ପାସ୍ ହାର ୯ଠ.୭୯

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ
କଟକ, ୬ ।୭ (ବୁ୍ୟରୋ): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ଦ୍ୱାରା ପରିଚାଳିତ ଅନୁଷ୍ଠିତ ୨୦୨୨ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ପୂର୍ବ ଘୋଷଣା ମୁତାବକ ବୁଧବାର ଦିନ ପରିଷଦ କାର୍ଯ୍ୟାଳୟରେ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ ରେଗୁଲାର, ଏକ୍ସ ରେଗୁଲାର ଓ କମ୍ପାର୍ଟମେଣ୍ଟାଲରେ ମୋଟ ପାସ୍ ହାର ୯୦.୫୫ ପ୍ରତିଶତ ହୋଇଥିବା ବେଳେ ରେଗୁଲାର ପାଠ୍ୟକ୍ରମ ଅନୁଯାୟୀ ୯୦.୭୯ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।
ଏହି ପରୀକ୍ଷାରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର ସଫଳତାରେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ସର୍ବାଗ୍ରେ ରହିଛି । ପୂର୍ବ ବର୍ଷମାନଙ୍କ ଭଳି ଏଥର ମଧ୍ୟ ଛାତ୍ରୀମାନେ ସଫଳତା ହାରରେ ଛାତ୍ରଙ୍କୁ ପଛରେ ପକାଇଥିବାବେଳେ ଏଥର ଅନୁସୂଚିତ ଜାତିର ଛାତ୍ରଛାତ୍ରୀ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କୁ ଟପି ଯାଇଛନ୍ତି । ଚଳିତ ବର୍ଷ ୨ ଲକ୍ଷ ୫୬ ହଜାର ଛାତ୍ର ପାସ୍ କରିଥିବାବେଳେ ୨ଲକ୍ଷ ୬୯ ହଜାର ୯୭୦ ଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ବୋର୍ଡ଼ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବ୍ରହ୍ମପୁରର ଶିବରାମ ପାତ୍ର ୫୯୮ ନମ୍ବର ରଖି ରାଜ୍ୟ ଟପ୍ପର ହୋଇଥିବା ବେଳେ ୫୯୫ ନମ୍ବର ରଖି ଶାଶ୍ୱତ ସାହୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଶିବରାମ ସମସ୍ତ ବିଷୟରେ ୧୦୦ରୁ ୧୦୦ ରଖିଥିବା ବେଳେ କେବଳ ଗଣିତ ଓ ବିଜ୍ଞାନରେ ୧୦୦ରୁ ୯୯ ନମ୍ବର ରଖିଛନ୍ତି । ମାଟ୍ରିକ୍ ମଧ୍ୟମା ପରୀକ୍ଷାରେ ପାସ୍ ହାର ୮୦.୦୬% ଥିବାବେଳେ ଓପନସ୍କୁଲ ପାସ୍ ହାର ୭୯.୭୮ ରହିଛି ।
ଚଳିତ ବର୍ଷ ଗତ ଏପ୍ରିଲ ୨୯ ତାରିଖ ଠାରୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆରମ୍ଭ ହୋଇ ମେ’ ୭ ତାରିଖରେ ଶେଷ ହୋଇଥିଲା ।
ମୋଟ ୮ ହଜାର ୯୨୫ଟି ଉଚ୍ଚବିଦ୍ୟାଳୟର ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ରେଗୁଲାର, ଏକ୍ସ- ରେଗୁଲାର ଓ ପତ୍ରବିନିମୟ ପାଠ୍ୟକ୍ରମ ଅନୁଯାୟୀ ଫର୍ମ ପୂରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୮୧୮ ଜଣ ପରୀକ୍ଷା ଦେଇଥିଲେ । ରେଗୁଲାର ପାଠ୍ୟକ୍ରମ ଅନୁଯାୟୀ ମୋଟ ୫ ଲକ୍ଷ ୨୩ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୫ ହଜାର ୪୫୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଅର୍ଥାତ ଏହି ପାସ୍ ହାର ୯୦.୭୯ ପ୍ରତିଶତ । ଏହି ପରୀକ୍ଷାରେ ଅସଦ ଉପାୟ ଅବଲମ୍ବନ ଯୋଗୁ ମୋଟ ୨୬୬ ଜଣକୁ ମାଲ୍ପ୍ରାକ୍ଟିସ (ଏମ୍ପିି) କରାଯାଇଛି । ୮୧୧୯ ଜଣ ଏ-୧ ଗ୍ରେଡ୍ରେ ପାସ୍ କରିଥିବା ବେଳେ ଏ-୨ ଗ୍ରେଡ୍ରେ ୫୪୮୮୯ ଜଣ, ବି-୧ଗ୍ରେଡ୍ରେ ୧ଲକ୍ଷ୨୦ ହଜାର ୨୦୩ ଜଣ , ବି-୨ ଗ୍ରେଡ୍ରେ ୧ଲକ୍ଷ ୪୨ ହଜାର ୨୬୬ ଜଣ, ସି- ଗ୍ରେଡ୍ରେ ୧ଲକ୍ଷ ୧୬ ହଜାର ୧୧୧ ଜଣ, ଡି-ଗ୍ରେଡ୍ରେ ୫୯ ହଜାର ୨୪୫ଜଣ, ଇ- ଗ୍ରେଡ୍ରେ ୧୪ ହଜାର ୬୪୭ ଜଣ ଓ ଏଫ ଗ୍ରେଡ଼ରେ ୭୭୯୦ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ୧୧୭୦ଟି ସ୍କୁଲ୍ର ଶତ ପ୍ରତିଶତ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୩ଟି ବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି । ବାକି ଅବଶିଷ୍ଟ ୭ ହଜାର ୭୯୦ ଜଣ ଫେଲ୍ ହୋଇଥିବା ନେଇ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଏଥର ଏକ୍ସ ରେଗୁଲାର ପାଠ୍ୟକ୍ରମରେ ଏ-୧ ଗ୍ରେଡରେ କେହି ପାସ୍ କରିନଥିବା ବେଳେ ୪ ଜଣ ଗ୍ରେଡ ଏ-୨, ୩୮ ଜଣ ଗ୍ରେଡ ବି-୧, ୨୦୨ ଜଣ ଗ୍ରେଡ ବି-୨, ୪୫୮ ଜଣ ଗ୍ରେଡ-ସି, ୬୨୩ ଜଣ ଗ୍ରେଡ-ଡି, ୪୦୨ ଗ୍ରେଡ-ଇ ଏବଂ କମ୍ପାର୍ଟମେଣ୍ଟାଲରେ ୩୦ ଜଣ ପାସ୍ କରିଥିବା ବେଳେ ୧୪ ଜଣ ଫେଲ ହୋଇଛନ୍ତି । ଏଥର ଏକ୍ସ ରେଗୁଲାର ପାଶ୍ ହାର ୫୪.୫୫ ହୋଇଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏହି ଜିଲ୍ଲାର ୬୩୫ ଉଚ୍ଚବିଦ୍ୟାଳୟର ୪୫ ହଜାର ୯୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏହି ଜିଲ୍ଲାର ପାଶହାର ୯୧.୮୦୪ । ଗଞ୍ଜାମ ପଛକୁ ରହିଛି ମୟୁରଭଞ୍ଜ । ଏହି ଜିଲ୍ଲାର ମୋଟ ୬୧୦ ହାଇସ୍କୁଲର ୩୬ ହଜାର ୭୦୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏହା ପଛକୁ ରହିଛି ବାଲେଶ୍ୱର ଜିଲ୍ଲା । ଏହି ଜିଲ୍ଲାର ମୋଟ ୫୨୧ ହାଇସ୍କୁଲର ୩୨ ହଜାର ୭୧୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।
ଏହି ଫଳ ପ୍ରକାଶନ ଉସôବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶକ ସତ୍ୟ ରଞ୍ଜନ ସାହୁ, ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରା, ସଚିବ ଶ୍ରୀକାନ୍ତ ତରାଇ, ଉପସଭାପତି ପ୍ରଫେସର ନିହାର ମହାନ୍ତି ଓ କଟକ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ପରିଷଦର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ୍ କରି ଜଣାଇ କହିଛନ୍ତି, ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ । ଆଶାତିତ ଫଳାଫଳ ପାଇ ନ ଥିବା ଛାତ୍ରଛାତ୍ରୀ ମାର୍କ ନିର୍ବିଶେଷରେ ସର୍ବଦା ଆଗକୁ ବଢିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *