ଅଟକିଲା ବ୍ରହ୍ମତାଳଧ୍ୱଜ ରଥ

କେନ୍ଦ୍ରାପଡାÿ (ଆପ୍ର): କେନ୍ଦ୍ରାପଡ଼ାର ଆରାଧ୍ୟ୍ୟ ଶ୍ରୀବଳଦେବଜୀଉଙ୍କ ବୃହତ୍ତମ ବ୍ରହ୍ମତାଳଧ୍ୱଜ ରଥ ରବିବାର ସନ୍ଧ୍ୟା ସୁଦ୍ଧା ମଧ୍ୟ ଗୁଣ୍ଡିଚା ମନ୍ଦିରରେ ଲାଗିପାରିନାହିଁ । ପରମ୍ପରା ଅନୁଯାୟୀ ଶ୍ରୀଗୁଣ୍ଡି· ଦିନ ରଥକୁ ଅଳ୍ପ କେଇହାତ ଟଣାଯାଏ ତା’ ପରଦିନ ମାଉସୀ ମା’ ମନ୍ଦିରରେ ଲଗାଯାଇଥାଏ । ଏଥର ମଧ୍ୟ ପରମ୍ପରା ଅନୁଯାୟୀ ତୁଳସୀକ୍ଷେତ୍ରାଧିପତିଙ୍କ ରଥ ଟଣା ଯାଇଥିଲା ଏବଂ ପ୍ରାୟ ଶହେ ମିଟର ଗଡି ଏହା ଅଟକି ଥିଲା ।
ଅପେକ୍ଷା ଥିଲା ଶନିବାର ମନ୍ଦିର ଅଭିମୁଖେ ରଥ ଟଣାଯିବ । ହେଲେ ଦୁର୍ଭାଗ୍ୟବଶତଃ ରଥ ଆଉ ମାତ୍ର ୫୦ ମିଟର ଗଡିବା ପରେ ବାମପାଶ୍ୱର୍କୁ ମାଡିଯାଇ ଫୁଟପାଥ୍ରେ ଥିବା ଲାଇଟ୍ ପୋଷ୍ଟରେ ଲାଗିଯାଇଥିଲା । ବହୁ ଉଦ୍ୟମ ସତ୍ତ୍ୱେ ରଥ ନ ଗଡ଼ିବାରୁ ହାଇଡ୍ରା ମେସିନ ଦ୍ୱାରା ବିଦୁତ୍ ଖୁଣ୍ଟକୁ ଉଠାଯାଇଥିଲା । ତଥାପି ରଥ ଆଗକୁ ଗଡ଼ି ପାରି ନ ଥିଲା ।
ରଥ ଅଟକି ଯିବାରୁ ସେବାୟତ ଓ ପ୍ରଶାସନ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଥିଲା । କିଏ କହିଲେ ସାରଥୀଙ୍କ ନିର୍ଦେଶରେ ତ୍ରୁଟି ତ ଆଉ କିଏ ପ୍ରଶାସନର ଅବହେଳାକୁ ଦାୟି କଲେ । ଏହାରି ଭିତରେ ତୃତୀୟ ଦିନରେ ମଧ୍ୟାହ୍ନ ୧୨ଟାରେ ରଥ ଟାଣିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ରବିବାର ରଥକୁ ଉଠାଇବା ପାଇଁ ଫୁଟପାଥ୍ ଭଙ୍ଗାଗଲା । କିନ୍ତୁ ରଥ ଆଗକୁ ଗଡ଼ିବ କଣ ଚକା ଦବି ଯିବାରୁ ପ୍ରଶାସନର ବୁଦ୍ଧି ବଣା ହୋଇଯାଇଥିଲା । ପରେ ଇଞ୍ଜିନିୟର ଓ ରଥର ଚକ ଉଠାଇବା ପାଇଁ ପାରାଦ୍ୱୀପରୁ ହାଇଡ୍ରୋଲିକ୍ ମେସିନ ମଗା ଯାଇଥିଲା ।
ଏଥିସହିତ ବିଶାଳକାୟ ରଥକୁ ଉଠାଯାଇ ଗୁଣ୍ଡିଚା ମନ୍ଦିର ମନ୍ଦିର ଅଭିମୁଖେ ନେବା ନିମନ୍ତେ ରଥଟଣା ସେବାୟତ, ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ବୈଠକ ବସିଥିଲା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରଥ ଟଣା ଯାଇ ନ ଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *