୫ ଦିନରେ ୨କୋଟିରୁ ଊଦ୍ଧ୍ୱର୍ ବ୍ୟବସାୟ

ପଲ୍ଲୀଶ୍ରୀ ମେଳାରେ ବଢୁଛି ଭିଡ଼
ପୁରୀ (ବୁ୍ୟରୋ): ରଥଯାତ୍ରା ଅବସରରେ ଭୋଳାନାଥ ବିଦ୍ୟାପୀଠ ପରିସରରେ ଚାଲିଛି ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା । ଗତ ୩୦ରୁ ଆରମ୍ଭ ହୋଇଥିବା ପଲ୍ଲିଶ୍ରୀ ମେଳା ସୋମବାର ପଞ୍ଚମ ଦିନରେ ପହଞ୍ଚିଛି । ଟାଣ ଖରା ସତ୍ତ୍ୱେ ବେପାର ଭଲ ଜମୁଛି । ଅପରାହ୍ନ ୩ଟା ପରଠାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଗହଳି ରହୁଛି । ୫ ଦିନରେ ୨ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବିକ୍ରିବଟା ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏପରିକି ଦିନତମାମ ସାମାନ୍ୟ ଗହଳି ଲାଗି ରହୁଥିବା ବେଳେ ସଞ୍ଜ ନଈବା ମାତ୍ରେ ପଲ୍ଲିଶ୍ରୀ ମେଳାରେ ଭିଡ଼ ଜମୁଛି । ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବା ସହ ଅନ୍ୟାନ୍ୟ ସୁବିଧା ପାଉଛନ୍ତି ଲୋକେ । ପୁଣି ଆଡ଼ପ ମଣ୍ଡପରେ ଠାକୁରଙ୍କୁ ଦର୍ଶନ କରିବାଠୁ ଆରମ୍ଭ କରି ପଲ୍ଲିଶ୍ରୀ ମେଳା ବୁଲିବାର ମଜା ନେଉଛନ୍ତି ଶ୍ରଦ୍ଧାଳୁ । ଶରଧାବାଲି ନିକଟରେ ଚାଲିଥିବା ଏହି ମେଳାରେ ଘରକରଣା, ଖାଦ୍ୟ ସାମଗ୍ରୀ, ବନଜାତ ଦ୍ରବ୍ୟ, ପ୍ରସାଧାନ ସାମଗ୍ରୀଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସଚେତନ ପାଇଁ ମଧ୍ୟ ଷ୍ଟଲ୍ ରହିଛି । ଏହି ମେଳାରେ ଭିଡ଼ ଯେପରି ବଢୁଛି, ସେହିପରି ବେପାର ମଧ୍ୟ ଜମୁଥିବା ନେଇ କହିଛିନ୍ତି ବ୍ୟବସାୟୀମାନେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *