୩୩ ପୃଷ୍ଠାର ଦସ୍ତାବିଜ୍ରୁ ମିଳିଲା ପ୍ରମାଣ

ଭାରତ ବିରୋଧୀ ପାକ୍ ଷଡଯନ୍ତ୍ରର ପର୍ଦ୍ଦାଫାସ
ଇସଲାମାବାଦ୍/ ନୂଆଦିଲ୍ଳୀ (ଏଜେନ୍ସି): ପାକିସ୍ତାନ୍ ଭାରତ ଉପରେ ସଦାସର୍ବଦା ଶତ୍ରୁତା ଆଚରଣ କରିଆସୁଛି । ଭାରତ ପ୍ରତି ଅସୂୟାଭାବ ହିଁ ପାକିସ୍ତାନକୁ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ ଦେଉନାହିଁ । ଏସବୁ ମଧ୍ୟରେ ପାକିସ୍ତାନ ସମ୍ପର୍କରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ଭାରତୀୟ ସେନା ପକ୍ଷରୁ ଜାରି ଏକ ୩୩ ପୃଷ୍ଠାର ଦସ୍ତାବିଜ୍ରେ ପାକିସ୍ତାନ କିଭଳି ଭାବେ ଭାରତରେ ଆକ୍ରମଣ ଯୋଜନା କରୁଛି, ସେସମ୍ପର୍କରେ ବିସ୍ତୃତ ସୂଚନା ଏବେ ସମସ୍ତଙ୍କ ସାମ୍ନାକୁ ଆସିଯାଇଛି ।
ଏକ ଜାତୀୟ ଗଣମାଧ୍ୟମକୁ ମିଳିଥିବା ଏହି ଦସ୍ତାବିଜ୍ର ନକଲ ଅନୁଯାୟୀ, ପାକିସ୍ତାନୀ ସେନା ଏବଂ ଏଠାରେ ରହୁଥିବା ଆତଙ୍କବାଦୀ ଗୋଷ୍ଠୀ କିପରି ସୀମା ଦେଇ ଭାରତରେ ଅନୁପ୍ରବେଶ କରନ୍ତି ସେସମ୍ପର୍କରେ ସବିଶେଷ ତଥ୍ୟ ଜାଣିବାକୁ ମିଳିଛି । ଏତଦ୍ବ୍ୟତୀତ ପାକିସ୍ତାନରେ ଅଳ୍ପସଂଖ୍ୟକ ହିନ୍ଦୁମାନଙ୍କୁ କିପରି ଭାବେ ହତ୍ୟା କରାଯାଉଛି, ଜମ୍ମୁ କାଶ୍ମୀରରେ କିପରି ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପଛରେ ପାକ୍ ସେନା ଏବଂ ଆତଙ୍କୀ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି ସେସମ୍ପର୍କରେ ମଧ୍ୟ ଏଥିରେ ଲେଖାଯାଇଛି । ପ୍ରକାଶ, ଦସ୍ତାବିଜ୍ରେ ୨ଠ୨ଠ-୨ଠ୨୧ ମଧ୍ୟରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ଭାରତରେ ଅନୁପ୍ରବେଶ କରିବା ପାଇଁ ହୋଇଥିବା ୧୬ଟି ପ୍ରୟାସ ସହ ସାଧାରଣ ନାଗରିକଙ୍କୁ କିଭଳି ଟାର୍ଗେଟ କରାଯାଉଛି ସେସମ୍ପର୍କରେ ବର୍ଣ୍ଣନା କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *