ନିଜଆଡୁ ମାମଲା କଲେ ଓଏଚ୍ଆର୍ସି
ରୁଚିକା ଆତ୍ମହତ୍ୟା
ଭୁବନେଶ୍ୱର(ବୁ୍ୟରୋ): ସଂପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବିଜେବି କଲେଜ୍ର ଯୁକ୍ତ ତିନି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ୍(ଓଏଚ୍ଆର୍ସି) । ଓଏଚ୍ଆର୍ସି ନିଜଆଡ଼ୁ ମାମଲା ରୁଜୁକରି କଟକ ଭୁବନେଶ୍ୱର ଟ୍ୱିନ୍ସିଟି ପୁଲିସ କମିଶନରଙ୍କୁ ନୋଟିସ୍ କରିଛନ୍ତି । ମିଡିଆ ରିପୋର୍ଟ ଆଧାରରେ କମିଶନ ମାମଲା କରି ତଦନ୍ତର ସ୍ଥିତାବସ୍ଥା ସହିତ ଜଉମୁଦ ଲଫାପାରେ ରିପୋର୍ଟ ଦାଖଲ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏହାର ପରବର୍ତ୍ତି ଶୁଣାଣି ଜୁଲାଇ ୧୯କୁ ଧାର୍ଯ୍ୟ କରାଯାଇଛି । ଛାତ୍ରୀଙ୍କ ମୃତୁ୍ୟର କାରଣ ରାଗିଂ ବୋଲି ତାଙ୍କ ସୁଇସାଇଡ୍ ନୋଟ୍ରୁ ଜଣାପଡ଼ୁଥିବା ଓଏଚ୍ଆର୍ସି କହିଛନ୍ତି ।
ଅନ୍ୟପକ୍ଷରେ, ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ହଷ୍ଟେଲ ଯାଇ ସବୁ ଛାତ୍ରୀଙ୍କୁ ଆତ୍ମହତ୍ୟା ସଂପର୍କରେ ପଚାରିଛନ୍ତି । ବିଜେବି କଲେଜ୍ ପକ୍ଷରୁ ମଧ୍ୟ ଘଟଣାର ତଦନ୍ତ କରାଯାଉଛି । ରୁଚିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ସିନିୟର ଛାତ୍ରୀ ଓ ଅନ୍ୟମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ ଦାବିରେ ବିଜେବି କଲେଜ୍ ସମ୍ମୁଖରେ ବିଭିନ୍ନ ସଙ୍ଗଠନର ଧାରଣା ଚାଲିଛି । ରୁଚିକାଙ୍କ ବାପା, ମାଆ, ଭାଇ ମଧ୍ୟ ରାତି ଅନିଦ୍ରା ହୋଇ ଧାରଣା ଦେଇଛନ୍ତି । ରୁଚିକା ପରିବାଙ୍କୁ ନ୍ୟାୟ ଦାବିରେ ସୋମବାର ଲୋୟର ପିଏମ୍ଜିରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି ।
ଗତ ଶନିବାର ରୁଚିକାର ଶବ ହଷ୍ଟେଲ ଛାତରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେ ଲେଖିଥିବା ସୁଇସାଇଡ୍ ନୋଟ୍ରେ ୩ ସିନିୟର୍ ଛାତ୍ରୀଙ୍କ ରାଗିଂ ଅସହ୍ୟ ହେବାରୁ ଆତ୍ମହତ୍ୟା କରୁଥିବା ଦର୍ଶାଇଥିଲେ ।