ଠିକ୍ ଢଙ୍ଗରେ ଅଭିଯୋଗ ଶୁଣାଣି ନ କଲେ କାର୍ଯ୍ୟାନୁଷ୍ଠାନ

ଅପରାଧ ସମୀକ୍ଷା ବୈଠକ
ବ୍ରହ୍ମପୁର(ବୁ୍ୟରୋ): ବ୍ରହ୍ମପୁର ପୁଲିସ୍ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ ଏସ୍ପି ଡା.ଶ୍ରବଣା ବିବେକ ଏମ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ସଠିକ୍ ଭାବେ ଥାନାଧିକାରୀମାନେ ଶୁଣାଣି କରୁନଥିବା ନଜରକୁ ଆସୁଛି । ଜନସାଧାରଣଙ୍କ ସେବାରେ ପୁଲିସ୍ ସବୁବେଳେ କାମ କରିବା ଆବଶ୍ୟକ । ତେଣୁ ଲୋକଙ୍କ ଅଭିଯୋଗକୁ ସଠିକ୍ ଢଙ୍ଗରେ ଶୁଣାଣି କରି ପଦକ୍ଷେପ ନେବାକୁ ଏସ୍ପି ସମସ୍ତ ଥାନାଧିକାରୀଙ୍କୁ କଡ଼ା ନିଦେ୍ର୍ଦଶ ଦେଇଛନ୍ତି । ଏଥିରେ ଖିଲାପ ହେଲେ ସମ୍ପୃକ୍ତ ଥାନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି ।
ସେହିପରି ଅପରାଧିମାନେ ଗିରଫ ହୋଇ ଜେଲ୍ ଯିବାପରେ ଖୁବ୍ କମ୍ ଦିନ ମଧ୍ୟରେ ଜେଲ୍ରୁ ମୁକୁଳି ପୁଣି ଅପରାଧ କରୁଛନ୍ତି । ତେଣୁ କୋର୍ଟରେ ବିଚାରଣ ହେବା ସମୟରେ ଥାନାଧିକାରୀ, କୋର୍ଟ କର୍ମଚାରୀ ଓ ସରକାରୀ ଓକିଲଙ୍କ ସହ ଯୋଗସୂତ୍ର ରକ୍ଷାକରି ଆଲୋଚନା କରାଯାଇ ଯେପରି ଅପରାଧିମାନଙ୍କ ଉପରେ ଦଣ୍ଡବିଧାନ ହେବ ସେ ଉପରେ ଗୁରୁତ୍ୱଦେଇ କାର୍ଯ୍ୟ କରିବାକୁ ଏସ୍ପି କହିଥିଲେ । ପୁରୁଣା କେଶ୍ ଗୁଡିକୁ ତୁରନ୍ତ ଫଇସଲା କରିବା ସହ ଦିଆଯାଇଥିବା ଥାନାୱାରୀ କେଶ୍ ଟାର୍ଗେଟ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଥାନାୱାରୀ ଅପରାଧ ସମୀକ୍ଷା ଏସ୍ପିଙ୍କ ଉପସ୍ଥିତିରେ ହୋଇଥିଲା । ଯେଉଁ ଥାନାଧିକାରୀମାନେ ନିଜର ଲକ୍ଷ୍ୟ ପୂରଣ କରିଛନ୍ତି ସେମାନଙ୍କୁ ଏସ୍ପି ପ୍ରଶଂସା କରିବା ସହିତ ପୁରୁଣା କେଶ୍କୁ ତୁରନ୍ତ ଫଇସଲା ଉପରେ ଗୁରୁତ୍ୱ ଦେବାକୁ ଏସ୍ପି କହିଥିଲେ । ଥାନା ଅଞ୍ଚଳର ଅପରାଧିଙ୍କ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି । ରାତ୍ରକାଳୀନ ପାଟ୍ରୋଲିଂ ସହ ନିଜ ନିଜ ଥାନା ଅଞ୍ଚଳରେ ଅପରାଧ କିପରି ନିୟନ୍ତ୍ରଣ କରାଯିବ ସେ ଉପରେ କାମ କରିବାକୁ ଏସ୍ପି ସମସ୍ତ ଥାନାଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ବୈଠକରେ ଅତିରିକ୍ତ ଏସ୍ପି ରମେଶ ଚନ୍ଦ୍ର ସେଠୀଙ୍କ ସମେତ ସମସ୍ତ ଥାନାଧିକାରୀ ଓ ଜିଲ୍ଲା ପୁଲିସ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *