କାଗଜପତ୍ର ନାହିଁ: ମେଡିକାଲରେ ଖତ ଖାଉଛି ଆମ୍ବୁଲାନ୍ସ

ଫୁଲବାଣୀ (ବୁ୍ୟରୋ): କନ୍ଧମାଳ ଜିଲ୍ଲା ଫୁଲବାଣୀ ମେଡିକାଲରେ ପଡ଼ି ଖତ ଖାଉଛି କିମସ୍ (କଳିଙ୍ଗ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ ସାଇନ୍ସେସ)ପକ୍ଷରୁ ଦିଆଯାଇଥିବା ୩ ଆମ୍ବୁଲାନ୍ସ । ଗୋଟିଏ ଆମ୍ବୁଲାନ୍ସ ଫୁଲବାଣୀ ମେଡିକାଲରେ ଥିôବା ବେଳେ ଅନ୍ୟ ଦୁଇଟି ଟିକାବାଲି ଓ ଘୂ.ଉଦୟଗିରିରେ ପଡ଼ି ଖତ ହେଉଛି । ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଗାଡ଼ିର କାଗଜପତ୍ର ଆମ ପାଖରେ ନାହିଁ କି ଗାଡ଼ିର ନମ୍ବର ଲଗାଯାଇ ନ ଥିବାରୁ ଆମେ ଆମ୍ବୁଲାନ୍ସ ଚଳାଇ ପାରୁନାହୁଁ । ଇନ୍ସୁରାନ୍ସ ନ ଥିବାରୁ ତାହା ରୋଗୀଙ୍କ କାମରେ ଆସୁନାହିଁ । ଏ ନେଇ ମେଡ଼କାଲ ପକ୍ଷରୁ ବାରମ୍ବାର ସାଂସଦଙ୍କ ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ଉତ୍ତର ଆସିପାରିନାହିଁ । ଏପରିକି ମେଡିକାଲ ନାମକୁ ମଧ୍ୟ ଆମ୍ବୁଲାନ୍ସ ଆସିପାରିନାହିଁ । ମେଡିକାଲରେ ଆମ୍ବୁଲାନ୍ସର ଅଭାବ ରହିଛି । ଏପରିକି ମହାପାରାୟଣ ଗାଡ଼ି ନ ଥିବାରୁ କିଛି ଦିନ ଧରି ରୋଗୀ ଅସୁବିଧାରେ ପଡ଼ୁଥିଲେ । ଗତ ସପ୍ତାହରେ ଅନ୍ୟ ସ୍ଥାନରୁ ଆମ୍ବୁଲାନ୍ସ ଅଣାଯାଇ ରୋଗୀଙ୍କୁ ଦିଆଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *