । ବିଶେଷକରି କମ୍ପାନୀଗୁଡ଼ିକ ନିଜ ଦାମ୍କୁ କମ୍ କରିବାକୁ ଚାହୁଁନଥିବା ବେଳେ ସେହି ପୁରୁଣା ମୂଲ୍ୟ ଅନୁସାରେ ବ୍ୟବସାୟ ଜାରି ରଖିଛନ୍ତି । ଏସମ୍ପର୍କରେ କେନ୍ଦ୍ର ଖାଉଟି ମନ୍ତ୍ରଣାଳୟର ଦୃଷ୍ଟି ଗୋଚର ହେବା ପରେ ଏଦିଗରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ କିଛି ଦିନ ପୂର୍ବେ ଦେଶର ଖାଇବା ତେଲ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶକ୍ରମେ ଲିଟର ପିଛା ୧ଠରୁ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ ବାଧ୍ୟ ହୋଇଥିଲେ । ଏହା ମଧ୍ୟରେ ବୈଶ୍ୱିକ ବଜାରରେ ଖାଇବା ତେଲ ମୂଲ୍ୟ ଆହୁରି ହ୍ରାସ ପାଇବା ଯୋଗୁ ଏବେ ପୁନର୍ବାର ଏମ୍ଆର୍ପି ଉପରେ ୧ଠ ଟଙ୍କା ଯର୍ପ୍ୟନ୍ତ ହ୍ରାସ କରିବାକୁ କେନ୍ଦ୍ର ସରକାର ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *