ଏମ୍ଏସ୍ପି ବୃଦ୍ଧି ଓ ଚାଷୀଙ୍କୁ ୫ଠଠଠ ପେନ୍ସନ୍ ଦାବି

ଜିଲ୍ଲାସ୍ତରୀୟ ଚାଷୀ ମୂଲିଆ ସମ୍ମିଳନୀ
ଛେଣ୍ଡିପଦା (ଆପ୍ର): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଦୁର୍ଗାପୁରଠାରେ ଅଲ୍ ଇଣ୍ଡିଆ କିଷାନ କ୍ଷେତମଜଦୂର ସଂଗଠନ ପକ୍ଷରୁ ଦ୍ୱିତୀୟ ଅନୁଗୋଳ ଜିଲ୍ଲାସ୍ତରୀୟ ଚାଷୀ ମୂଲିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ·ଷ ଜମିକୁ ଜଳସେଚନ କରିବା, କୃଷିଜାତ ଦ୍ରବ୍ୟର ଏମଏସପିକୁ ଆଇନର ଗ୍ୟାରେଣ୍ଟି, ପ୍ରତି ବ୍ଲକରେ ସରକାରୀ ଉଦ୍ୟୋଗରେ ଶୀତଳ ଭଣ୍ଡାର ନିର୍ମାଣ, ୫୫ ବର୍ଷରୁ ଊର୍ଦ୍ଧ୍ୱ ଚାଷୀମାନଙ୍କୁ ମାସିକ ୫ହଜାର ଟଙ୍କା ପେନସନ ଦେବାର, ଧଉରାଗୋଠ, ସୁରେଶ୍ୱରୀ, ହିଡସିଙ୍ଗ, କାଣିଘାଇ, ସମାକୋଇ, ମାଦେଳିଆ, ଚୂଡାଖିଆ ଆଦି ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଅବିଳମ୍ବେ ସମସ୍ତ ପ୍ରକାର କୃଷି ଋଣ ଛାଡ କରିବା, ·ଷଜମି ସହ ଜନବସତି ଅଞ୍ଚଳରେ ଶିଳ୍ପ ଓ କୋଇଲାଖଣି ଖନନ ବନ୍ଦ କରିବା, କୃଷି କାର୍ଯ୍ୟ ପାଇଁ ଚାଷୀମାନଙ୍କୁ ସବ୍ସିଡିରେ ବିହନ ସାର କୀଟନାଶକ ଔଷଧ ଓ କୃଷି ଯନ୍ତ୍ରପାତି ଯୋଗାଇ ଦେବା, ପ୍ରତି ପଞ୍ଚାୟତରେ ଧାନକ୍ରୟ କେନ୍ଦ୍ର ସ୍ଥାପନ କରି ଧାନ କ୍ୱିଣ୍ଟାଲ ସର୍ବନିମ୍ନ ମୂଲ୍ୟ ୩୦୦୦ ହଜାର ଟଙ୍କା ନିର୍ଦ୍ଧାରଣ କରିବା, ଭାଗ·ଷୀଙ୍କୁ ମଣ୍ଡିରେ ଧାନ ବିକ୍ରି ଓ ପ୍ରାକୃତିକ ବିପର୍ଯ୍ୟୟର କ୍ଷତିପୂରଣ ପାଇଁ ପରିଚୟପତ୍ର ପ୍ରଦାନ କରିବା, ହାତୀ, ମାଙ୍କଡ ଆଦି ବନ୍ୟ ଜନ୍ତୁଙ୍କ ଆକ୍ରମଣରୁ ଧନଜୀବନର ସୁରକ୍ଷା କରିବା, ବିଦୁ୍ୟତ୍ ସଂଶୋଧନ ବିଲ୍ ୨୦୨୧କୁ ସଂପୂର୍ଣ୍ଣ ବାତିଲ କରିବା, ସମସ୍ତ ନଦୀ ନାଳରେ ଚେକ ଡ୍ୟାମ ଓ ଆଡିବନ୍ଧ ନିିର୍ମାଣ କରି ଜମିକୁ ଜଳସେଚନ କରିବା, ମୂଲିଆ ମାନଙ୍କୁ ବର୍ଷସାରା କାମଦେଇ ଦୈନିକ ମଜୁରୀ ୫୦୦ଟଙ୍କା ନିର୍ଦ୍ଧାରଣ କରିବା ଆଦି ଦାବିରେ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଗଠନର ରକ୍ତ ପତାକା ଉତ୍ତୋଳନ ଓ ଶହୀଦ ବେଦୀରେ ମାଲ୍ୟାର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।
ସଂଗଠନର ସଭାପତି ପ୍ରହଲ୍ଲାଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ସମ୍ମିଳନୀ ଆରମ୍ଭ ହୋଇଥିଲା । ·ଷ ସମ୍ମିଳନୀର ଉଦେ୍ଦଶ୍ୟରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ନବକିଶୋର ପ୍ରଧାନ । ସମ୍ମିଳନୀର ମୁଖ୍ୟ ରାଜନୈତିକ ଚିଠା ପ୍ରସ୍ତାବ ପାଠ କରୁଥିଲେ ଚାଷୀ ନେତା ରଣଜିତ ପ୍ରଧାନ । ଏହା ସମର୍ଥନରେ ବହୁ ·ଷୀ ବକ୍ତବ୍ୟ ପ୍ରଦାନ କରିଥିଲେ । ସାଂଗଠନିକ ଚିଠା ପ୍ରସ୍ତାବ ପାଠ କରିଥିଲେ ସଂପାଦକ ସୁବାସ ପ୍ରଧାନ । ସମର୍ଥନ କରିଥିଲେ ରମଣୀ ରଂଜନ ପ୍ରଧାନ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଏସ ୟୁସିଆଇ କମୁ୍ୟନିଷ୍ଟ ଦଳର ଜିଲ୍ଲା ସଂପାଦକ ଭିକାରୀ ପ୍ରଧାନ, ମୁଖ୍ୟବକ୍ତା ·ଷୀ ସଂଗଠନର ରାଜ୍ୟ ସଂପାଦକ ରାଜ୍ୟ ·ଷୀ ନେତା ରଘୁନାଥ ଦାସ । ଏହି ସମ୍ମିଳନୀରେ ୨୬ ଜଣିଆ କମିଟି ଗଠନ କରାଯାଇଛି । ଶେଷରେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନର ପ୍ରତିଷ୍ଠାତା ଶିବଦାସ ଘୋଷଙ୍କ ଉପରେ ରଚିତ ସଂଗୀତ ଗାନପରେ ସଭା ଶେଷ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *