“ଫ୍ଲୋର ଟେଷ୍ଟ୍’ ଜିତିଲେ ଶିନେ୍ଦ

ମୁମ୍ବାଇ (ଏଜେନ୍ସି): ସୋମବାର ମହାରାଷ୍ଟ୍ର ବିଧାନସଭାରେ ଅନୁଷ୍ଠିତ ହୋଇଥିବା ଫ୍ଲୋର ଟେଷ୍ଟରେ ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ଶିନେ୍ଦ ଏକତରଫା ବିଜୟ ହାସଲ କରିଛନ୍ତି । ଶିନେ୍ଦଙ୍କ ସପକ୍ଷରେ ୧୬୪ଟି ଭୋଟ୍ ପଡ଼ିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡି ମେଣ୍ଟ (ଏମ୍ଭିଏ)କୁ ମାତ୍ର ୯୯ଟି ଭୋଟ୍ ମିଳିଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ସଂଖ୍ୟା ୧୪୫ ରହିଥିବା ବେଳେ ଶିନେ୍ଦ ଗୋଷ୍ଠୀକୁ ବିଜୟୀ ଘୋଷିତ କରାଯାଇଛି । ଏଥିସହ ଶିବସେନାର ବିଦ୍ରୋହୀ ନେତା ଏକନାଥ ଶିନେ୍ଦଙ୍କ ନେତୃତ୍ୱରେ ଗଠନ ହୋଇଥିବା ସରକାର ପ୍ରତି ସୃଷ୍ଟି ହୋଇଥିବା ଆଶଙ୍କାର ମଧ୍ୟ ଅନ୍ତଃ ହୋଇଛି ।
ସୋମବାର ପୂର୍ବାହ୍ନ ସାଢ଼େ ୧ଠଟା ବେଳେ ସଂଖ୍ୟା ଗରିଷ୍ଠତା (ଫ୍ଲୋର୍ ଟେଷ୍ଟ୍) ପ୍ରମାଣ ଦେବା ପାଇଁ ଏକନାଥ ସିନେ୍ଦ ତାଙ୍କର ସମର୍ଥକ ବିଧାୟକମାନଙ୍କୁ ଧରି ବିଧାନସଭାରେ ପହଞ୍ଚôଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ ବିଜେପି ନେତା ଦେବେନ୍ଦ୍ର ଫଡନବୀସ ମଧ୍ୟ ନିଜ ବିଧାୟକମାନଙ୍କୁ ବିଧାନସଭାରେ ଉପସ୍ଥିତ ରହିବାକୁ ଦିନକ ପୂର୍ବରୁ ହ୍ୱିପ୍ ଜାରି କରିଥିଲେ । ଫଳରେ ଫଡନବୀସଙ୍କ ସମେତ ବିଜେପିର ସମସ୍ତ ୧ଠ୬ ବିଧାୟକ ନିର୍ଦ୍ଧାରିତ ସମୟରେ ଗୃହରେ ଉପସ୍ଥିତ ହୋଇଥିଲେ । ସେହିପରି ଏମ୍ଭିଏ ମେଣ୍ଟର ଅନ୍ୟ ଦୁଇ ସହଯୋଗୀ ଦଳ କଂଗ୍ରେସ ଏବଂ ଏନ୍ସିପି ମଧ୍ୟ ନିଜ ବିଧାୟକମାନଙ୍କୁ ଉପସ୍ଥିତ ରହିବାକୁ ନିଦେ୍ର୍ଦଶ ଦେଇଥିଲେ । ନବ ନିର୍ବାଚିତ ବାଚସ୍ପତ ରାହୁଲ ନାର୍ବେକର ଫ୍ଲୋର ଟେଷ୍ଟ୍ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିଦେ୍ର୍ଦଶ ଦେବା ମାତ୍ରେ ଭୋଟିଂ ଆରମ୍ଭ ହୋଇଯାଇଥିଲା । ପ୍ରକାଶ, ରବିବାର ମହାରାଷ୍ଟ୍ର ବିଧାନସଭାର ୨ଦିନିଆ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ବିଜେପିର ରାହୁଲ ନାର୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ସେ ମହା ବିକାଶ ଅଘାଡି ଗୋଷ୍ଠୀର ଶିବସେନା ବିଧାୟକ ପ୍ରାର୍ଥୀ ରାଜନ୍ ସାଲ୍ଭୀଙ୍କୁ ପରାସ୍ତ କରିଥିଲେ । ଏହା ଉଭୟ ବିଜେପି ଏବଂ ଶିନେ୍ଦ ଗୋଷ୍ଠୀଙ୍କ ପାଇଁ ବିଜୟ ସାବ୍ୟସ୍ତ ହୋଇଛି ।
ଗତକାଲି ପର୍ଯ୍ୟନ୍ତ ଠାକ୍ରେ କ୍ୟାମ୍ପ୍ରେ ଥିବା ସନ୍ତୋଷ ବାଙ୍ଗର୍ ନାମକ ଜଣେ ବିଧାୟକଙ୍କୁ ସୋମବାର ଦିନ ହଠାତ୍ ଶିନେ୍ଦଙ୍କ ଗୋଷ୍ଠୀରେ ଦେଖିବାକୁ ମିଳିଥିଲା । ଶିନେ୍ଦ ଗୋଷ୍ଠୀର ବିଧାୟକମାନଙ୍କ ସହ ସେ ହୋଟେଲରୁ ବାହାରି ସିଧାସଳଖ ବିଧାନସଭାରେ ପହଞ୍ଚôଥିଲେ ଏବଂ ଶିନେ୍ଦଙ୍କୁ ସମର୍ଥନ ଜଣାଇ ଭୋଟ୍ ମଧ୍ୟ ଦେଇଥିବା ଜାଣିବାକୁ ମିଳିଛି । ଏହା ଉଦ୍ଧବ ଠାକ୍ରେଙ୍କ ପାଇଁ ଏକ ଶକ୍ତ ଧକ୍କା ସଦୃଶ ହୋଇଛି । ଏତଦ୍ବ୍ୟତୀତ ଏମ୍ଭିଏ ମେଣ୍ଟର ୫ ବିଧାୟକ (ସମର୍ଥକ) ବିଧାନସଭାରେ ଅନୁପସ୍ଥିତ ରହିବା ଉଦ୍ଧବଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ହୋଇଛି । ବର୍ତ୍ତମାନର ସ୍ଥିତି ଅନୁସାରେ ଏମ୍ଭିଏକୁ ମୋଟ୍ ୧ଠ୭ ଭୋଟ୍ ମିଳିବାକୁ ଥିବା ବେଳେ ମାତ୍ର ୯୯ ଭୋଟ୍ ହିଁ ମିଳିଛି । ଅର୍ଥାତ୍ ସମର୍ଥନରେ ଥିବା ୮ଟି ଭୋଟ୍ (୫ ବିଧାୟକ ଅନୁପସ୍ଥିତ, ବାକି ୩ଜଣଙ୍କ ସର୍ମ୍ପକରେ କୌଣସି ସୂଚନା ନାହିଁ) ଏମ୍ଭିଏକୁ ମିଳିପାରିନାହିଁ । ପ୍ରକାଶ, ସୋମବାର ଅନୁଷ୍ଠିତ ଏହି ସଂଖ୍ୟା ଗରିଷ୍ଠତା ପ୍ରମାଣ ପ୍ର୍ରକ୍ରିୟାରେ ସମାଜବାଦୀ ପାର୍ଟି (ଏସ୍ପି) ଏବଂ ଏଆଇଏମ୍ଆଇଏମ୍ର ବିଧାୟକମାନେ ସାମିଲ ହୋଇନାହାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *