ସିରିଜ୍ କବ୍ଜା କଲା ମହିଳା ଟିମ୍ ଇଣ୍ଡିଆ

କଲମ୍ବୋ,୪ା୭ (ଏଜେନ୍ସି): ଭାରତୀୟ ମହିଳା କ୍ରିକେଟ୍ ଦଳ ଶ୍ରୀଲଙ୍କାକୁ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ୧୦ ୱିକେଟ୍ରେ ପରାସ୍ତ କରିଛି । ଏଥିସହ ଭାରତ ୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍କୁ ୨-୦ରେ ବିଜୟ ଲାଭ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ୫୦ ଓଭର୍ରେ ୧୭୩ ରନ୍ର ସ୍କୋର୍ରେ ସୀମିତ ହୋଇଗଲା । ରେଣୁକା ସିଂହ ସବୁଠୁ ଅଧିକ ୪ ୱିକେଟ୍ ନେଇଛନ୍ତି । ଶ୍ରୀଲଙ୍କାର ଜବାବ୍ରେ ଓପନର୍ ଶେଫାଳୀ ବର୍ମା ଏବଂ ସ୍ମୃତି ମନ୍ଧାନାଙ୍କ ଜୋର୍ଦାର ଇନିଂସ୍ରେ ଭାରତ ୨୫.୪ ଓଭର୍ରେ ବିନା ୱିକେଟ୍ ହରାଇ ଟାର୍ଗେଟ୍ ହାସଲ କରିନେଲା । ମନ୍ଧାନା ଅପରାଜିତ ୯୪ ରନ୍ ଏବଂ ଶେଫାଳୀ ଅପରାଜିତ ୭୧ ରନ୍ର ଇନିଂସ୍ ଖେଳିଥିଲେ । ମନ୍ଧାନା ନିଜ ଇନିଂସ୍ରେ ୮୩ ବଲ୍ର ସାମ୍ନା କରିଥିବାବେଳେ ୧୧ ଚଉକା ଓ ୧ ଛକା ମାରିଛନ୍ତି । ସେହିଭଳି ଶେଫାଳୀ ୭୧ ବଲ୍ର ସାମ୍ନା କରିଥିବାବେଳେ ୪ ୱିକେଟ୍ ଏବଂ ଗୋଟିଏ ଛକା ମାରିଛନ୍ତି । ଏହି ମ୍ୟାଚ୍ରେ ଭାରତ କୌଣସି ଗୋଟିଏ ୱିକେଟ୍ ନହରାଇ ସବୁଠୁ ବଡ଼ ଟାର୍ଗେଟ୍ର ପିଛା କରି ରେକର୍ଡ କରିନେଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳ ଆରମ୍ଭରେ ଭଲ ପ୍ରଦର୍ଶନ କରି ନଥିଲା । ଓପନର୍ ହସିନୀ ପରେରା ଖାତା ଖୋଲି ନପାରି ରେଣୁକାଙ୍କ ବଲ୍ରେ ଆଉଟ୍ ହୋଇଗଲେ । ଦ୍ୱିତୀୟ ଓପନର୍ ବିଶମୀ ଗୁଣରତ୍ନେ ମଧ୍ୟ ୩ ରନ୍ କରି ରେଣୁକାଙ୍କ ଦ୍ୱିତୀୟ ଶିକାର ପାଲଟିଲେ । ୪୨ ରନ୍ ଯାଏ ଟିମ୍ର ୪ ଜଣ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇସାରିଥିଲେ । ଚମାରୀ ଅଟ୍ଟାପଟ୍ଟୁ ଶ୍ରୀଲଙ୍କା ଇନିଂସ୍ ସମ୍ଭାଳିବାକୁ ପ୍ରୟାସ କରିଥିଲେ । ୪୫ ବଲ୍ର ସାମ୍ନା କରି ୨୭ ରନ୍ କରିନେଲେ । ତାଙ୍କ ବ୍ୟତୀତ ଅମା କଞ୍ଚନା ୮୩ ବଲ୍ରେ ୪୭ ରନ୍ର ଇନିଂସ୍ ଖେଳିଥିବାବେଳେ ଡି ସିଲ୍ଭା ୬୨ ବଲ୍ରେ ୩୨ ରନ୍ କରିଛନ୍ତି ।
ଭାରତ ପକ୍ଷରୁ ରେଣୁକା ସିଂହ ୧୦ ଓଭର୍ରେ ୨୮ ରନ୍ ଦେଇ ୪ ୱିକେଟ୍ ନେଇଛନ୍ତି । ସେହିଭଳି ମେଘନା ସିଂହ ୧୦ ଓଭର୍ରେ ୪୩ ରନ୍ ଦେଇ ୨ ୱିକେଟ୍ ନେଇଥିବାବେଳେ ଦୀପ୍ତି ଶର୍ମା ୧୦ ଓଭର୍ରେ ୩୦ ରନ୍ ଦେଇ ୨ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *