ଖାଲ ଖମାରେ ପୂର୍ଣ୍ଣ ୫୩ ନଂ ଜାତୀୟ ରାଜପଥ
କାମାକ୍ଷାନଗର (ଆପ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦେଇ ଯାଇଥିବା ୫୩ନଂ ଜାତୀୟ ରାଜପଥ ଖାଲ ଖମାରେ ପରିପୂର୍ଣ୍ଣ ହୋଇରହିଛି । ଫଳରେ ରାସ୍ତାରେ ଯାଉଥିବା ଯାନବାହନ ଏବଂ ଲୋକଙ୍କ ପାଇଁ ଏହା ମରଣଯନ୍ତା ପାଲଟିଛି । ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ସ୍ଥାନ ଖାଲଖମାରେ ଭର୍ତ୍ତି ହୋଇଥିବା ବେଳେ ଅନେକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସହରର ମଧ୍ୟସ୍ଥଳ ପୋଷ୍ଟ ଅଫିସ ସାମ୍ନାରେ ଏକ ବିରାଟ ଗାତ ସୃଷ୍ଟି ହୋଇ ଯାତାୟତରେ ଅସୁବିଧା ସୃଷ୍ଟି କରୁଥିବା ବେଳେ ଅନେକ ଲୋକ ଏହି ଗାତ ଯୋଗୁ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ରାସ୍ତା ଦେଇ ପ୍ରଶାସନିକ ଅଧିକାରୀ ମାନେ ଦୈନିକ ଯାତାୟତ କରୁଥିବା ବେଳେ ଖାଲ ମରାମତି ପାଇଁ କୋ÷ଣସି ଦୃଷ୍ଟି ଦେଉନାହାଁନ୍ତି । ଯାହାକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଖାଲ ଗୁଡିକର ମରାମତି କରିବା ପାଇଁ ସହରବାସୀ ପ୍ରଶାସନ ନିକଟରେ ଦାବୀ ଜଣାଇଛନ୍ତି ।