ମଧ୍ୟାହ୍ନ ଭୋଜନ ଖାଇ ଶତାଧିକ ଛାତ୍ରୀ ଅସୁସ୍ଥ
ବଣାଇଁ, ୫ା୭(ଆପ୍ର): ଆଜି ସନ୍ଧ୍ୟାରେ ସମୟରେ ବଣାଇଁ ଉପଖଣ୍ଡର କୋଇଡା ବ୍ଲକ ଅନ୍ତର୍ଗତ ଚୋରଧରା ପଞ୍ଚାୟତର ଫଟାଟାଙ୍ଗର । ଆଶ୍ରମ ବିଦ୍ୟାଳୟ ଛାତ୍ରୀନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଗୁରୁତର ଅସୁସ୍ଥ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ରାଉରକେଲା ପଠାଯାଇଥିବା ବେଳେ ଅନ୍ୟମାନଙ୍କୁ ବଣାଇଁ ଉପଖଣ୍ଡର ଚିକିତ୍ସାଳୟ ସମେତ କେ ବଲାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଫଟାଟାଙ୍ଗର ଆଶ୍ରମ ବିଦ୍ୟାଳୟରେ ୨ ଶହରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କୁ ନେଇ ଛାତ୍ରୀନିବାସ ·ଲି ଆସୁଛି । ଗତକାଲି ଦିନ ବେଳେ ଅନ୍ତେବାସୀ ଛାତ୍ରୀମାନେ ଭାତ ଡାଲମା ଖାଇଥିଲେ । ଖାଇବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ହଠାତ୍ ଅସୁସ୍ଥ ହୋଇ ପଡି ଝାଡାବାନ୍ତି ହୋଇଥିଲେ । ତେବେ ଗତକାଲି ଓ ଆଜି ସକାଳେ ସେମାନଙ୍କ ମଧ୍ୟରୁ କେତେକଙ୍କୁ କେ. ବଲାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଆଜି ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରୁ ସନ୍ଧ୍ୟାରେ ୫୦ରୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଡାକ୍ତରୀ ଦଳ ଚିକିତ୍ସା ଆରମ୍ଭ କରିଛନ୍ତି । ଖବର ପାଇ ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନରେ ଆସି ଅସୁସ୍ଥ ହୋଇଥିବା ଛାତ୍ରୀଙ୍କୁ ଚିକିତ୍ସା ବ୍ୟବସ୍ଥା ଉପରେ ତଦାରଖ କରୁଥିବା ଜଣାପଡିଛି । ଅସୁସ୍ଥ ହୋଇଥିବା ମଧ୍ୟରୁ ଅନିତା ମୁଣ୍ଡା, ଆନନ୍ଦୀ ମୁଣ୍ଡା, ନନ୍ଦିନୀ ନାଏକ, ଜୋସ୍ମା ନାଏକ, ମାରିଅମ ବୁଡୁ, ସଞ୍ଜନା, ସିଲମାନି ମୁଣ୍ଡା, ସୁକମନି ମୁଣ୍ଡା, ଦଶମୀ ମୁଣ୍ଡା ପ୍ରମୁଖ ୫୦ରୁ ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହେଉଥିବା ଜଣାପଡ଼ିଛି ।