ଧରାପଡ଼ିଲେ ୨ ମୋଷ୍ଟ ୱାଣ୍ଟେଡ୍

ଶ୍ରୀନଗର(ଏଜେନ୍ସି): ଜମ୍ମୁର ରିଆସି ଜିଲ୍ଲାର ଟୁକସନ୍ ଗାଁରୁ ରବିବାର ସକାଳେ ୨ କୁଖ୍ୟାତ ଆତଙ୍କବାଦୀ ଧରାପଡିଛନ୍ତି । ଏହି ଦୁଇ ଆତଙ୍କବାଦୀଙ୍କୁ ସେନା କିମ୍ବା ଜମ୍ମୁ କାଶ୍ମୀର ପୁଲିସ୍ ନୁହେଁ ବରଂ ଗ୍ରାମବାସୀମାନେ ଧରିବାରେ ସଫଳ ହୋଇଛନ୍ତି । ପରେ ଏମାନଙ୍କୁ ଜମ୍ମୁ କାଶ୍ମୀର ପୁଲିସ୍କୁ ହସ୍ତାନ୍ତର କରାଯିବା ସମୟରେ ଏମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୂଚନା ମିଳିଛି । ଏକେ-୪୭ ରାଇଫଲ, ୭ଟି ଗ୍ରେନେଡ, ଗୋଟିଏ ପିସ୍ତଲ ଜବତ ହୋଇଥିବା ପୁଲିସ୍ ସ୍ପଷ୍ଟ କରିଛି । ତେବେ ଗ୍ରାମବାସୀଙ୍କୁ ଏପ୍ରକାର ସାହସିକତା କାର୍ଯ୍ୟ ପାଇଁ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଏବଂ ପୁଲିସ୍ ବିଭାଗ ପକ୍ଷରୁ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଉପରାଜ୍ୟପାଳ ମନୋଜ ସିହ୍ନା ଟୁକ୍ସନ୍ ଗ୍ରାମବାସୀଙ୍କ ଏପ୍ରକାର ସାହସିକତା ପାଇଁ ଧନ୍ୟବାଦ ଜଣାଇବା ସହ ପ୍ରଶାସନକୁ ଏପ୍ରକାର ସହଯୋଗ ଜାରି ରଖିବାକୁ ଅପିଲ୍ କରିଛନ୍ତି ।
ଅନ୍ୟପକ୍ଷେ ଏହି ଦୁଇ ଆତଙ୍କୀଙ୍କ ସମ୍ପର୍କରେ ରାଜ୍ୟ ପୁଲିସ୍ ଡିଜି ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଡିଜିଙ୍କ କହିବାନୁସାରେ ଧରାପଡିଥିବା ଏହି ଦୁଇ ଆତଙ୍କବାଦୀ ହେଉଛନ୍ତି, ତାଲିବ ହୁସୈନ୍ ଶାହା ଏବଂ ଫୈଜଲ ଅହମ୍ମଦ ଡାର୍ । ଏମାନେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଟପ୍ ରେଟେଡ୍ ଆତଙ୍କୀ ଭାବେ ପରିଚିତ । ଜମ୍ମୁ କାଶ୍ମୀର ପୁଲିସ ଏବଂ ସେନା ପାଇଁ ଏହି ଦୁଇ ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ମଧ୍ୟ ସାମିଲ ଥିଲେ । ଦୀର୍ଘ ଦିନ ଧରି ଏମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ଏମାନେ ଧରାପଡୁନଥିଲେ । ତେବେ ରିଆସି ଗ୍ରାମବାସୀଙ୍କ ଗ୍ରାମବାସୀଙ୍କ ବୁଦ୍ଧିମତା ଯୋଗୁ ଉଭୟ ଧରାପଡିଛନ୍ତି । ଏହି ଦୁଇଜଣ ରିଆସି ଟୁକ୍ସନ୍ ଅଞ୍ଚଳରେ ସନ୍ଦିଗ୍ଧ ଭାବେ ବିଚରଣ କରୁଥିବା ବେଳେ ଗ୍ରାମବାସୀ ଏମାନଙ୍କ ଉପରେ ସନେ୍ଦହ କରିଥିଲେ । ପରେ ଏମାନଙ୍କ ଉପରେ ଦୃଷ୍ଟି ରଖିବା ଆରମ୍ଭ କରିଥିଲେ । ଏହି ସମୟରେ ଏମାନେ ବାବା ଅମରନାଥ ଯାତ୍ରା ସମୟରେ ଆକ୍ରମଣ ପାଇଁ ଉଦ୍ୟମ କରିବାକୁ ଷଡଯନ୍ତ୍ର ରଚୁଥିବା ନେଇ ଜାଣିବା ପରେ କୌଶଳକ୍ରମେ ଗ୍ରାମବାସୀମାନେ ଏକଜୁଟ୍ ହୋଇ ଏମାନଙ୍କୁ କାବୁ କରିନେଇଥିଲେ । ଜମ୍ମୁ ଜାତୀୟ ରାଜପଥରେ ସେମାନେ ଆକ୍ରମଣ ପାଇଁ ଯୋଜନା କରୁଥିଲେ ବୋଲି ସ୍ୱୀକାର କରିଥିବା ମଧ୍ୟ ଡିଜି କହିଛନ୍ତି ।
ଏସବୁ ମଧ୍ୟରେ ଆଉ ଏକ ବଡ଼ ଖବର ମଧ୍ୟ ସାମ୍ନାକୁ ଆସିଛି । ତାଲିବ ହୁସୈନ୍ ନାମକ ଏହି ଆତଙ୍କୀ ଏକଦା ଜମ୍ମୁ ବିଜେପି ଆଇଟି ସେଲ୍ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା । ଏତଦ୍ବ୍ୟତୀତ ସେ ଜମ୍ମୁ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସୋସିଆଲ ମିଡିଆ ଇନ୍ଚାର୍ଜ ମଧ୍ୟ ରହିସାରିଛି । ତେବେ ପରବର୍ତ୍ତୀ ସମୟରେ ସେ ରାଜନୀତି ଛାଡି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା । ଏସମ୍ପର୍କରେ ଜଣାପଡିବା ପରେ ଜମ୍ମୁ କାଶ୍ମୀର ବିଜେପି ପକ୍ଷରୁ ସେଠାରେ ବିଜେପିରେ ସାମିଲ ହେବା ପାଇଁ ଥିବା ବ୍ୟବସ୍ଥାକୁ ଦାୟୀ କରାଯାଇଛି । ଜମ୍ମୁ କାଶ୍ମୀରରେ ମୁଖ୍ୟତଃ ବିଜେପିରେ ସାମିଲ ହେବା ପାଇଁ ଅନ୍ଲାଇନ୍ ଆବେଦନ ପତ୍ର ଗ୍ରହଣ କରାଯାଉଥିବା ଏବଂ ବିନା କୌଣସି ଯାଞ୍ଚ୍ (ଡକୁ୍ୟମେଣ୍ଟ ତଥ୍ୟା କ୍ରିମିନାଲ ରେକର୍ଡ ଚେକ୍)ରେ ଯେକୌଣସି ବ୍ୟକ୍ତିବିଶେଷଙ୍କୁ ଦଳୀୟ ସଦସ୍ୟତା ପ୍ରଦାନ କରାଯାଇଆସୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *