୫୭ ଲକ୍ଷ ଧରି ଡ୍ରାଇଭର ଚମ୍ପଟ୍

ଏଟିଏମ୍ରେ ଟଙ୍କା ଭରିବାକୁ ଯାଉଥିଲେ
ନୂଅପଡ଼ା(ଆପ୍ର): ଏଟିଏମ୍ରେ ଟଙ୍କା ଭରିବା ପାଇଁ ଯାଉଥିଲେ । ବ୍ୟାଙ୍କ ସମ୍ମୁଖରେ ଗାଡ଼ିରେ ଟଙ୍କା ବାକ୍ସ ରଖାଯାଇଥିଲା । କିନ୍ତୁ ଡ୍ରାଇଭର୍ ଗାଡ଼ି ଧରି ଚମ୍ପଟ ମାରିଲା । ନୂଆପଡ଼ା ଜିଲ୍ଲାରେ ଏହି ଘଟଣା ଘଟିଛି । ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି କିନ୍ତୁ କିଛି ସୁରାକ୍ ପାିପାରି ନାହିଁ ।
ସିନାପାଲି ଓ ବୋଡେନ୍ ଅଞ୍ଚଳରେ ଥିବା ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବା ପାଇଁ ଖଡ଼ିଆଳ ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଟଙ୍କା ଯାଉଥିଲା । ଟଙ୍କା ଭରିବାରେ ନିୟୋଜିତ ସିଏମ୍ଏସ୍ କମ୍ପାନୀ ଗାଡ଼ି ବ୍ୟାଙ୍କ ଆଗରେ ଲାଗିଥିଲା । ଗାଡ଼ିରେ ଥିବା ବାକ୍ସରେ ପ୍ରାୟ ୫୭ ଲକ୍ଷ ଟଙ୍କା ରଖାଯାଇଥିଲା । ଦୁଇ ଏଟିଏମ୍ କର୍ମ·ରୀ କୌଣସି କାମରେ ବ୍ୟାଙ୍କ ଭିତରକୁ ଯାଇଥିବା ବେଳେ ସିକୁ୍ୟରିଟି ଗାର୍ଡ ପରିଶ୍ରା କରିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଡ୍ରାଇଭର ଟଙ୍କା ଭର୍ତ୍ତି ଗାଡ଼ି ଧରି ଚମ୍ପଟ ମାରିଥିଲା । କିଛି ସମୟ ପରେ ଟଙ୍କା ଭର୍ତ୍ତି ଗାଡ଼ି ନୂଆପଡ଼ା-ବଲାଙ୍ଗିର ସୀମା ଭରୁଆକାନି ଜଙ୍ଗଲ ନିକଟରେ ଅଟକିଥିବା ଦେଖିବାକୁ ମିଳିଥିଲା । ପୁଲିସ ଉକ୍ତ ଗାଡିଟିକୁ ଜବତ କରିଥିଲା । ମାତ୍ର ସେଥିରେ ଟଙ୍କା ନଥିଲା । ଡ୍ରାଇଭର ସବୁ ଟଙ୍କା ଧରି ଚମ୍ପଟ ମାରିଥିବା ଆଲୋଚନା ହେଉଛି । ଖଡ଼ିଆଳ ଓ ତୁରେଇକେଲା ଥାନା ପୁଲିସ ତଦନ୍ତ ଚଳାଇଛନ୍ତି । ଦୁଇ ଏଟିଏମ୍ କର୍ମ·ରୀଙ୍କୁ ଜେରା କରାଯାିଛି । ଅନ୍ୟପକ୍ଷରେ ସବୁଦିନ ସିଏମ୍ଏସ୍ ଗାଡ଼ି ଚଳାଉଥିବା ଡ୍ରାଇଭର ଛୁଟିରେ ଥିଲେ । ତାଙ୍କ ସ୍ଥାନରେ କମ୍ପାନୀ ଜଣେ ଅସ୍ଥାୟୀ ଡ୍ରାଇଭରଙ୍କୁ ପଠାଇ ଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *